• ବେତାର ବ୍ୟୁରୋ

ପୂଜା ବେଦୀ : ମହିଳାଙ୍କ MeToo ପରି ଆରମ୍ଭ ହେଉ ପୁରୁଷଙ୍କ ପାଇଁ MenToo


(ବେତାର ବ୍ୟୁରୋ) ଟିଭି ସିରିଏଲ ‘ଜସ୍ସି ଜୈସି କୋଇ ନହିଁ” ରୁ ଲୋକପ୍ରିୟ ହେଇଥିବା ଟିଭି ତାରକା କରନ ଓବରଏଙ୍କ ନାମରେ ଯୌନ ଶୋଷଣ ଓ ପଇସା ଆଦାୟ ଅଭିଯୋଗ ଆସିବା ପରେ ଏ ନେଇ ମୁହଁ ଖୋଲିଛନ୍ତି ତାଙ୍କ ବାନ୍ଧବୀ ପୂଜା ବେଦି । ସେ କହିଛନ୍ତି ଯେ ମହିଳା ପରି ପୁରୁଷମାନେ ମଧ୍ୟ ମହିଳାଙ୍କ ଦ୍ଵାରା ଶୋଷିତ ହେଉଥିବାର ଖବର ସାମ୍ନାକୁ ଆସୁଥିବାରୁ ମହିଳାଙ୍କ ଇଣ୍ଟରନେଟ ଆନ୍ଦୋଳନ MeToo ପରି ଏବେ MenToo ଆନ୍ଦୋଳନ ଇଣ୍ଟରନେଟରେ ହେବା ଦରକାର ।

ସୂଚନାଯୋଗ୍ୟ ଯେ ପୂଜା ବେଦି କରନ ଓବରଏଙ୍କ ସହିତ ମିଶି ବ୍ୟାଣ୍ଡ ଅଫ ବଏଜ ନାମରେ ଏକ ଫିଲ୍ମ କିଛି ବର୍ଷ ପୂର୍ବେ କରିଥିଲେ । ମିଡିଆ ସହିତ କରନଙ୍କ ସପକ୍ଷରେ ଯୁକ୍ତି ବଢିବାବେଳେ ବେଦୀଙ୍କ ସହିତ ବ୍ୟାଣ୍ଡ ଅଫ ବଏଜର ପୁରୁଣା ଷ୍ଟାର କଷ୍ଟ ଯଥା ସୁଧାଂଶୁ ପାଣ୍ଡେ, ଚୈତନ୍ୟ ଭୋନସଲେ, ସିଦ୍ଧାର୍ଥ ହଲଦିପୁର ଓ କରନ ଓବରଏ ଙ୍କ ଭଉଣୀ ଗୁରବାଣୀ ଉପସ୍ଥିତ ଥିଲେ ।

ଫିଲ୍ମ ଦୁନିଆକୁ ଆସିବା ଆଗରୁ କରନ ଭାରତୀୟ ନୌସେନାରେ ପଦସ୍ଥ ଅଧିକାରୀ ଥିଲେ । ତେଣୁ ତାଙ୍କ ଜୀବନ ଶ୍ରୁଙ୍ଖଳିତ ଥିଲା । ପୂଜା ବେଦୀ କହିଛନ୍ତି ,”କରନକୁ ମୁଁ ପ୍ରାୟ 15 ବର୍ଷ ହେଲା ଜାଣିଛି । ମୋ ସହିତ କଥା ବାର୍ତ୍ତା ହେବା ବେଳେ ସେ କୌଣସି ମହିଳାଙ୍କୁ ଅଭଦ୍ର ବ୍ୟବହାର କରିବା ମୁଁ ଦେଖିନାହିଁ । ଏପରିକି କୌଣସି ମହିଳାଙ୍କ ସହିତ ଚିଲ୍ଲେଇ କରି କଥା ହେବାର ମଧ୍ୟ ମୁଁ ଶୁଣିନି। “

ଏପରି ଥିଲା ବିବାଦ

ନିକଟରେ ଗିରଫ ହେଇ ଜେଲରେ ଥିବା କରନଙ୍କ ନାମରେ ଏକ ଫେଶନ ଡିଜାଇନର ନିକଟରେ ଯୌନ ଶୋଷଣ ଓ ଏହାର ଭିଡିଓ ଉଠାଇ ଟଙ୍କା ପଇସା ଆଦାୟ କରୁଥିବାର FIR ପୋଲିସରେ ଦାଖଲ କରିଥିଲେ । ମହିଳାଙ୍କ ଅଭିଯୋଗ ମୁତାବକ ଯୌନ ଶୋଷଣ 2016 ରେ ହେଇଥିଲା ।

ପୂଜା ବେଦୀଙ୍କ କହିବା ଅନୁସାରେ ସେମାନେ 2018ରେ କରନଙ୍କ ଠାରୁ ଉକ୍ତ ମହିଳାଙ୍କ ବିଷୟରେ ଶୁଣିଥିଲେ । ଯଦିଓ ଦୁହେଁ 2016 ଶେଷରେ ଏକ ଡେଟିଙ୍ଗ ଆପ ଜରିଆରେ ଦେଖା ହେଇଥିବା କଥା କହିଥିଲେ , ତେବେ 2017ରୁ ଉଭୟ ଭିତରେ ଗଣ୍ଡଗୋଳ ଲାଗି ଆସୁଥିଲା । ଏପରିକି 2018ରେ କରନ ନିଜେ ଉକ୍ତ ମହିଳାଙ୍କ ବିରୁଦ୍ଧରେ ପୁଲିସ ପାଖରେ ଅଭିଯୋଗ କରିଥିଲେ ।

ଏହି ସବୁ ଘଟଣାକୁ ଦୃଷ୍ଟିରେ ରଖି କରନ ଓବରଏ ନିର୍ଦ୍ଦୋଷ ବୋଲି ପୂଜା କହିଛନ୍ତି ।

।'

MeToo

ଏହି ଅଭିଯାନରେ ଅନେକ ମହିଳା ସେମାନଙ୍କ ଜୀବନରେ କେବେ ନା କେବେ ଶୋଷିତ ହେଇଥିବାର କଥା ବର୍ଣ୍ଣନା କରିଥିଲେ । ଏହି ଅଭିଯୋଗ ଅନେକ ନାମୀଦାମୀ ଅଭିନେତା, ରାଜନେତା ଓ ଉଚ୍ଚ ପଦସ୍ଥ ଅଫିସରଙ୍କ ନାମରେ ଆସିଥିଲା । ଏପରିକି ବଲିଉଡ ନିର୍ଦ୍ଦେଶକ ସାଜିଦ ଖାନଙ୍କୁ ଏଥିପାଇଁ ଚଳଚ୍ଚିତ୍ର ‘ହାଉସଫୁଲ ପାର୍ଟ 4’ ନିର୍ଦ୍ଦେଶନାରୁ ଓହରିବାକୁ ପଡିଥିଲା ।

#Bollywood #metoo

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon