• ବେତାର ବ୍ୟୁରୋ

ରାଜଧାନୀ ବେତାର : ଢୁଳାଉଥିବା ସିକ୍ୟୁରିଟିକୁ ତାଗିଦ କରିବାରୁ କାର ଜାଳିଦେଲେ


(ବେତାର ବ୍ୟୁରୋ) ବିଳମ୍ବିତ ରାତିରେ ଆପଣ କୌଣସି କାମ ସାରି ନିଜ ଆପାର୍ଟମେଣ୍ଟକୁ ଫେରିଲାବେଳେ ଆପଣ ଦେଖିବେ ନାଇଟ ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡ ବସି ଢୁଳଉଛି । ଆପଣ କଣ କରିବେ ? ନିଶ୍ଚିତ ତାଗିଦା କରିବେ ଯେ ଏପରି କାମ ଆଉ ନ କରିବାକୁ ।

ତେବେ ଏମିତି ଘଟଣା ରାଜଧାନୀର ଝାରପଡା ଅପାର୍ଟମେଣ୍ଟରେ ଘଟିଥିଲା । ଆଉ ତା’ ପରେ ଯାହା ଘଟିଥିଲା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ।

ଶୁକ୍ରବାର ରାତିରେ ଭୁବନେଶ୍ଵରସ୍ଥିତ ଝାରପଡା ଅଞ୍ଚଳରେ ଥିବା ଏକ ଏକ ଆପାର୍ଟମେଣ୍ଟର କାର୍ ପାର୍କିଂରେ ଅଗ୍ନିକାଣ୍ଡ ଘଟି ୮ ଟି ଗାଡ଼ି ଜଳିଯାଇଥିବାର ଖବର ଆସିଥିଲା । ଶନିବାର ବିଳମ୍ବିତ ରାତିରେ ଏହି ଘଟଣାରେ ପର୍ଦ୍ଦାଫାଶ କରିଛି ଭୁବନେଶ୍ୱର ପୁଲିସ ।

କ'ଣ ଥିଲା ଘଟଣା ଭୁବନେଶ୍ୱର ଜିଜିପି କଲୋନୀ ଜଗନ୍ନାଥ ନଗରର ୧୫ନମ୍ବର ରୋଡରେ ଥିବା ହେରିଟେଜ ପ୍ରପର୍ଟି ଆପାର୍ଟମେଣ୍ଟରେ ଏହି ଘଟଣା ଘଟିଥିଲା । ଏହି ଅଗ୍ନିକାଣ୍ଡରେ ୨ଟି କାର ସହ ୬ଟି ବାଇକ ଜଳିଯାଇଥିଲା ।

ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିଲା। ଖବର ପାଇବା ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲୋ

ତେବେ କିପରି ଘଟଣା ଘଟିଲା ତା’ ସମ୍ପର୍କରେ କୌଣସି ସୁରାକ ପୁଲିସ କୁ ମିଳି ନ ଥିଲା । ହେଲେ କେହି ଜାଣିଶୁଣି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହେଉଛିା ପୋଲିସ ଘଟଣାର ତନାଘନା ଆରମ୍ଭ କରିଥିଲା ।

ଏ ଘଟଣାରେ ଏକ ଗ୍ୟାସ ସିଲିଣ୍ଡର ବ୍ୟବହୃତ ହେଇଥିବାରୁ ପୁଲିସ ତଦନ୍ତକୁ ତନାଘନା କରିଥିଲା । ଅପାର୍ଟମେଣ୍ଟ ନିବାସୀ ଚିତ୍ତରଞ୍ଜନ ଦାସ କହିଥିଲେ ଯେ ଶୁକ୍ରବାର ଦିନ ରାତି 12 ଟା ବେଳେ ସେ ଘରକୁ ଫେରିଲା ବେଳେ ସିକ୍ୟୁରିଟି ଗାର୍ଡକୁ ଶୋଇଥିବାର ଦେଖି ତାଗିଡା କରିଥିଲେ । ଏହାର ଦୁଇଘଣ୍ଟା ପରେ ଅପାର୍ଟମେଣ୍ଟରେ ନିଆଁ ଲାଗିଥିଲା ଓ ଏହା ପରେ ଉକ୍ତ ସିକ୍ୟୁରିଟି ଗାର୍ଡ ଘଟଣାସ୍ଥଳରୁ ଗାୟବ ହେଇଯାଇଥିଲା ।

ଏହା ପରେ ସିକ୍ୟୁରିଟି ଗାର୍ଡ ସଂସ୍ଥା ସହ ଯୋଗାଯୋଗା କରି ପୁଲିସ ଉକ୍ତ ଗାର୍ଡକୁ ଠାବ କରିଥିଲା ଓ ପଚରାଉଚୁରା ପରେ ସେ ମାନି ଯାଇଥିଲା ।

#crime

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon