• ବେତାର ବ୍ୟୁରୋ

ଭିଡିଓ : ଆମେଠିରେ ପ୍ରିୟଙ୍କା ଗାନ୍ଧୀ ଧରିଲେ ସାପ; ଟ୍ଵିଟରରେ ଏମିତି ହେଲା ଟାହିଟାପରା


(ବେତାର ବ୍ୟୁରୋ) ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ସୋନିଆ ଗାନ୍ଧୀଙ୍କ ଝିଅ ପ୍ରିୟାଙ୍କା ଭଦ୍ରା-ଗାନ୍ଧୀ ବୁଧବାର ନିର୍ବାଚନ ପ୍ରଚାର କାର୍ଯ୍ୟରେ ଯୋଗ ଦେବାକୁ ଯାଇ ତାଙ୍କ ଭାଇ ରାହୁଲ ଗାନ୍ଧୀଙ୍କ ନିର୍ବାଚନମଣ୍ଡଳୀ ଆମେଠିରେ ପହଞ୍ଚିଥିଲେ । ସେଠାରେ ଘର ଘର ବୁଲି ପ୍ରଚାର କରୁଥିବା ବେଳେ ସାପୁଆ କେଳା ବସ୍ତିରେ ଯାଇଥିଲେ ଓ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝୁଥିବା ବେଳେ ହାତରେ ଏକ ସାପକୁ ଧରି ସାପପେଡିରେ ରଖିଦେଇଥିଲେ ।

ଏହି ଭିଡିଓକୁ ନ୍ୟୁଜ ଏଜେନ୍ସି ଏଏନଆଇ (ANI) ଟ୍ଵିଟ କରିଥିଲା । ଅନେକ କଂଗ୍ରେସ ପ୍ରଶଂସକ ଏହି ଭିଡିଓକୁ ଦେଖି ପ୍ରିୟଙ୍କାଙ୍କୁ ସାହସୀ ବୋଲି କହିଥିବା ବେଳେ ଅନେକ ବ୍ୟକ୍ତି ତାଙ୍କୁ ଟ୍ରଲ କରିବା ଆରମ୍ଭ ଦେଇଥିଲେ ।

ପ୍ରିୟଙ୍କାଙ୍କ ସପକ୍ଷରେ ଅନେକ ଯୁକ୍ତି ବାଢି କହିଥିଲେ ଯେ ପ୍ରିୟାଙ୍କା ଯେପରି ବିଷଧର ସର୍ପକୁ ହାତମୁଠାରେ ଧରିବାରେ ସକ୍ଷମ ହେଲେ , ସେହିପରି ଘୃଣା ଓ ବିଭାଜନକାରୀ ବିଷ ଖେଳାଉଥିବା ଲୋକଙ୍କୁ ମଧ୍ୟ ବଶ କରିପାରିବେ ।

ଅପରପକ୍ଷେ ତାଙ୍କ ଆଲୋଚକମାନେ କହିଥିଲେ କି ପ୍ରିୟଙ୍କା କେବଳ ପ୍ରଚାର ଉଦ୍ଦେଶ୍ୟରେ ଏପରି କରୁଛନ୍ତି ଓ କଂଗ୍ରେସ ଏପରି ଭାବେ ନିର୍ବାଚନ ପ୍ରଚାର କରିବାକୁ ଚାହୁଁଛି।

ଜଣେ ବ୍ୟବହାରକାରୀ ଲେଖିଥିଲେ “ ଏଥିରେ ନୂଆ କଥା କିଛି ନାହିଁ । ପ୍ରିୟାଙ୍କା ଆଗରୁ ବି ସାପମାନଙ୍କ ସହିତ ଚଳି ଆସୁଛନ୍ତି ।“

ଆଉ ଜଣେ କଂଗ୍ରେସ ସମର୍ଥକ ତୀବ୍ର କଟାକ୍ଷ କରି ଲେଖିଥିଲେ ଯେ, “ ଏହି ଭିଡିଓରେ ପ୍ରିୟଙ୍କାଙ୍କ ହାତରେ ମୋଦୀଜୀଙ୍କୁ ଦେଖିବାକୁ ମିଳୁଛି । “

ତେବେ ଜଣେ ଆଲୋଚକ ଆଉ ପାଦେ ଆଗେଇ ଯାଇ ନେହେରୁ ସାପ ଖେଳ ଦେଖୁଥିବାର ଏକ ପୁରୁଣା ଫୋଟୋକୁ ଟ୍ଵିଟ କରି କହିଥିଲେ ଯେ “ଇତିହାସ ପୁଣି ଦୋହରେଇଲା । “

ସୂଚନାଯୋଗ୍ୟ ଯେ ପ୍ରିୟଙ୍କା ଗାନ୍ଧୀଙ୍କୁ ପୂର୍ବ ଉତ୍ତରପ୍ରଦେଶରେ କଂଗ୍ରେସର ଦାୟିତ୍ଵ ଦିଆଯିବା ପରେ ସେ ବାରାଣାସୀରୁ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ଲଢିବା ନେଇ ଅନେକ ଅଟକଳ ଓ କଳ୍ପନାଜଳ୍ପନା ଲାଗିରହିଥିଲା । ତେବେ ଶେଷ ମୂହୁର୍ତ୍ତରେ କଂଗ୍ରେସ ତାଙ୍କୁ ସେଠାରୁ ଟିକେଟ ନ ଦେଇ କେବଳ ଉତ୍ତରପ୍ରଦେଶରେ ପ୍ରଚାରକାରୀ ଦାୟିତ୍ଵ ଦିଆଯାଇଛି ବୋଲି କହିଥିଲା ।

#PriyankaGandhi #Elections2019 #twitterreaction

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon