• ବେତାର ବ୍ୟୁରୋ

ଏହି 4 ରାଶିର ମହିଳା ବିବାହ ପରେ ଆଣନ୍ତି ଲେଡି ଲକ୍


(ବେତାର ବ୍ୟୁରୋ) ଯେବେ ବିବାହ କଥା ଉଠିଥାଏ, ସେଠି ଝିଅଘର ଲୋକ ପୁଅର ଗୁଣ ସହିତ ତାହାର ରୋଜଗାର ଦେଖିଥାନ୍ତି। କାରଣ ବିବାହ ପରେ ତାଙ୍କ ଝିଅକୁ ସେମାନେ ଖୁସିରେ ଦେଖିବାକୁ ଚାହାନ୍ତି। ତେବେ ଏପରି କିଛି ଝିଅ ଅଛନ୍ତି, ଯେଉଁମାନେ ଏହି ଘଟଣାରେ ଅଧିକ ଶୁଭ ହୋଇଥାନ୍ତି। କାହିଁକି ନା ସେମାନଙ୍କୁ ଧନୀ ସ୍ବାମୀ ମିଳିଥାଏ। ଏହି ରାଶିର ଝିଅମାନେ ସେମାନଙ୍କ ସ୍ଵାମୀଙ୍କ ପାଇଁ ‘ଲେଡି ଲକ୍’ ବା ‘ଦେବୀ ସୌଭାଗ୍ୟ’ଆଣିଥାନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ରରେ ବିଚାର କରାଯାଏ ।

ଆସନ୍ତୁ ଜାଣିବା ସେହିପରି କିଛି ରାଶିର ମହିଳାଙ୍କ ସମ୍ବନ୍ଧରେ , ଯେଉଁମାନଙ୍କ ସ୍ବାମୀ ଭଲ ରୋଜଗାର କରିଥାନ୍ତି।

ମେଷ: ଏହି ରାଶିର ଝିଅଙ୍କ ସ୍ଵାମୀମାନେ ସାଧାରଣତଃ ଭଲ ରୋଜଗାର କରିଥାନ୍ତି । ସେମାନେ ଚାକିରି କରିଥିଲେ ଭଲ ଦରମା ବିଶିଷ୍ଟ ଚାକିରି ନ ଚେତ ବ୍ୟବସାୟ କରୁଥିଲେ ପ୍ରାୟତଃ ଭଲ ରୋଜଗାର କରିଥାନ୍ତି । ସେମାନେ ତାଙ୍କ ସ୍ତ୍ରୀଙ୍କୁ ସବୁଠୁ ଅଧିକ ଭଲ ପାଇଥାନ୍ତି। ନିଜର ବୁଦ୍ଧି ଓ ପ୍ରାୟ ସବୁ କାମ କରିବାର କ୍ଷମତା ରଖୁଥିବାରୁ ଏହି ରାଶି ମହିଳାମାନେ ଶାଶୁଘରେ ପ୍ରିୟପାତ୍ର ହେଇଥାନ୍ତି ।

ମିଥୁନ: ଏମାନଙ୍କ ସ୍ବାମୀ ତାଙ୍କ ଭାବନାକୁ ସମ୍ମାନ ଦେଇଥାନ୍ତି। ଏହାଛଡା ଏମାନେ ପଇସାବାଲା ହୋଇଥାନ୍ତି। ସେମାନେ ସ୍ତ୍ରୀଙ୍କ ସବୁ ଇଚ୍ଛାକୁ ପୂରଣ କରିଥାନ୍ତି। ଏହି ରାଶିର ମହିଳାମାନେ ସ୍ଵାମୀଙ୍କୁ ଅସୁବିଧା ସମୟରେ ବୁଦ୍ଧି ବତାଇବାରେ ସାହାଯ୍ୟ କରିଥାନ୍ତି ।

ତୁଳା : ଏମାନଙ୍କୁ ଉଚ୍ଚ ପଦସ୍ଥ ପରିବାରରେ ସ୍ବାମୀ ମିଳିଥାଏ କିମ୍ବା ସ୍ଵାମୀ ପ୍ରାୟତଃ ଭଲ ରୋଜଗାରିଆ ହେଇଥାନ୍ତି । ତେବେ ବିବାହ ପରେ ଏମାନଙ୍କ ସ୍ଵାମୀ ସହିତ ଶାଶୁଘର ଲୋକ ମଧ୍ୟ ସମୃଦ୍ଧ ହୋଇଥାନ୍ତି। ଏହି ରାଶିର ମହିଳାମାନେ ସ୍ବାମୀର ମନକଥା ବୁଝି ପାରନ୍ତି ଓ ସବୁ ବେଳେ ଖୁସିରେ ରଖିବାକୁ ଚେଷ୍ଟା କରନ୍ତି ।

କୁମ୍ଭ: ଏହିମାନଙ୍କ ସ୍ବାମୀ ଧନୀ ହେବା ସହ ସ୍ତ୍ରୀର ସ୍ବପ୍ନ ପୂରଣ କରିବାରେ ମଧ୍ୟ ସଫଳ ହୋଇଥାନ୍ତି। ଅବଶ୍ୟ ଏହି ରାଶିର ମହିଳାମାନେ ପ୍ରାୟତଃ ଶପିଙ୍ଗ କରିବାକୁ ଭଲ ପାଇଥାନ୍ତି ଓ ଭଲ, ଦାମୀ ଜିନିଷ କିଣିବା ପ୍ରତି ଆଗ୍ରହ ଦେଖାଇଥାଆନ୍ତି ।

(ବି.ଦ୍ର : ଏଥିରେ ବର୍ଣ୍ଣିତ ସମସ୍ତ ତଥ୍ୟ କେବଳ ବୈଦିକ ଗଣନାର ରାଶି ହିସାବରେ ଦିଆଯାଇଛି । ମହିଳାଙ୍କ ଲଗ୍ନ ଓ ଗ୍ରହ ସ୍ଥିତି ଅନୁସାରେ ଓ ସ୍ଵାମୀ ତଥା ପରିବାର ଲୋକଙ୍କ ଦଶା ସ୍ଥିତି ଅନୁସାରେ ଫଳାଫଳ ସାମାନ୍ୟ ବ୍ୟତିକ୍ରମ ହେଇପାରେ । ଏହାକୁ କେବଳ ସଂକେତ ଭାବେ ଧରି ନେବାକୁ ଅନୁରୋଧ)

#astro #life

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon