• ବେତାର ବ୍ୟୁରୋ

ଜାଣନ୍ତୁ : ଅନଲାଇନରେ କିପରି ଭରିବେ ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି ଏଣ୍ଟ୍ରାନ୍ସ ଫର୍ମ


(ବେତାର ବ୍ୟୁରୋ) ଆସନ୍ତା 2019-20 ଶିକ୍ଷା ବର୍ଷରେ ପିଜି ବା ସ୍ନାତକୋତ୍ତର ବିଭାଗରେ ଶିକ୍ଷାଲାଭ ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ ଉତ୍କଳ ବିଶ୍ବବିଦ୍ୟାଳୟରେ ପଢିବା ପାଇଁ ଏବେ ଆବେଦନ କରିପାରିବେ । ମହାବାତ୍ୟା ଫୋନି ଯୋଗୁଁ ଯେଉଁ ବିଳମ୍ବ ହେଇଥିଲା, ତାହା ଆଉ ଆବେଦନ ପ୍ରକ୍ରିୟା ପାଇଁ ବାଧା ସୃଷ୍ଟି କରୁନାହିଁ । ତେଣୁ ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହେଇସାରିଛି ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଅନଲାଇନ ମୂଲ୍ୟାୟନ

ଚଳିତ ବର୍ଷ ପରୀକ୍ଷା ପଦ୍ଧତିରେ ସଂସ୍କାର ଅଣାଯାଇ ପରୀକ୍ଷା ପଦ୍ଧତିକୁ ସଂପୂର୍ଣ୍ଣ ଭାବେ ଅନଲାଇନ କରାଯାଇଛି । ଅନଲାଇନରେ ଆବେଦନ ପ୍ରକ୍ରିୟା ମେ’ 30 ଯାଏଁ ଚାଲିବ ଓ ଜୁନ 20 ତାରିଖରେ ସମସ୍ତ ବିଷୟ (ପିଜି ଓ ସେଲ୍ଫ ଫାଇନାନ୍ସିଙ୍ଗ ବିଷୟ) ପାଇଁ ଏଣ୍ଟ୍ରାନ୍ସ ପରୀକ୍ଷା ହେବ । ସମସ୍ତ ପରୀକ୍ଷା ଇଞ୍ଜିୟରିଙ୍ଗ ଏଣ୍ଟ୍ରାନ୍ସ ଭଳି ଓଏମାର ଶିଟ୍ ରେ ହେବ ।

ପରୀକ୍ଷାରେ ସର୍ବମୋଟ 100ଟି ପ୍ରଶ୍ନ ରହିବ ଯାହାକୁ 90 ମିନିଟରେ ଉତ୍ତର ଦେବାକୁ ପଡିବ । ପ୍ରତ୍ଯେକ ଠିକ ଉତ୍ତର ପାଇଁ 1 ନମ୍ବର ମିଳିବ ଓ ସେହିପରି ପ୍ରତ୍ଯେକ ଭୁଲ ଉତ୍ତର ପାଇଁ 0.25 ମାର୍କ କଟିଯିବ । ଅର୍ଥାତ ଚାରୋଟି ଭୁଲ ଉତ୍ତର ପାଇଁ ଏକ ନମ୍ବର କଟିବ ।

ଏହି ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଯେଉଁ ବିଷୟରେ ପରୀକ୍ଷା ପାଇଁ ଚୟନ କରିଥିବେ ସେହି ବିଷୟରୁ 75 ମାର୍କ ଓ ବାକି 25 ମାର୍କର ପ୍ରଶ୍ନ ସେହି ବିଷୟରେ ବ୍ୟବହାରିକ ଜ୍ଞାନ/ସଚେତନତା ସମ୍ବନ୍ଧରେ ଆସିବ ।

ଏମିତି ଭରିବେ ଅନଲାଇନ ଫର୍ମ

ଉତ୍କଳ ବିଶ୍ୱବିଦ୍ୟାଳୟ ୱେବସାଇଟକୁ ଯାଇ ଫର୍ମ ପୂରଣ କରିବା ଆଗରୁ ପ୍ରଥମେ ଏହି ସବୁ କଥା ପାଖରେ ରଖନ୍ତୁ ।

୧. ନିଜ ପାସପୋର୍ଟ ସାଇଜର ସ୍କାନ ଫୋଟୋ (ଚଉଡା 150 ପିକ୍ସେଲ x ଉଚ୍ଚତା 180 ପିକ୍ସେଲ) ଯାହାର ସାଇଜ 200 KBରୁ ଅଧିକ ହେଇ ନ ଥିବ

୨.ଏକ ସାଧା କାଗଜରେ ନିଜ ଦସ୍ତଖତ କରି ଏହାର ଫୋଟୋ ମୋବାଇଲରେ ଉଠାନ୍ତୁ । ପରେ ଏହାର ଫୋଟୋକୁ ସଫ୍ଟୱେରରେ ଏଡିଟ କରି ସାଇଜ 50KBରେ ସୀମିତ ଓ jpg ଫର୍ମ୍ଯାଟରେ ରଖନ୍ତୁ ।

ଏହା ବାଦ ଯଦି ଆପଣଙ୍କର ଜାତି ପ୍ରମାଣପତ୍ର, ଶାରୀରିକ ଅକ୍ଷମତା ପ୍ରମାଣପତ୍ର, ଚାକିରି କରୁଥିଲେ ଅଧିକାରଙ୍କ ନୋ ଅବଜେକସନ ସାର୍ଟିଫିକେଟ , ଥାନାରେ ମାମଲା ଥିଲେ ତାହାର ପ୍ରମାଣ ଇତ୍ୟାଦିର ପ୍ରମାଣପତ୍ର ସ୍କାନ କରି ପାଖରେ ରଖନ୍ତୁ ।

ଏହାଛଡା ଏକ ମୋବାଇଲ ନମ୍ବର ଓ ନିଜ ଇ-ମେଲ ଆଇଡି ଯେପରି ଥାଏ ତାହା ସୁନିଶ୍ଚିତ କରନ୍ତୁ ।

ଫର୍ମ ପୂରଣ

ଫର୍ମ ପୂରଣ ପାଇଁ ଏହିଠାରେ କ୍ଲିକ କରନ୍ତୁ

ଏହି ଲିଙ୍କରେ ଯାଇ ସବା ତଳେ ଲେଖାଥିବା New Registration ଟାବରେ କ୍ଲିକ କଲେ ତଥ୍ୟ ପୂରଣ ପାଇଁ ଚିତ୍ର ସାମ୍ନାରେ ଆସିବ । ଏଠାରେ ଆବଶ୍ଯକୀୟ ତଥ୍ୟ ଦେଇ ରେଜିଷ୍ଟ୍ରେସନ କରନ୍ତୁ । ଏହାପରେ ଅନଲାଇନ ପେମେଣ୍ଟ ବ୍ୟାଙ୍କ ଜରିଆରେ ଟଙ୍କା ପଇଠ କରିସାରିବା ପରେ ଆପଣଙ୍କ ମୋବାଇଲ ନମ୍ବର ତଥା ଇ-ମେଲ ଆଇଡିକୁ ଏକ Log IN ଆଇଡି ଓ ପାସୱାର୍ଡ ଆସିଯିବ ।

ଏହାପରେ ଲଗ ଇନ କରି ଆପଣ ଆବେଦନ ଫର୍ମ ପୂରଣ କରିପାରିବେ । ଯେଉଁମାନେ ଗ୍ରାଜୁଏସନ ପରୀକ୍ଷା ଦେଇ ଏହାର ଫଳାଫଳକୁ ଅପେକ୍ଷା କରିଛନ୍ତି ସେମାନେ ଫଳାଫଳ ପ୍ରକାଶ ପାଇବା ପରେ ନିର୍ଦ୍ଦିଷ୍ଟ ତାରିଖ ଭିତରେ ବିଶ୍ଵବିଦ୍ୟାଳୟରେ ଏହାକୁ ଜମା କରିପାରିବେ । ତେବେ କେଉଁ ବିଷୟରେ ପରୀକ୍ଷା ଦେଇଛନ୍ତି ସେ ବିଷୟରେ ସମସ୍ତ ତଥ୍ୟ ୱେବସାଇଟରେ ଦେବାକୁ ହେବ ।

ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ଡାଉନଲୋଡ କରିବା ପାଇଁ ସନ୍ଦେଶ ମୋବାଇଲ ନମ୍ବର ଓ ଇ-ମେଲ ଆଇଡିକୁ ଆସିଯିବା ବୋଲି ବିଶ୍ୱବିଦ୍ୟାଳୟ ୱେବସାଇଟରେ ଉଲ୍ଲେଖ ରହିଛି ।

#competitveexam #exampreparation

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon