• ବେତାର ବ୍ୟୁରୋ

ଖରାଦିନେ ‘ବରଫ’ରେ ସୁନ୍ଦର କରନ୍ତୁ ତ୍ଵଚା


(ବେତାର ବ୍ୟୁରୋ) ଖରାଦିନେ ବରଫ କାହାକୁ ବା ଭଲ ନ ଲାଗେ । ବାହାରୁ ଆସି କିଛି ନ ଥିଲେ ପଣି ଗିଲାସରେ ବରଫ ଖଣ୍ଡିଏ ପକାଇ ସମସ୍ତେ ପିଇବାକୁ ପସନ୍ଦ କରିଥାନ୍ତି । ତେବେ ଅତ୍ୟଧିକ ବରଫ ସ୍ୱାସ୍ଥ୍ୟ ପ୍ରତି ସେତେଟା ହିତକର ନ ହେଇଥିଲେ ମଧ୍ୟ ତ୍ଵଚା ପାଇଁ ଏହା ଉପକାରୀ ।

ବିଭିନ୍ନ ତ୍ଵଚା ବିଶେଷଜ୍ଞଙ୍କ ମତରେ ବରଫଖଣ୍ଡ ଆମ ମୁହଁର ଚର୍ମ ଉପରେ ଚମତ୍କାର ପ୍ରଭାବ ପକାଇଥାଏ। ଏହା କେବଳ ଖରାଦିନେ ମୁହଁକୁ ସତେଜ ରଖିନଥାଏ,ଏହାବ୍ୟତୀତ ବିଭିନ୍ନ ମୁହଁ ସମସ୍ୟାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ।

୧) ପ୍ରତିଦିନ ବରଫକୁ ମୁହଁରେ ଘଷିବା ଦ୍ଵାରା ରକ୍ତ ସଞ୍ଚାଳନ ଠିକ ଭାବରେ ହୋଇଥାଏ ଓ ଏହା ଚର୍ମକୁ ସୁସ୍ଥ ରଖିଥାଏ। ଏହାଦ୍ୱାରା ମୁହଁର କୁଞ୍ଚନ କମ୍‌ ହୋଇଥାଏ, ଫଳରେ ଆପଣ ସମୟ ଆଗରୁ ବୟସ୍କ ଦେଖାଯାଇ ନ ଥାନ୍ତି।

୨) ଯଦି ଆପଣ କୌଣସି ଜାଗାକୁ ଯିବା ସମୟରେ ଶୀଘ୍ର ମେକଅପ କରିପାରୁ ନାହାନ୍ତି ତେବେ ବରଫ ଆପଣଙ୍କୁ ଏକ ସୁନ୍ଦର ଲୁକ ଦେଇପାରିବ। ଦୁଇରୁ ତିନିଖଣ୍ଡ ବରଫ ଆଣି ମୁହଁରେ ଘଷନ୍ତୁ। ଏହାଦ୍ୱାରା ଆପଣ ଏକ ଆକର୍ଷଣୀୟ ଚେହେରା ପାଇବେ।

୩) ପ୍ରତିଦିନ ମୁହଁରେ ବରଫଖଣ୍ଡ ଘଷିବା ଦ୍ଵାରା ମୁହଁରୁ ତେଲିଆ ଅଂଶ ମଧ୍ୟ ଦୂର ହୋଇଥାଏ। ଏକ ପତଳା କପଡା ନେଇ ସେଥିରେ ଦୁଇଟି ବରଫଖଣ୍ଡ ରଖି ମୁହଁରେ ଧୀରେ ଧୀରେ ଘଷନ୍ତୁ। ଏହା ମୁହଁରେ ତେଲ ବାହାରିବାକୁ ଦେଇନଥାଏ।

୪) ଖରାରେ ଅଧିକ ସମୟ ବାହାରେ ରହିବା ଦ୍ଵାରା ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମିର ପ୍ରଭାବରେ ଆପଣଙ୍କର ମୁହଁ କଳା ଦିଶିଥାଏ baa ପୋଡିଲା ପରି ଲାଗେ। ଏହି ପୋଡାଅଂଶ(ସନବର୍ଣ୍ଣ)କୁ ଦୂର କରିବା ପାଇଁ କପଡାରେ ବରଫ ଖଣ୍ଡ ନେଇ ଧୀରେ ଧୀରେ ମୁହଁରେ ଘଷନ୍ତୁ ଶୀଘ୍ର ଉପଶମ ମିଳିବ।

୫) ମୁହଁରେ ହେଉଥିବା ବ୍ରଣ କମେଇବାରେ ମଧ୍ୟ ବରଫ ଖଣ୍ଡ ଔଷଧ ପରି କାମ କରିଥାଏ। ବ୍ରଣ ଉଠିଥିବା ଜାଗାରେ କିମ୍ବା ବ୍ଲାକହେଡ୍ସ ହୋଇଥିବା ଜାଗାରେ ବରଫକୁ ଘଷନ୍ତୁ। ଏହିପରି ପ୍ରତିଦିନ କରିବା ଦ୍ଵାରା ବ୍ରଣ ଦୂର ହୋଇଯିବ। କିନ୍ତୁ ଅଧିକ ମାତ୍ରାରେ ଏହା ମୁହଁରେ ଘଷନ୍ତୁ ନାହିଁ।

୬) ଖାଲି ବରଫଖଣ୍ଡକୁ ମୁହଁରେ ଘଷିବା ଅପେକ୍ଷା କିଛି ଫଳକୁ ମଧ୍ୟ ଆପଣ ଜୁସ କରି, ଆଇସ ଟ୍ରେରେ ରଖି ବରଫ ହୋଇଗଲା ପରେ ମୁହଁରେ ଘଷନ୍ତୁ। ଏହା ଆପଣଙ୍କ ମୁହଁ ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ।

୭) ଦିନ ସାରା ଲାପଟପ କିମ୍ବା କମ୍ପ୍ୟୁଟର ଆଗରେ କାମ କରିବା ପରେ ସାଧାରଣତଃ ଆଖି ତଳେ କାଳଦାଗ ହୋଇଯାଇଥାଏ। ଏହି କଳଦାଗକୁ ଦୂର କରିବା ପାଇଁ ଆପଣ ବରଫଖଣ୍ଡ ବ୍ୟବହାର କରିପାରିବେ କିମ୍ବା କିଛି କାକୁଡିରୁ ଜୁସ ବାହାର କରି ଏହାକୁ ଆଇସ ଟ୍ରେରେ ରଖି ବରଫ ଖଣ୍ଡ କରି ମୁହଁରେ ଘଷନ୍ତୁ। କଳଦାଗ ଦୂର ହୋଇଯିବ।

#summercare #summertips #bodycare

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon