• ବେତାର ବ୍ୟୁରୋ

ଜାଣନ୍ତୁ : ଘିମିରି ଦୂର କରିବ ଏହି 10 ଉପାୟ


(ବେତାର ବ୍ୟୁରୋ) ଖରାଦିନେ ଝାଳ ବୋହି ଘିମିରି ହେବା ଏକ ସାଧାରଣ ଘଟଣା । ତେବେ ଏହାକୁ ହାଲୁକା ନେବା ଉଚିତ ନୁହେଁ । ଘିମିରିକୁ ଅଣଦେଖା କଲେ ଏହା ଚର୍ମ ଉପରେ ଖରାପ ପ୍ରଭାବ ପକାଇଥାଏ । ଏଥିପାଇଁ ପାଉଡର ପକାଇଲେ ମଧ୍ୟ କିଛି ବ୍ୟକ୍ତିଙ୍କୁ ଆଲର୍ଜି ହେଇଥାଏ । ତେବେ ଏପରି କିଛି ଘରୋଇ ଉପାୟ ଅଛି ଯାହା ସାହାଯ୍ୟରେ ଆପଣ ଘିମିରି ସମସ୍ଯାକୁ ଦୂରେଇପାରିବେ । ଆସନ୍ତୁ ଜାଣିବା ସେଗୁଡିକ କ’ଣ ।

  • ମାତ୍ରାଧିକ ଝାଳ ଯେପରି ନ ବୁହେ ସେବିଷୟରେ ଧ୍ୟାନ ଦିଅନ୍ତୁ । ଦିନରେ ଥଣ୍ଡା ପାଣିରେ ଗାଧାନ୍ତୁ କିମ୍ବା କିଛି ସମୟ ଏସିରେ ରୁହନ୍ତୁ। ଅନେକଙ୍କ ମନରେ ଭୁଲ୍‌ ଧାରଣା ଥାଏ ଯେ, ଗରମବେଳେ ଗାଧୋଇଲେ ଘିମିରି ହୁଏ। ବରଂ ବାରମ୍ବାର ଥଣ୍ଡା ପାଣିରେ ଗାଧୋଇଲେ ଘିମିରିଠାରୁ ଦୂରରେ ରହିପାରିବେ।

  • ଗରମ ଦିନରେ ଢିଲା ଏବଂ ହାଲ୍‌କା ଡ୍ରେସ୍‌ ପିନ୍ଧନ୍ତୁ। ସିନ୍ଥେଟିକ୍‌ ଡ୍ରେସ୍‌ ଯେତେ କମ୍‌ ବ୍ୟବହାର କରିବେ ତାହା ସେତେ ଭଲ।

  • ଆଣ୍ଟି ବ୍ୟାକ୍ଟେରିଆଯୁକ୍ତ ସାବୁନ କିମ୍ବା ଆଣ୍ଟି ସେପ୍‌ଟିକ୍‌ ଓ୍ବାଶ୍‌ର ବ୍ୟବହାର କରନ୍ତୁ। ଏହା ତ୍ୱଚାକୁ ବ୍ୟାକ୍ଟେରିଆ ମୁକ୍ତକରି ଘିମିରି ଦାଉରୁ ରକ୍ଷା କରିବ।

  • ଯଥାସମ୍ଭବ ଗରମ ଓ ଆର୍ଦ୍ରତାରୁ ଦୂରରେ ରୁହନ୍ତୁ। କ୍ରିମ୍‌ କିମ୍ବା ତେଲ ସ୍ବେଦ ରନ୍ଧ୍ରକୁ ବନ୍ଦ କରିପାରେ। ତେଣୁ ଏସବୁର ବ୍ୟବହାର କମ୍‌ କରନ୍ତୁ। ଦିନକୁ ୩-୪ ଗ୍ଲାସ୍‌ ଲେମ୍ବୁପାଣି ପିଅନ୍ତୁ।

  • ଓଟ୍‌ଗୁଣ୍ଡକୁ ଗାଧୋଇବା ଟବ୍‌ରେ ପକାଇ ଗାଧାନ୍ତୁ।

  • ଘିମିରି ଉପରେ ଛୋଟ ବରଫ ଘଷନ୍ତୁ। ଏହା ଦହନ ଓ କୁଣ୍ଡାଇ ହେବାରୁ ରକ୍ଷାକରିବ। ସଫା କପଡ଼ାଟିଏ ଥଣ୍ଡାପାଣିରେ ଭିଜାଇ ଘିମିରି ଉପରେ ପାଣି ଶୁଖିବା ପର୍ଯ୍ୟନ୍ତ ରଖନ୍ତୁ।

  • ସାଧାରଣ କ୍ରିମ୍‌ ତ୍ୱଚାକୁ ଥଣ୍ଡା ରଖେ। କିନ୍ତୁ ତ୍ୱଚାକୁ ଶୁଷ୍କ କରାଏ। କ୍ରିମ୍‌ ପରେ ମଇଶ୍ଚରାଇଜର ଲଗାନ୍ତୁ।

  • ନିମ୍ବପତ୍ରର ପେଷ୍ଟକୁ ଘିମିରି ହୋଇଥିବା ସ୍ଥାନରେ ଲେପଦିଅନ୍ତୁ। ଏହା ସଂକ୍ରମଣରୁ ରକ୍ଷାକରିବ।

#headache #body #health #sweatrash

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon