• ବେତାର ବ୍ୟୁରୋ

ମେ' 13-19 ରାଶିଫଳ : ଏ ସପ୍ତାହରେ ନଅଟି ରାଶି ପାଇଁ ଶୁଭ ସଂକେତ


(ବେତାର ବ୍ୟୁରୋ) ଚଳିତ ସପ୍ତାହର ଆରମ୍ଭରୁ ଚନ୍ଦ୍ର ଦେବ ମଘା ନକ୍ଷତ୍ର (କେତୁ) ରୁ ଯାତ୍ରା ଆରମ୍ଭ କରି ଅନୁରାଧା ନକ୍ଷତ୍ର (ଶନି) ରେ ଶେଷ କରିବେ ଓ ଏହି ସମୟରେ ସିଂହ ରାଶିରୁ ଆରମ୍ଭ କରି ବିଛା ରାଶି ପର୍ଯ୍ୟନ୍ତ ଗତି କରିବେ । ପୁନଶ୍ଚ ଏହି ସପ୍ତାହରେ ସଙ୍କ୍ରାନ୍ତି ତିଥିରେ ସୂର୍ଯ୍ୟ ନିଜ ଉଚ୍ଚ ରାଶି ମେଷରୁ ବାହାରି ବୃଷରେ ପ୍ରବେଶ କରିବେ ଯାହା କିଛି ରାଶି ପାଇଁ ଶୁଭଂକର ନୁହେଁ । ତେବେ ଏହି ସପ୍ତାହର ଶେଷ ଭାଗକୁ ବୁଧ ଗ୍ରହ ମେଷ ରଷିରୁ ବାହାରି ନିଜ ମିତ୍ରା ଗ୍ରହ ବୃଷରେ ପ୍ରବେଶ କରିବେ ଓ ସେହି ରାଶିରେ ସୂର୍ଯ୍ୟଙ୍କ ସହିତ ମିଶି ବୁଧାଦିତ୍ୟ ଯୋଗ ସୃଷ୍ଟି କରିବେ ଯାହାର ପ୍ରଭାବ ସାରା ଦେଶରେ ଦେଖିବାକୁ ମିଳିବ । ଏହି ସପ୍ତାହରେ ଏସବୁ ପରିବର୍ତ୍ତନରେ 9ଟି ରାଶିକୁ ଶୁଭ ଯୋଗ ରହିଛି।

ମେଷ: ବହୁ ଦିନର ସ୍ୱପ୍ନ ସାକାର ହେବ। ବ୍ୟବସାୟରେ ଅଟକିଥିବା ପଇସା ପାଇବେ ହେଲେ ଖର୍ଚ୍ଚ ବଢିପାରେ। ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ।

ବୃଷ: ପରିଶ୍ରମର ପୂରା ଫଳ ପାଇବେ। ଲାଭର କୌଣସି ସୁଯୋଗ ମିଳିବ। ଆପଣଙ୍କ କାମରେ ଭଲ ପରିଣାମ ମିଳିବ। କୌଣସି ବଡ ନିଷ୍ପତ୍ତି ନେବା ଆଗରୁ ଅନେକ ଲୋକଙ୍କ ଠାରୁ ପରାମର୍ଶ ନେବା ଭଲ ।

ମିଥୁନ: ଆପଣଙ୍କର ସବୁ କାମ ସହଜରେ ପୂରା ହୋଇଯିବ। ସ୍ୱାସ୍ଥ୍ୟ ଭଲ ରହିବ। ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ମିଳିବ। ବୈବାହିକ ଜୀବନ ବା ପ୍ରେମ ସମ୍ବନ୍ଧରେ ଝଗଡା ଲାଗିପାରେ ।

କର୍କଟ: ଆର୍ଥିକ ସ୍ଥିତି ଠିକ୍‌ ରହିବ। କାମରେ ପିତାମାତାଙ୍କ ସହଯୋଗ ପାଇବେ। ଜରୁରୀ କାର୍ଯ୍ୟରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ପ୍ରେମ ସମ୍ବନ୍ଧୀୟ ମାମଲା ଭଲ ରହିବ ।

ସିଂହ: କାମରେ ସଫଳତା ମିଳିବ। କାରବାରରେ ଧନଲାଭ ହେବ। ଚିନ୍ତା ମୁକ୍ତ ରହିବେ ଏବଂ ଲିଖନ କାର୍ଯ୍ୟରେ ରୁଚି ବଢ଼ିବ। ପରିବାରରେ ସମସ୍ୟା ଲାଗିରହିବ ।

କନ୍ୟା: କୌଣସି କାମ ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ଧନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

ତୁଳା: ନୂଆ ସମ୍ବନ୍ଧରୁ ଲାଭ ମିଳିପାରେ। ଜରୁରୀ କାମରେ ଆପଣଙ୍କୁ ଲାଭ ମିଳିବ। ପରିବାରରେ ମଧୁରତା ସହିତ ବିଶ୍ୱାସ ବି ବଢ଼ିବ। ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିପାରେ ।

ବିଛା: ଚାକିରି ଖୋଜୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଶୁଭ ସମୟ। ଆପଣ ନିଜର କାମ ପ୍ରତି ସକ୍ରିୟ ରହିବେ। ପ୍ରତ୍ୟେକ କ୍ଷେତ୍ରରେ ସତ୍ୟର ସାଥ୍‌ ଦେବେ। କିଛି କାମରେ ଅଧିକ ସମୟ ବ୍ୟୟ ହୋଇପାରେ।

ଧନୁ: କୌଣସି ବଡ଼ ଦାୟିତ୍ଵ ମିଳିପାରେ। ବିଦ୍ୟାର୍ଥୀଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ପ୍ରେମ ସମ୍ବନ୍ଧୀୟ ମାମଲା ଉତ୍ତମ ରହିବ ।

ମକର: ବୈବାହିକ ଜୀବନ ବା ପ୍ରେମ ସମ୍ବନ୍ଧରେ ଝଗଡା ଲାଗିପାରେ । ଯାହା ବି କାମ କରିବେ ସଫଳତା ନିଶ୍ଚୟ ପାଇବେ। କାମକୁ ନେଇ ଯାତ୍ରା ଲାଭପ୍ରଦ ରହିବ।

କୁମ୍ଭ: ମନର ଇଚ୍ଛା ପୂରା ହେବ। କ୍ୟାରିୟରରେ ଉତ୍‌ଥାନ ପତନ ହେତୁ ଅଶାନ୍ତିରେ ରହିବେ। କୌଣସି ବଡ଼ ଦାୟିତ୍ଵ ମିଳିପାରେ । ନିଜ ବନ୍ଧୁବାନ୍ଧବ ବା ସମ୍ପର୍କୀୟଙ୍କ ଠାରୁ ସାହାଯ୍ୟ ମିଳିପାରେ ।

ମୀନ: ଶତ୍ରୁଙ୍କୁ ପରାସ୍ତ କରିବେ। ବଡ଼ଙ୍କଠାରୁ ଭରପୂର ସହଯୋଗ ପାଇବେ। କୌଣସି କଥାକୁ ନେଇ ଚିନ୍ତା ବଢ଼ିପାରେ। ସନ୍ତାନ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ଲାଗିରହିବ ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

#astrology #horoscope #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon