- ବେତାର ବ୍ୟୁରୋ
ସ୍ମାର୍ଟ ସମାଧାନ : ରାଜଧାନୀରେ ଯେ କୌଣସି ନେଟୱର୍କରୁ ମିଳିବ ମୋବାଇଲ ଇଣ୍ଟରନେଟ

(ବେତାର ବ୍ୟୁରୋ) ବାତ୍ୟା ‘ଫୋନି’ ପରେ ମୋବାଇଲ ସେବା ସଂପୂର୍ଣ୍ଣ ବ୍ୟାହତ ହେଇପଡିଥିବା ବେଳେ ଯେଉଁମାନେ ମୋବାଇଲ ନେଟୱର୍କ ପାଇପାରୁ ନ ଥିଲେ ସେମାନଙ୍କ ପାଇଁ ଖୁସି ଖବର । ଏଣିକି ସେମାନେ ନିଜ ମୋବାଇଲରେ ଯେ କୌଣସି ସିମ କାର୍ଡ ପଡିଥିଲେ ମଧ୍ୟ ଅନ୍ୟ ମୋବାଇଲ କମ୍ପାନୀର ନେଟୱର୍କ ବ୍ୟବହାର କରିପାରିବେ ।
ଏହା ସମ୍ଭବ ହେଇପାରିଛି କାରଣ ସମସ୍ତ ନେଟୱର୍କ କମ୍ପାନୀମାନେ ମିଶି ମିଳିତ ଭାବେ ଭୁବନେଶ୍ୱରରେ ଇଣ୍ଟରନେଟ ଯୋଗାଉଛନ୍ତି । ଏ ନେଇ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ଏହି ଟ୍ଵିଟରେ କୁହାଯାଇଛି ଯେ ବିଏସଏନଏଲ , ଆଇଡିଆ, ଭୋଡାଫୋନ ଓ ଜିଓ ଆଦି ଟେଲିକମ କମ୍ପାନୀ ମାନେ ନିଜର ନେଟୱର୍କକୁ ଏକତ୍ର କରି ଇଣ୍ଟରନେଟ ସେବା ପ୍ରଦାନ କରିବାର ନିଷ୍ପତ୍ତି ନେଇଛନ୍ତି ।
ତେବେ ଏଥିପାଇଁ ଆପଣଙ୍କୁ ନିଜର ମୋବାଇଲ ଫୋନରେ ସେଟଟିଙ୍ଗରେ କିଛିଟା ପରିବର୍ତ୍ତନ କରିବାକୁ ପଡିବ ।
ଏପରି ହେବ ସେଟିଂ
ପ୍ରଥମେ ଆପଣଙ୍କ ମୋବାଇଲର ସେଟିଙ୍ଗ ଅପସନକୁ ଯାଆନ୍ତୁ
-ଏହାପରେ ସିମ୍ କାର୍ଡ୍ସ ଆଣ୍ଡ୍ ମୋବାଇଲ୍ ନେଟୱାର୍କ ଅପସନରେ କ୍ଲିକ୍ କରି ଆପଣଙ୍କ ବ୍ୟବାର ଆବଶ୍ୟକୀୟ ସିମରେ କ୍ଲିକ୍ କରନ୍ତୁ
-ଏହାପରେ ମୋବାଇଲ ନେଟୱାର୍କସ ଅପସନରେ କ୍ଲିକ୍ କରି ମାନୁଆଲ ନେଟୱାର୍କ କରନ୍ତୁ,
-ଏହାପରେ ମୋବାଇଲ୍ ସ୍କ୍ରିନରେ ଦେଖାଉଥିବା ବିଭିନ୍ନ ନେଟୱାର୍କ ମଧ୍ୟରୁ ଆପଣ ଚାହୁଁଥିବା ମନମୁତାବକ ନେଟୱାର୍କ ସର୍ଭରରୁ ଯୋଗାଯୋଗ କରିପାରିବା ସହ ସମସ୍ତ ସୁବିଧା ପାଇପାରିବେ ।