• ବେତାର ବ୍ୟୁରୋ

ମୁଦ୍ରା ସର୍ଜିକାଲ ଷ୍ଟ୍ରାଇକ : ଏବେ 1 ଭାରତୀୟ ଟଙ୍କା ହେଉଛି 2 ପାକିସ୍ତାନୀ ମୁଦ୍ରା


(ବେତାର ବ୍ୟୁରୋ) ଭାରତ ବିରୁଦ୍ଧରେ ଚଳାଇଥିବା ଆତଙ୍କବାଦ ପରିପ୍ରେକ୍ଷୀରେ ପାକିସ୍ତାନକୁ ଏକେ ଘରିକିଆ କରିବା ଉଦ୍ୟମ ଶେଷରେ ସଫଳ ହେବା ପରି ଲାଗୁଛି । ମାସୁଦ ଅଝାରକୁ ବିଶ୍ଵ ଆତଙ୍କବାଦୀ ଘୋଷଣା କରିବା ଘଟଣାରେ ପାକିସ୍ତାନ ଠାରୁ ଚୀନ ଦୂରେଇ ଯିବା ପରେ ପରେ ଏବେ ଅର୍ଥନୀତି ବଜାରରେ ଏହାର ଅବସ୍ଥା ଅତ୍ୟନ୍ତ ଖରାପ ଅବସ୍ଥାରେ ପହଞ୍ଚିଛି ।

ସାଧାରଣତଃ ବିଶ୍ଵ ଅର୍ଥନୀତି ବଜାରରେ ଯେଉଁ ଦେଶର ମୁଦ୍ରାର ମୂଲ୍ୟ ଯେତେ ଅଧିକ ହେଇଥାଏ ତାହାର ଓଜନ ଦେଶମାନଙ୍କ ମଧ୍ୟରେ ସେତେ ହେଇଥାଏ । ବିଶ୍ଵ ବଜାରରେ ଡଲାର ଓ ୟୁରୋ ଶକ୍ତିଶାଳୀ ହେଇଥିବା ବେଳେ ଦକ୍ଷିଣଏସିଆ ତଥା ଭାରତୀୟ ଉପମହାଦ୍ଵୀପରେ ଭାରତୀୟ ମୁଦ୍ରାର ଓଜନ ରହିଛି ।

ଅନ୍ୟ ପକ୍ଷରେ ପାକିସ୍ତାନୀ ଟଙ୍କାର ମୂଲ୍ୟ ପ୍ରତିଦିନ ହ୍ରାସ ପାଇବାରେ ଲାଗିଛି । ନିକଟରେ ସେଠାରେ ପ୍ରକାଶିତ ହେଇଥିବା ଦର ମୁତାବକ ୧ ଭାରତୀୟ ମୁଦ୍ରା ବଦଳରେ ୨ଟଙ୍କା ୧୧ ପଇସାର ପାକିସ୍ତାନୀ ମୁଦ୍ରା ମିଳିବ ବୋଲି ମୁଦ୍ରା ଏକସଚେଞ୍ଜରୁ ଜଣାପଡିଛି । ପ୍ରାୟ ଏକ ବର୍ଷ ପୂର୍ବେ ୧ ଭାରତୀୟ ମୁଦ୍ରା ବଦଳରେ ୧.୬୦ ପାକିସ୍ତାନୀ ମୁଦ୍ରା ମିଳୁଥିଲା ।

ବିଭିନ୍ନ ଦକ୍ଷିଣ ଏସିଆ ଦେଶ ଯଥା ନେପାଳ, ବଙ୍ଗଳାଦେଶ, ଶ୍ରୀଲଙ୍କା, ଭୁଟାନ ଓ ପାକିସ୍ତାନରେ ଭାରତୀୟ ମୁଦ୍ରା ଦର ମୂଲ୍ୟ ଅଲଗା ରହିଥାଏ । ବିଶେଷ କରି ନେପାଳରେ ଭାରତୀୟ ମୁଦ୍ରା ର ପ୍ରଚଳନ ଥିବାରୁ ସେଠାରେ ଭାରତୀୟ ଟଙ୍କାର କାରବାର ହେଇଥାଏ ଓ ଭାରତୀୟ ମୁଦ୍ରା ସେଠାରେ ଡଲାର ପରି ମର୍ଯ୍ୟାଦା ପାଇଥାଏ । ହେଲେ ଏବେ ନେପାଳ ଠାରୁ ପାକିସ୍ତାନରେ ଭାରତୀୟ ମୁଦ୍ରା ମୂଲ୍ୟ ବଢିଯାଇଛି ।

ନେପାଳରେ ବର୍ତ୍ତମାନ ୧ ଭାରତୀୟ ମୁଦ୍ରା ୧.୬ ନେପାଳୀ ଟଙ୍କାରେ, ବଙ୍ଗଳାଦେଶରେ ୧.୨୦ ଟାକାରେ ଓ ଭୁଟାନରେ ୦.୯୯ ଙ୍ଗୁଲତ୍ରମ ମୁଦ୍ରାରେ ମିଳୁଛି ।

ଭାରତୀୟ ପଦକ୍ଷେପ

ପଡୋଶୀ ପାକିସ୍ତାନରେ ଏବେ ଆର୍ଥିକ ଅବସ୍ଥା ଶୋଚନୀୟ ସ୍ଥିତିରେ । ସେଠାରେ ସରକାରଙ୍କ ଦୈନନ୍ଦିନ ଖର୍ଚ୍ଚ ପାଇଁ ପଇସା ନ ଥିବାରୁ ବିଶ୍ଵ ମୁଦ୍ରା ପାଣ୍ଠିରୁ ଏବେ ୬ ବିଲିଅନ ଡଲାରର କରଜ ନେଇଛି ପାକିସ୍ତାନ । ଏହା ପ୍ରଭାବରେ ପାକିସ୍ତାନରେ ଆମେରିକୀୟ ଡଲାର ମୂଲ୍ୟ ଏବେ ୧୫୦ ପାକିସ୍ତାନୀ ଟଙ୍କାରେ ପହଞ୍ଚିଛି । ଏହା ତୁଳନାରେ ଏବେ ଭାରତୀୟ ବଜାରରେ ଡଲାରର ମୂଲ୍ୟ ୭୦ ଟଙ୍କା ପାଖାପାଖି ରହିଛି ।

ସମଗ୍ର ଏସିଆ ମହାଦେଶରେ ପାକିସ୍ତାନୀ ମୁଦ୍ରା ଅତ୍ୟନ୍ତ ଦୁର୍ବଳ ରହିଛି ,। ଗତ ତିନି ମାସମଧ୍ୟରେ ଏହାର ମୂଲ୍ୟ ୨୦% ତଳକୁ ଖସିଛି ବୋଲି ବିଭିନ୍ନ ଅର୍ଥନୈତିକ ଖବର ସଂସ୍ଥାମାନେ ଉଲ୍ଲେଖ କରିଛନ୍ତି ।

ପାକିସ୍ତାନର ଏହି ପଦକ୍ଷେପ ପାଇଁ ଭାରତ ପ୍ରତ୍ୟକ୍ଷ ନ ହେଲେ ବି ପରୋକ୍ଷ ଭାବେ ଦାୟୀ ।

ଆଫାଗାନିସ୍ତାନରେ ଲଢେଇ ପାଇଁ ଆମେରିକା ପାକିସ୍ତାନକୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିଆସୁଥିଲା । ତେବେ ଭାରତ ପକ୍ଷରୁ ଅନୁରୋଧ କରାଯାଇଥିଲା ଯେ ପାକିସ୍ତାନ ଏହି ଆର୍ଥିକ ସାହାଯ୍ୟରୁ କିଛି ଅଂଶ ଭାରତ ବିରୋଧୀ ଆତଙ୍କ କାର୍ଯ୍ୟକଳାପରେ ଲଗାଉଛି ଓ ଏହାକୁ ବନ୍ଦ କରାଯାଉ ।

ଆମେରିକା ଏହାକୁ ପରୀକ୍ଷାନିରୀକ୍ଷା କରିବା ପରେ ପାକିସ୍ତାନକୁ ଆର୍ଥିକ ସାହାଯ୍ୟ ଦେବା ବନ୍ଦ କରିଦେଇଛି ।

ଫଳରେ ଏହି ଦେଶରେ ଏବେ ଅର୍ଥ ନୈତିକ ସଙ୍କଟ ଦେଖାଦେଇଛି ।

#Pakistan #Terrorism #Modi

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon