- padmabati kund
ଜାଣନ୍ତୁ : ଏହି 6 ଅସୁସ୍ଥତା ଦୂର କରିଥାଏ ତରଭୁଜ ଜୁସ୍

(ବେତାର ବ୍ୟୁରୋ) ତରଭୁଜ ଫଳ ସମସ୍ତଙ୍କର ଏକ ପ୍ରିୟ ଫଳ , ବିଶେଷ କରି ଖରାଦିନରେ । ଏହି ଫଳରେ 98% ରୁ ଅଧିକ ପାଣି ରହିଥିବାରୁ ଏହା ଶରୀରର ଜଳାଭାବକୁ ଦୂର କରିଥାଏ ଓ ଥକିଯାଇଥିବା ମାଂସପେଶୀକୁ ତୁରନ୍ତ ଶକ୍ତି ଯୋଗାଇଥାଏ ।
ତେବେ ଚାଲନ୍ତୁ ଜାଣିବା ତରଭୁଜର ଉପକରୀ ଗୁଣ ଏବଂ ଏହାର ଜୁସ ପିଇଲେ କେଉଁ ଉପକାର ଶରୀରକୁ ମିଳିଥାଏ :
ଏସିଡିଟି : ସକାଳେ ଅଧାକପ୍ ତରଭୁଜ ଜୁସ୍ ପିଇଲେ ଅନେକ ଲାଭ ମିଳିଥାଏ। ଏଥିରେ ଓମେଗା ୩ ଏସିଡ୍ ପ୍ରଚୁର ପରିମାଣରେ ରହିଥାଏ। ତରଭୁଜ ଏସିଡିଟି ସମସ୍ୟାରୁ ମୁକ୍ତି ଦେବା ସହିତ ପାଚନ ପ୍ରକ୍ରିୟା ନିୟନ୍ତ୍ରଣ କରେ।
ହୃଦରୋଗ,ଡାଇବେଟିସ : ଏହି ଜୁସ୍କୁ ନିୟମିତ ପିଇଲେ ହାର୍ଟ ଆଟାକ୍ରୁ ମୁକ୍ତି ମିଳେ। ଏଥିରେ ଥିବା ଭିଟାମିନ ଏ ଓ ସି ଶରୀରକୁ ସୁସ୍ଥ ରଖେ । ଏଥିରେ ଥିବା ଭିଟାମିନ ଏ ଆଖି ପାଇଁ ହୋଇଥାଏ ଲାଭଦାୟକ । ମଧୁମେହ ରୋଗ ପାଇଁ ଏହାମହୋଷଧୀ ସଦୃଶ କାର୍ଯ୍ୟ କରେ।
ମେଦବହୁଳତା ହ୍ରାସ : ଏଥିରେ ୩ରୁ ୬ ପ୍ରତିଶତ ପ୍ରୋଟିନ ରହିଥାଏ। ଏହା ମାଂସପେଶୀ ନିର୍ମାଣରେ ସହାୟତା କରେ। ତରଭୁଜ ଜୁସ୍ ମେଦବହୁଳତା କମାଇବାରେ ସାହାଯ୍ୟ କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।
ଯକୃତ : ଯେଉଁମାନେ ଜକୃତ ଜନିତ ସମସ୍ୟାରେ ପୀଡିତ ସେମାନଙ୍କ ପାଇଁ ତରଭୁଜ ମହୌଷଧୀ ପରି ହୋଇଥାଏ। ତରଭୁଜକୁ ଜୁସ୍ କରି ପିଇଲେ ଏହା ସେମାନଙ୍କ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ ।

କିଡନୀ : ସେହିପରି କିଡନୀ ଷ୍ଟୋନ ଜନିତ ସମସ୍ୟା ଭୋଗୁଥିବା ଲୋକେ ମଧ୍ୟ ଏହି ଜୁସ ପିଇଲେ ବିଶେଷ ଲାଭବାନ ହୋଇଥାଆନ୍ତି।
ରକ୍ତଚାପ : ଯେଉଁମାନଙ୍କର ଆଣ୍ଠୁଗଣ୍ଠିରେ କଷ୍ଟ ହେଉଛି ସେମାନେ ତରଭୁଜ ନିଶ୍ଚତ ଖାଇବା ଦରକାର। ସେହିପରି ଯେଉଁମାନେ ଉଚ୍ଚ ରକ୍ତଚାପ ସମସ୍ୟା ଭୋଗୁଛନ୍ତି ସେମାନେ ନିୟମିତ ତରଭୁଜ ଖାଇଲେ ଲାଭବାନ୍ ହୋଇଥାଆନ୍ତି।
ଚେତାବନୀ
ହେଲେ ସବୁ ଖାଦ୍ୟ ଦ୍ରବ୍ୟ ପରି ତରଭୁଜ ଖାଇବାର ମଧ୍ୟ ଉଚିତ ସମୟ ବା ବିଧି ରହିଛି। ସେ ବିଷୟରେ ଅବଗତ ନହେଲେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଖାଲି ପେଟରେ ତରଭୁଜ ଖାଇବା ଆଦୌ ଉଚିତ ନୁହେଁ। ଏହା ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।
ଭୋକିଲା ପେଟ ବା ଖାଲି ପେଟରେ ତରଭୁଜ ଖାଇଲେ ପେଟ ଜନିତ ସମସ୍ୟା ଉପୁଜିବାର ସମ୍ଭାବନା ଥାଏ। ଏପରିକି ଡାୟରିୟା ହେବାର ଆଶଙ୍କା ମଧ୍ୟ ଥାଏ।
ସେହିପରି ଯେଉଁମାନଙ୍କର ଶ୍ବାସ ରୋଗ ରହିଛି ସେମାନେ ତରଭୁଜ ଖାଇବା ଉଚିତ ନୁହେଁ। ଏହା ବ୍ୟତୀତ ରାତି ସମୟରେ ତରଭୁଜ ଖାଇବା ଉଚିତ ନୁହେଁ। ତରଭୁଜ ଖାଇବା ପରେ ପାଣି ପିଇବା କଥା ନୁହେଁ। ଏହା ଦ୍ବାରା ବାନ୍ତି ହେବାର ସମ୍ଭାବନା ଥାଏ। ସେହିପରି ଭାତ ଖାଇବା ପରେ ତରଭୁଜ ଖାଇବା ଉଚିତ ନୁହେଁ।
ହୋଇନଥାଏ।