- ବେତାର ବ୍ୟୁରୋ
ପୁରୁଷଙ୍କ ତୁଳନାରେ ମହିଳାଙ୍କ ମସ୍ତିଷ୍କ ଅଧିକ ଆକ୍ଟିଭ : ସର୍ଭେ

(ବେତାର ବ୍ୟୁରୋ) ଆଜିକାଲି ମହିଳମାନେ ପୁରୁଷଙ୍କଠାରୁ ପ୍ରତ୍ୟେକ କ୍ଷେତ୍ରରେ ଆଗରେ ରହିଛନ୍ତି। ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ସ୍ମାର୍ଟ ହୋଇଥାନ୍ତି। ଶରୀର ବିଜ୍ଞାନ ଅନୁସାରେ ଯଦିଓ ପୁରୁଷଙ୍କ ମସ୍ତିଷ୍କର ଆକାର ମହିଳାଙ୍କ ଠାରୁ ଆକରରେ ବଡ଼ ହୋଇଥାଏ, କିନ୍ତୁ ଏହା ଦୃତ ବେଗରେ କାମ କରି ନ ଥାଏ । ମହିଳା ଓ ପୁରୁଷଙ୍କ ମସ୍ତିଷ୍କକୁ ନେଇ ନିକଟରେ ହୋଇଥିବା ଏକ ସର୍ଭେ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ମହିଳାଙ୍କ ମସ୍ତିଷ୍କ ସମାନ ବୟସର ପୁରୁଷଙ୍କ ତୁଳନାରେ ୟଙ୍ଗ ବା ଅଧିକ ତରୁଣ ରହିଥାଏ।
ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ ଏକାଡେମୀ ଅଫ୍ ସାଇନ୍ସର ଏକ ଗବେଷଣାରେ ୨୦୫ ଜଣ ଲୋକଙ୍କ ମସ୍ତିଷ୍କକୁ ଅଧ୍ୟୟନ କରାଯାଇଥିଲା। ଏହି ଗବେଷଣାରେ ୨୦ରୁ ୮୪ ବର୍ଷ ବୟସର ୧୨୧ ଜଣ ମହିଳା ଓ ୮୪ ଜଣ ପୁରୁଷଙ୍କୁ ସାମିଲ୍ କରାଯାଇଥିଲା। ଗବେଷକମାନେ ମହିଳାଙ୍କ ମସ୍ତିଷ୍କର ମେଟାବଲିଜମ୍ କାର୍ଯ୍ୟକଳାପର ତଥ୍ୟକୁ ନେଇ ଗବେଷଣା କରିଥିଲେ ।
ଏହି ତଥ୍ୟରୁ ଜଣାପଡ଼ିଛି ମହିଳାଙ୍କ ବୟସ ଅନୁସାରେ ସେମାନଙ୍କର ମସ୍ତିଷ୍କ ୩.୮ ବର୍ଷ ବା ପାଖାପାଖି 4 ବର୍ଷ ଅଧିକ ତରୁଣ ରହିଥାଏ। ଠିକ୍ ସେହିଭଳି ଭାବେ ପୁରୁଷଙ୍କ ମସ୍ତିଷ୍କର ବୟସ ବାହାର କରାଯାଇଥିଲା। କିନ୍ତୁ ପୁରୁଷଙ୍କ ବାସ୍ତବିକ ବୟସ ତୁଳନାରେ ସେମାନଙ୍କର ମସ୍ତିଷ୍କର ବୟସ ୨.୪ ବର୍ଷ ବଡ଼ ଥିବା ଜଣାପଡ଼ିଥିଲା। ଅର୍ଥାତ୍ ସମାନ ବୟସର ପୁରୁଷଙ୍କ ତୁଳନାରେ ମହିଳାଙ୍କ ମସ୍ତିଷ୍କର ବୟସ ପାଖାପାଖି ୬.୨ ବର୍ଷ ଅଧିକ ୟଙ୍ଗ ବା ଆକ୍ଟିଭ୍ ହୋଇଥାଏ।
ବୟସ ବଢିବା ସହିତ ସାଧାରଣତଃ ମସ୍ତିସ୍କ ମଧ୍ୟ ବୟସ୍କ ହେଇଥାଏ--ଏହି ଧାରଣା ନେଇ ଏହି ଗବେଷଣାଟି ଆରମ୍ଭ କରଯାଇଥିଲା । ତେବେ ଆଶ୍ଚର୍ଯ୍ୟଜନକ ଭାବେ ମହିଳାଙ୍କ ମସ୍ତିସ୍କ ବୟସ ଅନୁସାରେ ପୁରୁଷଙ୍କ ତୁଳନାରେ ବୟସ୍କ ହେଇ ନ ଥାଏ ବୋଲି ମହିଳାଙ୍କ ମସ୍ତିଷ୍କ କାର୍ଯ୍ୟଗତି ଅଧ୍ୟୟନ ପରେ ଜଣାପଡିଥିଲା ।
ମହିଳାଙ୍କ ମସ୍ତିଷ୍କ ପୁରୁଷଙ୍କ ମସ୍ତିଷ୍କ ତୁଳନାରେ ଉତ୍ତମ ଭାବେ କାମ କରିଥାଏ। ମହିଳାଙ୍କ ମସ୍ତିଷ୍କର ଅନେକ ଭାଗ ପୁରୁଷଙ୍କ ମସ୍ତିଷ୍କ ତୁଳନାରେ ଅଧିକ ସକ୍ରିୟ ହୋଇଥାଏ। ତେଣୁ କୌଣସି ବି ପରିସ୍ଥିତିକୁ ସହିବା ପାଇଁ ମହିଳାଙ୍କ ମସ୍ତିଷ୍କ ପୁରୁଷଙ୍କ ମସ୍ତିଷ୍କ ତୁଳନାରେ ଉତ୍ତମ ଭାବେ କାମ କରିଥାଏ। ସେଥିପାଇଁ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ସ୍ମାର୍ଟ ହୋଇଥାନ୍ତି ଓ ବୁଦ୍ଧିମତୀ ମଧ୍ୟ ହୋଇଥାନ୍ତି ବୋଲି ଗବେଷକମାନେ କହିଛନ୍ତି।