- ବେତାର ବ୍ୟୁରୋ
ଜାଣନ୍ତୁ : ରୋଷେଇ ଘର ପାଇଁ ୫ ବାସ୍ତୁ ଟିପ୍ସ

(ବେତାର ବ୍ୟୁରୋ) ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଭାଗ୍ୟ ରହୁଥିବା ସମସ୍ତ ସଦସ୍ୟଙ୍କ ଛଡା ଘରର ସ୍ଥିତି ଉପରେ ମଧ୍ୟ ନିର୍ଭର କରିଥାଏ। ଘରର ସଦସ୍ୟମାନେ ଯେପରି କାର୍ଯ୍ୟ କରିବେ ତାର ପ୍ରଭାବ ଅନ୍ୟ ସବୁ ପରିବାର ସଦସ୍ୟଙ୍କ ଉପରେ ପଡିଥାଏ।
ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରେ କାର୍ଯ୍ୟ କଳାବେଳେ ଘରେ ଅନେକ ଦିଗ ପ୍ରତି ଧ୍ୟାନ ଦେବା ଉଚିତ। ସାଧାରଣତଃ ରୋଷେଇ ଘରେ କମ କଲାବେଳେ ଅଜାଣତରେ ଏପରି କିଛି ଭୁଲ ହେଇଯାଏ ଯାହାର ପ୍ରଭାବ ପରିବାରର ଅନ୍ୟ ସଦସ୍ୟଙ୍କ ଉପରେ ପଡିଥାଏ। ଆସନ୍ତୁ ଜାଣିବା ରୋଷେଇ ଘରେ କି କି ବାସ୍ତୁ ଉପାୟ ଅବଲମ୍ବନ କରିବା ଆବଶ୍ୟକ ଯାହା ଫଳରେ କମ ଅସୁବିଧା ସୃଷ୍ଟି ହେବ ।
୧. ବାସ୍ତୁଶାସ୍ତ୍ର ଅନୁସାରେ ଯଦି କୌଣସି ମହିଳା ବା ପୁରୁଷ ସକାଳୁ ନ ଗାଧୋଇ ରୋଷେଇ କରିଥାନ୍ତି ତେବେ ଘରେ କୁପ୍ରଭାବ ପଡିଥାଏ। ଏହାଦ୍ୱାରା ପରିବାରର ଅନ୍ୟ ସଦସ୍ୟମାନଙ୍କର ଅମଙ୍ଗଳ ହୋଇଥାଏ। ଏହାର ପ୍ରଭାବରେ ପରିବାର ସଦସ୍ୟଙ୍କୁ ଅନେକ ରୋଗର ସାମନା କରିବାକୁ ପଡିଥାଏ। ଯେଉଁ ମହିଳାମାନେ ସକାଳୁ ତୁରନ୍ତ ଗାଧେଇ ପାରିବେନି ସେମାନେ ଅନ୍ତତଃ ମୁହଁ, ହାତ ଓ ପାଦ ଧୋଇ ଦେବା ଉଚିତ । ସେହିପରି ଯଦି ଘରେ ଆର୍ଥିକ ଓ ମାନସିକ ସମସ୍ୟା ଲାଗି ରହୁଛି ତେବେ ରାତିରେ ପିନ୍ଧିଥିବା ଶାଢୀ ବା ନାଇଟି କିମ୍ବା ଲୁଙ୍ଗୀ/ପ୍ୟାଣ୍ଟ କୁ ବଦଳାଇ ଧୁଆ ହେଇଥିବା ଲୁଗା ପିନ୍ଧିଲେ ଭଲ ।
୨. ରୋଷେଇ ଘରେ କେଉଁ ଦିଗରେ ଖାଦ୍ୟ ତିଆରି କରିବା ଉଚିତ ତାହା ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ରୋଷେଇ ଘର ଯେଉଁ ଦିଗରେ ଥାଉ ସର୍ବଦା ରୋଷେଇ କରିବା ବେଳେ ଆପଣଙ୍କ ମୁହଁ ପୂର୍ବ ଦିଗକୁ ରହିବା ଉଚିତ। ଏହାଦ୍ୱାରା ଘରେ ସୁଖଶାନ୍ତି ବଜାୟ ରହିଥାଏ। ଯଦି ଝରକା ଖୋଲିଲେ ଆପଣଙ୍କ ସିଧାରେ ସୂର୍ଯ୍ୟ ଦେଖାଯାଉଛି ତେବେ ତାହା ପୂର୍ବ ଦିଗ । ତେବେ ଯଦି ଗ୍ୟାସ ଷ୍ଟୋଭ ବା ହିଟର ଅନ୍ୟ ଦିଗରେ ରହିଛି, ତେବେ ଅନ୍ତତଃ ପରିବା କଟାକଟି, ଅଟା ଚକଟିବା ଇତ୍ୟାଦି କାର୍ଯ୍ୟ ପୂର୍ବ ଦିଗକୁ ଚାହିଁ କରିପାରିବେ ।
୩. ରୋଷେଇ କରିବା ବେଳେ ଉତ୍ତର ଦିଗକୁ ମୁହଁ କରି ଖାଦ୍ୟ ତିଆରି କରିବା ଅନୁଚିତ। ଏହାଦ୍ୱାରା ଅଶୁଭ ଶକ୍ତି ଘରେ ପ୍ରବେଶ କରିଥାଏ। ଏପରି ସ୍ଥିତିରେ ପଶ୍ଚିମ ଦିଗକୁ ମୁହଁ କରି ଖାଦ୍ୟ ତିଆରି କରିବା ଦ୍ୱାରା ସାମାନ୍ୟ ଉତ୍ତମ ଫଳ ପ୍ରଦାନ ମିଳିଥାଏ।
୪. ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ ଘରେ ତିଆରି କରିଥିବା ପ୍ରଥମ ରୁଟିକୁ ଗାଈକୁ ଖାଇବାକୁ ଦେବା ଉଚିତ। ଏହା କରିବା ଦ୍ୱାରା ଅନେକ ଅସୁବିଧା ଦୂର ହୋଇଥାଏ।
୫. ରୋଷେଇ ଘର ସମ୍ମୁଖରେ ଯଦି ସ୍ନାନାଗାର (ବାଥରୁମ୍) ରହିଥାଏ ତେବେ ଏହା ଅଶୁଭ ହୋଇଥାଏ। ତେବେ ଏହାର ପ୍ରତିକାର ପାଇଁ ସର୍ବଦା ବାଥରୁମ୍ର କବାଟ ବନ୍ଦ ରଖନ୍ତୁ ଓ କେବଳ ଦରକାର ସମୟରେ ବ୍ୟବହାର କରନ୍ତୁ । ଯଦି ସମ୍ଭବ ହୁଏ ଗାଧୁଆ ଘର ଓ ରୋଷେଇ ଘର ମଝିରେ ପରଦା ଲଗାଇ ଦିଅନ୍ତୁ।
(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )