• ବେତାର ବ୍ୟୁରୋ

ଅଜବ ବେତାର : 33 ଟଙ୍କା ଫେରସ୍ତ ପାଇଁ ଦୁଇବର୍ଷ ଦଉଡେଇଲେ ରେଳବିଭାଗ


(ବେତାର ବ୍ୟୁରୋ) ରେଳ ବିଭାଗ କେତେ ସମୟାନୁବର୍ତ୍ତିତାରେ ଟ୍ରେନ ଚଳାଇଥାଏ ତାହା ସମସ୍ତଙ୍କୁ ଜ୍ଞାତ ଥିବ । ସମସ୍ତେ ଊଣାଅଧିକେ ଥରେ ବା ଦୁଇଥର ଟ୍ରେନ ବିଳମ୍ବରେ ଆସିଥିବା ଅଙ୍ଗେ ନିଭେଇଥିବେ । ତେବେ ଏବେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ରେଳ ବିଭାଗର ଅପାରଗତାକୁ ଅନ୍ୟ ସବୁ ଅପାରଗତାଠୁ ପଛରେ ପକାଇ ଦେଇଛି ।

ରାଜସ୍ଥାନର ଏକ ଯାତ୍ରୀ ରେଳ ଟିକେଟ କାଟି ଏହାକୁ କ୍ୟାନସଲ କରିଥିଲେ । ଏହା ବାବଦରେ ରେଳ ବିଭାଗ ଭୁଲ ବଶତଃ ତାଙ୍କଠାରୁ 33ଟଙ୍କା କାଟି ବଳକା ପଇସା ଫେରସ୍ତ କରିଥିଲା । ଏହି ପଇସାକୁ ଫେରସ୍ତ ପାଇବା ପାଇଁ ଅନେକ ହଇରାଣ ହେବା ପରେ ରାଜସ୍ଥାନର କୋଟା ସହର ନିବାସୀ ସୁଜିତ ସ୍ଵାମୀଙ୍କୁ ଶେଷରେ ଚଳିତ ମାସରେ ରେଳ ବିଭାଗ ପଇସା ଫେରସ୍ତ କରିଛି ।

କ'ଣ ଥିଲା ବିବାବ

ସୁଜିତ ସ୍ଵାମୀ 2017 ମସିହା ଜୁଲାଇ ମାସ 2 ତାରିଖରେ ରାଜସ୍ଥାନରୁ ବାହାରୁଥିବା ଗୋଲ୍ଡେନ ଟେମ୍ପଲ ଟ୍ରେନରେ ଯାତ୍ରା କରିବା ପାଇଁ ଟିକେଟ କଟିଥିଲେ । ତେବେ ଜୁନ ମାସ ଶେଷ ସପ୍ତାହରେ କୌଣସି କାରଣବଶତଃ ସେ ଏହାକୁ କ୍ୟାନସଲ କରିବାକୁ ନିଷ୍ପତ୍ତି ନେଇଥିଲେ । ଟିକେଟର ମୂଲ୍ୟ ଟ.765 ହେଇଥିଲେ ମଧ୍ୟ କ୍ୟାନସଲ ଚାର୍ଜ ବାବଦକୁ ଓ ସରିଭ୍ସ ଟାକ୍ସ ମିଶାଇ ଟ.100 କାଟି ସ୍ବାମୀଙ୍କୁ ରେଳ ବିଭାଗ ଟ.665 ଫେରସ୍ତ କରିଥିଲେ ।

ଏହି ଟ.100 ମଧ୍ୟରୁ 65 ଟଙ୍କା କ୍ୟାନସଲ ଚାର୍ଜ ବାବଦକୁ ଓ 35 ଟଙ୍କା ସର୍ଭିସ ଚାର୍ଜ ବାବଦକୁ କାଟି ରଖାଯାଇଥିଲା । ତେବେ ଜୁଲାଇ 1 ପରେ ସାରା ଦେଶରେ ଜିଏସଟି ଲାଗୁ ହେବାରୁ ଏହି ସର୍ଭିସ ଚାର୍ଜ ବାବଦକୁ କଟାଯାଇଥିବା ଟ.35 ଫେରାଇବାକୁ ସ୍ଵାମୀ ଆବେଦନ କରିଥିଲେ ।

ଏ ସମ୍ପର୍କରେ ଆରଟିଆଇ ମାଧ୍ୟମରେ ଅନେକ ବାର ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ରେଳ ବିଭାଗ ସ୍ଵାମୀଙ୍କୁ ଏ ବିଭାଗରୁ ସେ ବିଭାଗ ଦଉଡାଇଥିଲା । ଶେଷରେ ଲୋକ ଅଦାଲତର ଦ୍ଵାରସ୍ଥ ହେଇଥିଲେ ସ୍ଵାମୀ ଓ ସେଠାରେ ମଧ୍ୟ ଅଦାଲତ ଏ ମାମଲା ତାଙ୍କର ଅଧିକାର ବାହାରେ କହି ଜାନୁଆରୀ 2019ରେ ଖାରଜ କରିଦେଇଥିଲେ ।

୨ ଟଙ୍କା ପାଇଁ ଲଢେଇ

ପରେ ଗତ ଏପ୍ରିଲ ମାସରେ ରେଳ ବିଭାଗ ତରଫରୁ ଏହା କୁହାଯାଇଥିଲା ଯେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଦାୟ ହେଇଥିବା ସର୍ଭିସ ଟାକ୍ସ ଫେରସ୍ତ ନ କରିବାକୁ ନିଷ୍ପତ୍ତିରେ ପରିବର୍ତ୍ତନ ହେଇଛି ଓ ସ୍ବାମୀଙ୍କୁ ଟ35 (ଜିଏସଟି କାଟି ଟ 33) ଫେରସ୍ତ ହେବ) । ପରେ ଏହା ହୋଇଥିଲା ମଧ୍ୟ ।

ଆରଟିଆଇରେ ହସ୍ତଗତ ତଥ୍ୟ ଅନୁସାରେ ରେଳ ବିଭାଗ ପ୍ରାୟ ତିନି କୋଟି 34 ଲକ୍ଷ ଟଙ୍କା ଯାତ୍ରୀ ମାନଙ୍କ ଠାରୁ ସର୍ଭିସ ଟାକ୍ସ ହିସାବରେ ଟିକେଟ କ୍ୟାନସଲ କରିବା ସମୟରେ ଆଦାୟ କରିଛି ଯାହା ବିଷୟରେ ସେହି ଯାତ୍ରୀମାନେ ଅବଗତ ନୁହନ୍ତି ।

ତେବେ ରେଳ ବିଭାଗ ପୁନଶ୍ଚ ଦୁଇ ଟଙ୍କା କାଟି ନେଇ ଥିବାରୁ ଏହାକୁ ଫେରସ୍ତ ପାଇବା ପାଇଁ ଲଢେଇ ଜାରି ରଖିବେ ବୋଲି ସ୍ଵାମୀ କହିଛନ୍ତି ।

#IndianRail #oddnews #India

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon