• ବେତାର ବ୍ୟୁରୋ

ଟିକଟକ୍ ବେତାର : ଏବେ କେବଳ ଏହି ବୟସର ପିଲା ଦେଖିପାରିବେ


(ବେତାର ବ୍ୟୁରୋ) ଟିକଟକ୍ ମୋବାଇଲ ଆପ ବର୍ତ୍ତମାନ ଡାଉନଲୋଡ ପାଇଁ ପୁନର୍ବାର ବିଭିନ୍ନ ଆପ ଷ୍ଟୋରରେ ଉପଲବ୍ଧ । ଏହାର ପ୍ରଚାର ପ୍ରସାର ପାଇଁ କମ୍ପାନୀ ପ୍ରତିଦିନ ଏହାର ସର୍ବାଧିକ ପ୍ରଚାରକାରୀଙ୍କୁ ଦୈନିକ 1 ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଛି । ଏଥି ସହିତ  କମ ବୟସର କୋମଳମତି ଶିଶୁଙ୍କ ଉପରେ ଖରାପ ପ୍ରଭାବ ପକାଉଥିବାରୁ ବିବାଦରେ ଫସିଥିବା ମୋବାଇଲ ଭିଡିଓ ଶେୟରିଙ୍ଗ ଆପ ଟିକଟକ୍ ନିକଟରେ କେତେଗୁଡିଏ ସେଫଟି ଫିଚର ନିଜ ଆପ୍ ରେ ଅନ୍ତର୍ଭୁକ୍ତ କରିଛି ।

ଏହି ଫିଚର ବ୍ୟବହାର କରି ପିତାମାତାମାନେ ସେମାନଙ୍କ ସନ୍ତାନର ଏହି ଆପ୍ ର ଦେଖିବା ସମୟ ଓ କେଉଁ ବୟସର ଶିଶୁ ଏହା ଦେଖିପାରିବେ ତାହାକୁ ନିୟନ୍ତ୍ରିତ କରିପାରିବେ ।

ଏମିତି ମିଳିବ 1 ଲକ୍ଷ ଟଙ୍କା

ଯେଉଁ ଟିକଟକ ବ୍ୟବହାରକାରୀମାନେ ଫେସବୁକ, ଟ୍ଵିଟର ଆଦିରେ #TikTokReturns  ସହିତ ଏହାକୁ ଡାଉନଲୋଡ କରିବାର ଲିଙ୍କ ଶେୟର କରିବେ ସେମାନଙ୍କ ମଧ୍ୟରୁ ଦୈନିକ ତିନି ଜଣଙ୍କୁ କମ୍ପାନୀ ଲଟେରୀ ମାଧ୍ୟମରେ ବାଛି ସେମାନଙ୍କୁ ଟ. 1 ଲକ୍ଷ ଲେଖାଏଁ ପ୍ରଦାନ କରିବ । କମ୍ପାନୀ ତରଫରୁ ଏହି ପ୍ରଚାରପ୍ରସାର କାର୍ଯ୍ୟ ମେ’ 16 ତାରିଖ ଯାଏଁ ଚାଲିବ ବୋଲି କୁହାଯାଇଛି ।

ଏପରି ପ୍ରଚାର ପ୍ରସାର କରି କମ୍ପାନୀର ଅନେକ ଲାଭ ହେଇଛି । ଗୁରୁବାର କମ୍ପାନୀ ତରଫରୁ କୁହାଯାଇଥିଲା ଯେ ଡାଉନଲୋଡ ପାଇଁ ଉପଲବ୍ଧ ହେବା ପରେ ପରେ ଏହା ସର୍ବାଧିକ ଡାଉନଲୋଡ କରାଯାଇଥିବା ଆପ୍ ହିସାବରେ ପରିଗଣିତ ହେଇଛି ।  

ଟିକଟକ୍ ଆପ୍ ରେ ଅଶ୍ଳୀଳ ଭିଡିଓ ବାରମ୍ବାର ଆସୁଥିବାରୁ ଏହାକୁ ବ୍ୟାନ କରିବାକୁ ମାଦ୍ରାସ ହାଇକୋର୍ଟ ନିକଟରେ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ । ଏହାପରେ କେନ୍ଦ୍ର ସରକାର ଗୁଗୁଲ କୁ ନିର୍ଦ୍ଦେଶ ଦେଇ ଏହାର ଡାଉନଲୋଡ ଉପରେ ବ୍ୟାନ ଲଗାଇ ଥିଲେ । ଏହା ପରେ ସୁପ୍ରିମକୋର୍ଟରେ କେତେକ ସର୍ତ୍ତ ସହିତ ଟିକଟକ୍ ଉପରୁ ନିଷେଧଜ୍ଞା ହଟିଥିଲା ।

ସେଫଟି ଫିଚର

ଟିକଟକ୍ ପକ୍ଷରୁ ଜାରି ହେଇଥିବା ଏକ ସନ୍ଦେଶରେ କୁହାଯାଇଛି ଯେ ଏଣିକି ଏହି ଆପ୍ ରେ ଥିବା ରେଷ୍ଟ୍ରିକେଟେଡ ମୋଡ (Restricted Mode) ରେ 13 ବର୍ଷରୁ କମ ବୟସର ପିଲା ଦେଖିପାରିବେ ନାହିଁ । ତେବେ ଏଥିପାଇଁ ଏହି ବୟସରୁ କମ ଶିଶୁମାନଙ୍କ ପିତାମାତାମାନେ ଏହାର ସେଟିଙ୍ଗ ଅପ୍ସନକୁ ଯାଇ  ବୟସ ପାଇଁ ନିର୍ଦ୍ଧାରିତ ସ୍ଥାନରେ ସେଟିଙ୍ଗ ଅନ୍ କରିଦେବେ । ଏହା ପରେ ଯଦି କମ ବୟସର ବାଳକ/ବାଳିକା ଆପତ୍ତିଜନକ ଭିଡିଓ ଦେଖିବାକୁ ଚାହାନ୍ତି , ତାହେଲେ ସେମାନଙ୍କୁ ଏକା ପାସୱାର୍ଡ ଦେବାକୁ ପଡିବ ,ଅନ୍ୟଥା ସେମାନେ ଏହାକୁ ଦେଖିପାରିବେ ନାହିଁ ।

ସେହିପରି ଯେଉଁ ଅଭିଭାବକମାନେ ଚାହାନ୍ତି ସେମାନଙ୍କ ଶିଶୁ ଅଧିକ ସମୟ ଟିକଟକ ନ ଦେଖୁ, ସେମାନେ ଚାହିଁଲେ, ସ୍କିନ ରେଷ୍ଟ୍ରିକ୍ସନ ମୋଡ ସାହାଯ୍ୟରେ ସନ୍ତାନଙ୍କ ଦେଖିବା ସମୟକୁ ନିୟନ୍ତ୍ରଣ କରିପାରିବେ ।

ସେହିପରି କି ୱାର୍ଡ ଲକ ଫିଚର ସାହାଯ୍ୟରେ କିଛି ଶବ୍ଦର ସର୍ଚକୁ ବନ୍ଦ କରିହେବ ।ଏପରିକି  କୌଣସି ଭିଡିଓ ଆପତ୍ତିଜନକ ଲାଗିଲେ ଏହା ବିରୁଦ୍ଧରେ ରିପୋର୍ଟ କରିହେବ , ଯାହାକୁ ଟିକଟକ୍ କର୍ତ୍ତୃପକ୍ଷ ବିଚାର କରି ହଟେଇଦେବେ ବୋଲି କମ୍ପାନୀ ତରଫରୁ କୁହାଯାଇଛି ।

#tiktok #smartphoner #porncontent

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon