• ବେତାର ବ୍ୟୁରୋ

ଜାଣନ୍ତୁ : ଖରାଦିନେ ଝାଳଗନ୍ଧ ପାଇଁ ଏହିସବୁ ଖାଦ୍ୟ ଦାୟୀ


(ବେତାର ବ୍ୟୁରୋ) ଶରୀରରୁ ଝାଳ ବୋହିବା ଏକ ସ୍ବାଭାବିକ ପ୍ରକ୍ରିୟା ଅଟେ। ହେଲେ ଝାଳରୁ ଦୁର୍ଗନ୍ଧ ବାହାରିଥାଏ, ତେଣୁ ଅନେକ ସମୟରେ ଏଥିପାଇଁ ଲଜ୍ଜିତ ହେବାକୁ ପଡ଼େ। ଝାଳ ଦୁର୍ଗନ୍ଧ ପାଇଁ ଆପଣ ଅନେକ ସ୍ଥାନରେ ଅସହଜ ମଧ୍ୟ ଅନୁଭବ କରିଥାଆନ୍ତି।

ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ବାସ୍ନାଯୁକ୍ତ ଡିଓ, ସେଣ୍ଟର ଆଦି ବ୍ୟବହାର କରିଥାନ୍ତି। ତେବେ ଆପଣଙ୍କ ଝାଳ ଅଧିକ ଦୁର୍ଗନ୍ଧ ହେଉଥିବା ଅନୁଭବ କରୁଥିଲେ, ଏସବୁଠାରୁ ଦୂରେଇ ରହନ୍ତୁ। କାରଣ ଏହା ପଛରେ ତର୍କ ହେଉଛି ଏପରି କିଛି ଖାଦ୍ୟ ରହିଛି ଯେଉଁଥିରେ ଥିବା ଉପାଦାନ ଆମ ଶରୀରରେ ଝାଳ ଦୁର୍ଗନ୍ଧ ପାଇଁ ଦାୟୀ ।

ଯେଉଁସବୁ ଖାଦ୍ୟ ଖାଇଲେ ଶରୀରରୁ ଦୁର୍ଗନ୍ଧ ବାହାରେ ତାହାଠାରୁ ଦୂରେଇ ରହନ୍ତୁ। ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟ ସମ୍ବନ୍ଧରେ ।

1) ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଶରୀରରେ ସଲ୍‌ଫର ମାତ୍ରା ବଢ଼ିଯାଏ। ଯେଉଁଥିରୁ ଦୁର୍ଗନ୍ଧ ବାହାରି ଥାଏ।

2) ଅଧିକ ପିଆଜ, ରସୁଣ, ଲଙ୍କା ଖାଆନ୍ତୁ ନାହିଁ। ନଚେତ୍‌ ଝାଳ ଦୁର୍ଗନ୍ଧ ସମସ୍ୟା ବଢ଼ିବାର ସମ୍ଭାବନା ରହିଛି।

ମଟନ ହଜମ କରିବାକୁ ଶରୀରକୁ ଅଧିକ ପରିଶ୍ରମ କରିବାକୁ ପଡ଼େ। ଯାହାଫଳରେ ଅଧିକ ଝାଳ ବହିବା ସହ ଝାଳ ଦୁର୍ଗନ୍ଧ ହୋଇଥାଏ।

3) ବ୍ରୋକୋଲି, ଫୁଲକୋବି ଭଳି ପରିବା ଅଧିକ ଖାଇଲେ ମଧ୍ୟ ଶରୀରରୁ ଦୁର୍ଗନ୍ଧ ହେବା ଭଳି ସମସ୍ୟା ହୋଇଥାଏ।

4) ଅଧିକ ମଦ୍ୟପାନ କରିବା ଦ୍ବାରା ମୁହଁ ସହିତ ଶରୀରରୁ ମଧ୍ୟ ଦୁର୍ଗନ୍ଧ ବାହାରିପାରେ।

5) ଅଧିକ ଜଙ୍କଫୁଡ୍‌ ଖାଇବା ଦ୍ବାରା ମଧ୍ୟ ଅଧିକ ଝାଳ ବହିଥାଏ। ଯାହାଫଳରେ ଝାଳ ଦୁର୍ଗନ୍ଧ ସମସ୍ୟା ହୋଇପାରେ।

#summercare #bodycare #summertips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon