• ବେତାର ବ୍ୟୁରୋ

ହିନ୍ଦୁ ଆତଙ୍କବାଦୀ ବୟାନ ପରେ କମଳ ହାସନଙ୍କ ସଭାରେ ଚପଲ ମାଡ


(ବେତାର ବ୍ୟୁରୋ) ନିକଟରେ ନାଥୁରାମ ଗଡସେଙ୍କୁ ହିନ୍ଦୁ ଆତଙ୍କବାଦୀର ଆଖ୍ୟା ଦେଇ ବିବାଦରେ ଫସିଥିବା ବିଖ୍ୟାତ ତାମିଲ ଅଭିନେତା  କମଲ ହାସନଙ୍କ ଉପରକୁ ଜୋତାମାଡ ହେଇଥିବାର ଖବର ମିଳିଛି ।

ବୁଧବାର ଅପରାହ୍ନରେ ତାମିଲନାଡୁର ମଦୁରାଇ ସହରରେ ଏକ ନିର୍ବାଚନୀ ସଭା କରୁଥିବା ବେଳେ ତାଙ୍କ ଉପରକୁ ଚାରୋଟି ଜୋତା ଫିଙ୍ଗିଥିବାର ଦେଖାଯାଇଥିଲା । ତେବେ ଏହି ସମସ୍ତ ଜୋତା ହାସନ ଭାଷଣ ହେଉଥିବା ଷ୍ଟେଜ ଠାରୁ ଅନେକ ଦୂରରେ ଲୋକମାନଙ୍କ ଉପରେ ପଡିଥିଲା । ଏହି ଘଟଣାରେ ପୋଲିସ ବିଜେପି ଓ ହନୁମାନ ସେନାର 11 ଜଣ ସମର୍ଥକଙ୍କୁ ଗିରଫ କରିଛି ।   

ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟରେ ନିର୍ବାଚନ ପ୍ରଚାରରେ ଏମଏନଏମ ନେତା କମଳ ହାସନଙ୍କ ବୟାନକୁ ନେଇ ବିବାଦ ।

କ'ଣ ଥିଲା ବୟାନ

ସ୍ୱାଧୀନ ଭାରତର ପ୍ରଥମ ଆତଙ୍କବାଦୀ ହିନ୍ଦୁ ଥିଲା ଓ ସେ ନାଥୁରାମ ଗଡ଼ସେ ବୋଲି କହିଥିଲେ ଏହି ସାଉଥ ସୁପରଷ୍ଚାର। ତାମିଲନାଡୁର ଅରିଭାକୁରିଚିରେ ୧୯ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ପ୍ରଚାର ସମୟରେ କମଲ ଏହା କହିଥିଲେ ।  

ତେବେ ଜନସଭାକୁ ସମ୍ବୋଧନ ବେଳେ ଏଠାରେ କେବଳ ମୁସଲମାନ ଅଛନ୍ତି ବୋଲି ସେ ଏହି ପ୍ରସଙ୍ଗ ଉଠାଉ ନାହାନ୍ତି ବୋଲି ସ୍ପଷ୍ଟ କରିଥିଲେ। ମହାତ୍ମାଗାନ୍ଧିଙ୍କୁ ହତ୍ୟା କରି ଗଡସେ ଆତଙ୍କବାଦର ଆରମ୍ଭ କରିଥିଲେ ବୋଲି କହିଛନ୍ତି କମଲ ହାସନ। ଏହି ସଭାରେ ହସନଙ୍କ ଦଳ ମକ୍କଲ ନିଧି ମିୟାମ-ଏମଏନଏମ ପ୍ରାର୍ଥୀ ଏସ. ମୋହନରାଜ ମଧ୍ୟ ଉପସ୍ଥିତ ଥିଲେ।

୨୦୧୯ ସାଧାରଣ ନିର୍ବାଚନରେ ହିନ୍ଦୁ, ହିନ୍ଦୁତ୍ୱ ପ୍ରସଙ୍ଗ ଚରମ ସୀମାରେ ଥିବା ବେଳେ କମଲଙ୍କ ବୟାନ ନୂଆ ବିବାଦ ସୃଷ୍ଟି କରିଛି। କମଲ ହାସନଙ୍କ ମନ୍ତବ୍ୟକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି । ଟ୍ଵିଟ ମାଧ୍ୟମରେ ବଲିଉଡ ଅଭିନେତା ବିବେକ ଓବରାୟ କହିଛନ୍ତି, ଦେଶକୁ ବିଭାଜନ କରନ୍ତୁନି। ଏହା ଜଣେ ମହାନ କଳାକାରଙ୍କୁ ଜଣେ ଛୋଟ କଳାକାରର ନିବେଦନ ବୋଲି ସେ ଉଲ୍ଲେଖ କରିଛନ୍ତି ।

ବଢିଲା କୋର୍ଟ ବିବାଦ

ଏହି ବିବାଦ ପରେ କମଲ ହାସନଙ୍କ ନାମରେ ତାମିଲନାଡୁରେ ଏଫଆଇଆର ଦାଖଲ କରାଯାଇଥିଲା । ତେବେ ଏହି ଏଫଆଇଆର ଓ କେସକୁ ରଦ୍ଦ କରିବା ପାଇଁ କମଲ ହାସନଙ୍କ ଆବେଦନକୁ ମଦ୍ରାସ ହାଇଜୋର୍ଟ ଖାରଜ କରିଦେଇଥିଲେ । ତେଣୁ ଆଉ କୌଣସି ଉପାୟ ନ ପାଇ ଓ ଗିରଫdaaରୀ ଏଡାଇବା ପାଇଁ ସେ ଅନ୍ତରୀଣ  ସୁରକ୍ଷା ବା ବେଲ୍ ପାଇଁ କୋର୍ଟଙ୍କୁ ଆବେଦନ କରିଛନ୍ତି ।   

#KamalHasan #Election2019

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon