• ବେତାର ବ୍ୟୁରୋ

ଭାଇରାଲ ଫୋଟୋ : ରାସ୍ତାରେ ସିଙ୍ଘମ ଷ୍ଟାଇଲରେ ଅପରାଧୀ ଧରିଲେ ଏହି ମହିଳା ପୁଲିସ


(ବେତାର ବ୍ୟୁରୋ) ରାସ୍ତାରେ ଅପରାଧୀଙ୍କୁ ଗୋଡାଇ ଗୋଡାଇ ପୁଲିସ ଧରୁଥିବାର ଦୃଶ୍ୟ ଫିଲ୍ମରେ ନିଶ୍ଚୟ ଦେଖିଥିବେ , ହେଲେ ବାସ୍ତବ ଜୀବନରେ ଏସବୁ ଘଟଣା ଅତ୍ୟନ୍ତ ବିପଦପୂର୍ଣ୍ଣ । ତେବେ ଏହିପରି ଏକ ଘଟଣା ବାସ୍ତବ ଜୀବନରେ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଲିଗଡ ସହରରେ ।

ସେଠାରେ ଏକ କୁଖ୍ୟାତ ଅପରାଧୀ ସହରର ବ୍ୟସ୍ତ, ଗହଳିପୂର୍ଣ୍ଣ ଇଲାକାରେ ଏକ କାରରେ ଯାଉଥିବାର ଦେଖି ଏହାର ପିଛା କରିଥିଲେ ଆଲିଗଡ ସହରର ବନ୍ନୋଦେବୀ ଥାନା ଅଧିକାରୀ ଅରୁଣା ରାଏ । କିଛି ବାଟ ଗୋଡାଇବା ପରେ ସେ ଏହାକୁ ଧରିବାରେ ସକ୍ଷମ ହେଇପାରିଥିଲେ ।

ଫିଲମି ଷ୍ଟାଇଲରେ ଘଟଣା

କୁଖ୍ୟାତ ଅପରାଧୀ ବିରେନ୍ଦ୍ର ଓରଫ ବଳିୟାକୁ ଧରିବାକୁ ଯାଉଥିବା ବେଳେ ସେ ପୋଲିସ କର୍ମଚାରୀଙ୍କ ଉପରେ କାର୍‌ ଚଢାଇ ଦେବାକୁ ଚେଷ୍ଟା କରିଥିଲେ। ଫଳରେ ଜଣେ କନଷ୍ଟେବଳ ଆହତ ମଧ୍ୟ ହୋଇଥିଲେ। ଏହାସହ ରାସ୍ତାରେ ଯାଉଥିବା ଅନ୍ୟ ୬ ଜଣଙ୍କୁ ମଧ୍ୟ ଅପରାଧି ବିରେନ୍ଦ୍ରଙ୍କ କାର୍‌ ଧକ୍କା ଦେଇଥିଲା। ହେଲେ ଏହି ସମୟରେ ବିରେନ୍ଦ୍ରଙ୍କୁ ପିଛା କରୁଥିବା ପୋଲିସ ଟିମ୍‌ରେ ଥିବା ଲେଡି ଇନ୍ସପେକ୍ଟର ଅରୁଣା ରାୟଙ୍କ ସିଂଘମ ଅବତାର ଦେଖିବାକୁ ମିଳିଥିଲା।

ବିଜ୍‌ ରାସ୍ତାରେ ହାତରେ ପିସ୍ତଲ ଧରି ସେ ଦୌଡି ଦୌଡି ବିରେନ୍ଦ୍ରଙ୍କୁ ପିଛା କରିବା ସହ ତାଙ୍କ ସହଯୋଗୀଙ୍କ ସହଯୋଗ କ୍ରମେ ଶେଷରେ ଅପରାଧୀ ବିରେନ୍ଦ୍ରଙ୍କୁ ଧରିବାରେ ସଫଳ ହେଇଥିଲେ ।

ଏହି ଦୃଶ୍ୟକୁ ରାସ୍ତାରେ ଯାଉଥିବା ଅନେକ ଦେଖଣାହାରୀ ନିଜ ମୋବାଇଲରେ ତୋଳି ଧରିଥିଲେ ଓ ପରେ ସୋସିଆଲ ମିଡିଆରେ ତାଙ୍କୁ ଲେଡି ସିଙ୍ଘମ ନାମରେ ସମ୍ବୋଧିତ କରିଥିଲେ ।

ପୂର୍ବରୁ ପରିଚିତ

ଏହି ମହିଳା ଇନ୍ସପେକ୍ଟର ପୂର୍ବରୁ ଉତ୍ତରପ୍ରଦେଶରେ କ୍ଷମତାସୀନ ଯୋଗୀ ସରକାରଙ୍କ ଏକ ନେତାଙ୍କ ନିର୍ଦ୍ଦେଶକୁ ନିୟମ ବିରୁଦ୍ଧ କହି ମନି ନ ଥିଲେ ଓ ଏହା ମଧ୍ୟ ସୋସିଆଲ ମିଡିଆରେ ସର୍ବାଧିକ ପ୍ରସାରିତ ହେଇଥିଲା । ଏହା ପରେ ତାଙ୍କର ବଦଳି ଆଲିଗଡ ସହରକୁ ହେଇଥିଲା । ସେଠାରେ ମଧ୍ୟ ତାଙ୍କର ସାହସିକତା ଦେଖିବାକୁ ମିଳିଛି ଯାହାକୁ ଆଲିଗଡ ପୁଲିସ ନିଜେ ଟ୍ଵିଟ କରି ଜଣାଇଛି ।

#LadySingham #uppolice #crime #oddnews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon