• ବେତାର ବ୍ୟୁରୋ

ଦେଖିଲେଣି କି ? ନେତାମାନଙ୍କ ଶିଶୁ ଚେହେରାର ଭାଇରାଲ ଫୋଟୋ


(ବେତାର ବ୍ୟୁରୋ) ଭାରତୀୟ ଲୋକସଭା ନିର୍ବାଚନ ସାରିବାକୁ ମାତ୍ର ଦୁଇଦିନ ବାକି ଥିବା ବେଳେ ଏ ନେଇ ଉପୁଜୁଥିବା ରାଜନୈତିକ ହିଂସା ଖବର ତ ଆପଣ ମାନେ ଶୁଣୁଥିବେ । ତେବେ ନିର୍ବାଚନ ଚାଲିଥିବା ବେଳେ ନେତାମାନଙ୍କ ଫୋଟୋ ବିକୃତ କରା ହେଉଥିବାର ଓ ଏ ନେଇ ଟାହିଟାପରା ଓ ଗଣ୍ଡଗୋଳର ଖବର ମଧ୍ୟ ଦେଖିଥିବେ ।

ତେବେ ଇତିମଧ୍ୟରେ ନେତାମାନଙ୍କ ଏପରି କିଛି ଫୋଟୋ ଇଣ୍ଟରନେଟରେ ଭାଇରାଲ ହେଇଛି ଯାହାକୁ ଆପଣ ଦେଖିଲେ ନ ହସି ରହିପାରିବେ ନାହିଁ। ନିକଟରେ ଫୋଟୋ ଷ୍ଟୋରି ପାଇଁ ଉଦ୍ଦିଷ୍ଟ ଆପରେ ‘ବେବି ଫିଲ୍ଟର’ ନାମରେ ଏକ ଫିଚର ଆସିଥିଲା । ଏହି ଫିଲ୍ଟର ବ୍ୟବହାର କରି ଫୋଟୋ ବା ଭିଡିଓ ଉଠାଇଲେ ଜଣକର ଚେହେରା ଶିଶୁ ଭଳି ଦିଶିଥାଏ । ବିଦେଶରେ ଅନେକ ବ୍ୟକ୍ତି ବିଭିନ୍ନ ଫିଲ୍ମ ଚରିତ୍ରମାନଙ୍କ ଫୋଟୋକୁ ଅପଲୋଡ କରି ତାହାର ଶିଶୁ ଚେହେରା ଫୋଟୋ ଇଣ୍ଟରନେଟରେ ଛାଡିଥିବା ବେଳେ ଭାରତରେ ମୋଦୀ ଓ ଅନ୍ୟାନ୍ୟ ରାଜନୈତିକ ନେତାମାନଙ୍କ ଶିଶୁ ଚେହେରା ଫୋଟୋ କିନ୍ତୁ ଖୁବ ଚର୍ଚ୍ଚାର ଖୋରାକ ଯୋଗାଉଛି ।

ଏହିଭଳି ଏକ ଫୋଟୋ ଭାରତରେ ସ୍କୁପହୁପ (ScoopHoop) ନାମକ ଏକ ବ୍ୟଙ୍ଗ ଖବର ପରିବେଷଣ ସଂସ୍ଥା ପକ୍ଷରୁ ଟ୍ଵିଟ କରାଯାଇଥିଲା ଯାହା ଅନେକ ହାସ୍ୟରୋଳ ସୃଷ୍ଟି କରିବା ସହିତ ଅନେକଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଇଥିଲା ।

ରାହୁଲ ଗାନ୍ଧୀଙ୍କ ଏହି ଫୋଟୋକୁ ଦେଖି ତାଙ୍କର କିଛି ସମାଲୋଚକ ଲେଖିଛନ୍ତି “ରାହୁଲ ଗାନ୍ଧୀଙ୍କ ପାଇଁ ବେବି ଫିଲ୍ଟରର ଆବଶ୍ୟକତା ନାହିଁ ।“

ଯୋଗୀଙ୍କ ଏହି ଫୋଟୋରେ ପିଲାଦିନରୁ ଅସହିଷ୍ଣୁତା ବଋ ହେଉଛି ବୋଲି କିଛି ଲୋକମାନେ ଲେଖିଛନ୍ତି ।

ସେହିପରି ମୋଦୀଙ୍କୁ କଟାକ୍ଷ କରି କିଛି ଟ୍ଵିଟ କରିଛନ୍ତି “ମୋଦୀ ଏହାକୁ ନେଇ ମଧ୍ୟ ଭାଷଣ ଦେବେ ଯେ-ଆପଣ ବିଶ୍ଵାସ କରିବେନି ମୋର ପିଲାଦିନରୁ ଦାଢି ଉଠିଥିଲା, ପରେ ବ୍ଲିଚ ପିi ଦେବାକୁ ଏହା ଧଳା ହେଇଗଲା । “

କିପରି ପାଇବେ ବେବି ଫିଲ୍ଟର ଆପଣଙ୍କ ଫୋନରେ ପ୍ରଥମେ ସ୍ନାପଚାଟ ଆପ ଯଦି ନାହିଁ ତେବେ ଡାଉନଲୋଡ କରି ନିଜ ଆକାଉଣ୍ଟ ଖୋଲନ୍ତୁ । ଏହାପରେ ଏହି ଆପ୍ ର କ୍ୟାମେରା ବଟନ ଚିପି ଫୋଟୋ ବା ଭିଡିଓ ଉଠାଇବା ପାଇଁ ପ୍ରସ୍ତୁତ ହୁଅନ୍ତୁ । ଏହାପରେ Capture ଲେଖଥିବା ବଟନ ପାଖରେ ସ୍ମାଇଲିର ବଟନ ଥିବ । ଏହାକୁ ଟିପି ଏଥିରେ ଶିଶୁ ଚେହେରା ଭଳି ଦିଶୁଥିବା ଆଇକନରେ ଟିପିଲେ ଆପଣଙ୍କ ଚେହେରା ଶିଶୁ ଚେହେରା ଭଳି ଦିଶିବ ।

#Snapchat #mobileApp #Elections2019

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon