• ବେତାର ବ୍ୟୁରୋ

ସାପ୍ତାହିକ ରାଶିଫଳ ଜୁଲାଇ 8-14 : ଏହି ଛଅ ରାଶି ଉପରେ ପଡିବନି ଅଶୁଭ ପ୍ରଭାବ


(ବେତାର ବ୍ୟୁରୋ) ଚଳିତ ସପ୍ତାହରେ ଚନ୍ଦ୍ର ଦେବ ମିଥୁନ ରାଶିରୁ ଯାତ୍ରା ଆରଂଭ କରି କନ୍ୟା ରାଶି ଯାଏଁ ପରିକ୍ରମା କରିବେ। ଏହି ପରିକ୍ରମା ଯୋଗୁଁ କର୍କଟ, ସିଂହ, ତୁଳା, ମକର, ବୃଷ ଓ ମିଥୁନ--ଏହି ଛଅ ରାଶିର ବ୍ୟକ୍ତିବିଶେଷ ମାନେ ଅସୁବିଧା ଭୋଗି ପାରନ୍ତି। ଅପରପକ୍ଷେ ଚଳିତ ସପ୍ତାହରେ ମେଷ,କନ୍ୟା, ବିଛା, ଧନୁ ,କୁମ୍ଭ ଓ ମୀନ ରାଶିର ବ୍ୟକ୍ତି ମାନେ ଅପେକ୍ଷାକୃତ ଭଲ ସମୟ ବିତାଇପାରନ୍ତି, କାରଣ ଏହି ରାଶିମାନଙ୍କ

ଉପରେ ଚନ୍ଦ୍ରଙ୍କ ଏହି ଗୋଚରର ଅଶୁଭ ପ୍ରଭାବ ରହିବନି । ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।) ମେଷ : ଆପଣଙ୍କ ପାଇଁ ଚଳିତ ସପ୍ତାହରେ ଉତ୍ଥାନ-ପତନ ଲାଗିରହିବ। ଏ ସପ୍ତାହ ଆରଂଭରୁ ଅଟକିଥିବା କାମ ପୁରା କରିବାକୁ ଚେଷ୍ଟା କରିବେ।ତେବେ ଶତ୍ରୁ ପକ୍ଷ ଭାରି ପଡିପାରନ୍ତି।ବ୍ୟବସାୟରେ ସଫଳତା ଦେଖିପାରନ୍ତି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ସପ୍ତାହଟି ଉତ୍ତମ। ସପ୍ତାହ ଶେଷ ଆଡକୁ ସତର୍କ ରୁହନ୍ତୁ। ଶାରୀରିକ ଆଘାତ ଲାଗିବାର ସ୍ଥିତି ରହିଛି।ମନକୁ ଶାନ୍ତ ରଖନ୍ତୁ। ବୃଷ : ଚଳିତ ସପ୍ତାହ ଆପଣଙ୍କ ପାଇଁ ସଧାରଣ ଭାବେ କଟିବ। ଯେଉଁ କାମ କରୁଛନ୍ତି ସେଥିରେ ବିଶେଷ କ୍ଷତି ବା ଲାଭ ମିଳି ନ ପାରେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ, ଖିଆପିଆ ଉପରେ ଧ୍ୟାନ ଦିଅନ୍ତୁ।ସପ୍ତାହ ଶେଷରେ ବନ୍ଧୁବାନ୍ଧବ ବା ପ୍ରିୟଜନଙ୍କ ମେଳ ରେ ଖୁସିବାସରେ କଟିବ। ମିଥୁନ : ଚଳିତ ସପ୍ତାହ ଆରମ୍ଭରୁ ଆପଣଙ୍କ ରାଶିର ବ୍ୟକ୍ତିବିଶେଷ ବିରକ୍ତ, କଳହ ବା ବାଦ ବିବାଦର ବଶବର୍ତ୍ତୀ ହେଇ ମନ ଖରାପ କରିପାରନ୍ତି।ତେବେ ସପ୍ତାହ ମଧ୍ୟ ଆଡକୁ ସ୍ଥିତିରେ ଉନ୍ନତି ହେବ ଓ ଆପଣ ଶାନ୍ତ ହେଇପାରନ୍ତି। ନିଜ ମନକୁ ନିୟନ୍ତ୍ରଣ କରିପାରିଲେ ସପ୍ତାହ ଶେଷ ଆଡକୁ ଖୁସି ଖବର ପାଇପାରିବେ। ମନ ପ୍ରଫୁଲ୍ଲ ରହିବ। କର୍କଟ : ସପ୍ତାହ ଏଆମ୍ଭରୁ କାର୍ଯ୍ୟସିଦ୍ଧି ଯୋଗ ରହୁଥିବାରୁ ଯେଉଁ କାମ କରିବେ ସେଥିରେ ସଫଳତା ପାଇ ପାରନ୍ତି ଓ ପ୍ରସିଦ୍ଧି ପାଇପାରନ୍ତି। ଅଟକିଥିବା କାମ ପୁଣି ଆରମ୍ଭ ହେବ।ସପ୍ତାହ ମଝି ଆଡକୁ ବିବାଦ ଯୋଗ ରହୁଛି, ଏଣୁ ଘରେ ବା ଅଫିସ/କର୍ମକ୍ଷେତ୍ରରେ ନିଜ ବାଣୀକୁ ଲଗାମ ଦିଅନ୍ତୁ। ସପ୍ତାହ ଶେଷ ଆଡକୁ କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ଅନେକବାର ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। କୌଣସି ପୁରୁଣା ପରିଚିତିଙ୍କ ସହିତ ମିଳାମିଶା ହେଇପାରେ। ସିଂହ :ଚଳିତ ସପ୍ତାହର ଶେଷ 3 ଦିନ ଛାଡିଦେଲେ, ଏ ପୁରା ସପ୍ତାହ ଆପଣ କାର୍ଯ୍ୟବ୍ୟସ୍ତ ରହିବେ। ସପ୍ତାହର ପ୍ରଥମ ଦୁଇଦିନ ଏପରି କାମ କରିବେ ଯେଉଁଥିରେ ମୁଣ୍ଡଖର୍ଚ୍ଚ ଅଧିକ ହେବ ଓ ଥକ୍କାପଣ ଲାଗିବ। ତେବେ ଅନ୍ୟର ନିର୍ଦ୍ଦେଶ ଅପେକ୍ଷା ନିଜେ ବୁଝିବିଚାରି କାର୍ଯ୍ୟ କରିବା ଉଚିତ ହେବ। ସପ୍ତାହର ଶେଷ ଆଡକୁ ପାରିବାରିକ ଖର୍ଚ୍ଚ କରିବେ। ମନରେ ଉତ୍ସାହ ବଢିବ। କନ୍ୟା : ଆପଣଙ୍କ ରାଶିର ବ୍ୟକ୍ତି ଏ ସପ୍ତାହରେ ନୂଆ ଯୋଜନାର ରୂପରେଖ ପ୍ରସ୍ତୁତି ରେ ବ୍ୟସ୍ତ ରହିବେ। ଭୋଗବିଳାସର ଯୋଗ ରହିଛି ଓ ନିଜ ପାଇଁ କୌଣସି ଏକ ସୌଖିନ ଦ୍ରବ୍ୟ କିଣିପାରନ୍ତି। ଚଳିତ ସପ୍ତାହରେ ଏକ ମହତ୍ତ୍ବପୂର୍ଣ୍ଣ ଯାତ୍ରା କରିପାରନ୍ତି। ବନ୍ଧୁଙ୍କ ସହଯୋଗ ମିଳିବ। ଆପଣଙ୍କ ସଚ୍ଚୋଟପଣିଆ ସତ୍ତ୍ୱେ ସଫଳତା ମିଳିବା ସନ୍ଦେହଜନକ। ତୁଳା : ଏ ସପ୍ତାହ ଆରମ୍ଭରୁ ଲାଭ-ହାନି ଯୋଗ ରହୁଥିବାରୁ ଅର୍ଥିକକ୍ଷେତ୍ରରେ ଉତ୍ଥାନ-ପତନ ଲାଗି ରହିବ। କୌଣସି ବଡ଼ ଯୋଜନା କାର୍ଯ୍ୟକାରୀ କରିପାରନ୍ତି। ଯାତ୍ରା ସ୍ଥଗିତ ରଖିପାରନ୍ତି। ମହିଳା ବର୍ଗଙ୍କ ସହିତ ବିବାଦ ଲାଗିରହିପାରେ। ଆର୍ଥିକ ଚିନ୍ତା ଲାଗି ରହିବ। ବିଛା : ଆର୍ଥିକ ଲାଭ ବା ସେହିପରି କିଛି ସମ୍ବାଦ ପାଇ ସପ୍ତାହ ଆରମ୍ଭରୁ ଖୁସିରେ ରହିବେ। ତେବେ ସପ୍ତାହ ମଝି ଆଡକୁ କୌଣସି ଏକ ସମସ୍ୟାରେ ପଡିପାରନ୍ତି। ଯଦି କୌଣସି ବଡ଼ ଫଇସଲା କରିବାର ଅଛି ତେବେ ସପ୍ତାହ ଆରମ୍ଭରୁ କରି ନିଅନ୍ତୁ ଅନ୍ୟଥା ସପ୍ତାହ ମଝିରେ ନିଷ୍ପତ୍ତି ନେଲେ ଏହା ଭୁଲ ହେଇପାରେ। ସପ୍ତାହ ଶେଷ ଆଡକୁ ସମସ୍ୟା କମିବ ଓ ଆତ୍ମ ବିଶ୍ଵାସ ବଢିବ। ଧନୁ : ସପ୍ତାହ ଆରଂଭରୁ କୌଣସି ଏକ ନୂଆ ଯୋଜନା ରେ ଅର୍ଥ, ସମୟ ନିବେଶ କରିପାରନ୍ତି ଓ ଏଥିରେ ସଫଳତା ପାଇପାରନ୍ତି। ତେବେ ସପ୍ତାହର ପ୍ରଥମ ପାଞ୍ଚଦିନ କୌଣସି ବଡ଼ ନିବେଶ ପାଇଁ ନିଷ୍ପତ୍ତି ନେଇପାରନ୍ତି, ଯେଉଁଥିରେ କ୍ଷତିର ସମ୍ଭାବନା ମଧ୍ୟ ରହିଛି। ସପ୍ତାହ ଶେଷ ଆଡକୁ ଅଯଥା ଖର୍ଚ୍ଚ ପାଇଁ ବ୍ୟଥିତ ରହିବେ। ମକର : ଏ ସପ୍ତାହ ଆପଣଙ୍କ ଉପରେ ଭାଗ୍ୟଦେବୀ ପ୍ରସନ୍ନ ଅଛନ୍ତି ଓ ପୁରା ସପ୍ତାହ ଖୁସିବାସରେ କଟିବ। ଏହି ସପ୍ତାହରେ କରିଥିବା ପରିଶ୍ରମ ଆଗାମୀ ଦିନରେ ଆପଣଙ୍କୁ ସଫଳତା ଆଣିଦେବ। କୁମ୍ଭ : ସପ୍ତାହ ଆରଂଭରୁ ସାବଧାନତା ଅବଲମ୍ବନ କରିବା ବିଧେୟ। ନିଜେ ବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ ବା ଏପରି ଏକ ବ୍ୟକ୍ତିଙ୍କ ସହିତ ରୁହନ୍ତୁ ଯାହାଙ୍କ ଉପରେ ଆପଣଙ୍କ ଭରସା ଅଛି। ସପ୍ତାହ ମଧ୍ୟ ଓ ଶେଷ ଭାଗ ଖୁସିବାସରେ କଟିବଓ ସଙ୍ଘର୍ଷ ମଧ୍ୟ ରହିବ। ମୀନ : ଏ ସପ୍ତାହ ଆପଣଙ୍କ ପାଇଁ ମିଶ୍ରିତ ଫଳ ରହିବ। ସପ୍ତାହର ଆରମ୍ଭ ଓ ଶେଷ ଭାଗ ସୁଖଶାନ୍ତିରେ ଭରା ଥିବା ବେଳେ ସପ୍ତାହ ମଝିରେ କୌଣସି କାରଣ ପାଇଁ ଦୁଃଖୀ ରହିପାରନ୍ତି। ତେବେ ସପ୍ତାହ ଆରଂଭରୁ ସୁଖଶାନ୍ତିରର କଟିବ।। ସପ୍ତାହ ମଝିରେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon