• ବେତାର ବ୍ୟୁରୋ

ମୋଦୀ ଗୁମ୍ଫାରେ ଧ୍ୟାନ କରିବା ପାଇଁ ଦେବାକୁ ପଡେ ଟ.990


(ବେତାର ବ୍ୟୁରୋ) ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଦିନ ଉତ୍ତରାଖଣ୍ଡ ରାଜ୍ୟସ୍ଥିତ କେଦାରନାଥ ମନ୍ଦିରକୁ ଦର୍ଶନ ପାଇଁ ଯିବା ଓ ସେଠାରେ ଏକ ଗୁମ୍ଫାରେ ତପସ୍ୟା କରିବାର ଚିତ୍ର ଆପଣ ଦେଖିଥିବେ । ତେବେ ଏହା କେବଳ ଏକ ଗୁମ୍ଫା ନୁହେଁ । ଏହା ଉତ୍ତରାଖଣ୍ଡ ପର୍ଯ୍ୟଟନ ବିଭାଗ ଦ୍ଵାରା ବିକଶିତ ହେଇଥିବା ଏକ ଧ୍ୟାନ କେନ୍ଦ୍ର , ଯେଉଁଥିରେ ଆପଣ ଦିନକୁ ଟ.990 ଦେଇ ଧ୍ୟାନ କରିପାରିବେ ।

ଏହି ଗୁମ୍ଫା ବୁକିଙ୍ଗ କରିବା ପାଇଁ ଆପଣଙ୍କ ଘଡୱାଲ ମଣ୍ଡଳ ବିକାଶ ନିଗମ (Garhwal Mandal Vikas Nigam) ୱେବସାଇଟ ଯାଇ ବୁକ କରିବାକୁ ପଡିବ ।

ହୋଟେଲ ପରି ସୁବିଧା

ଯଦିଓ ଏହି ଗୁମ୍ଫା ଏକ ବିଳାସମୟ ଘର ହିସାବରେ ନିର୍ମିତ ହେଇ ନାହିଁ, ତେବେ ଏଠାରେ ସେମିତି ଅସୁବିଧା ମଧ୍ୟ ନାହିଁ । ଏକ ହଜାର ଟଙ୍କାରୁ ଅଳ୍ପ କମ୍ ମୂଲ୍ୟରେ ଆପଣ ସେଠାରେ ହୋଟେଲ ପରି ସୁବିଧା ପାଇ ପାରିବେ । ସୁବିଧା ଗୁଡିକ ହେଲା :

  • ପିଇବା ପାଣି, ଟଏଲେଟ

  • ମୋବାଇଲ ଚାର୍ଜିଙ୍ଗ ପଏଣ୍ଟ,ଇଲେକ୍ଟ୍ରିସିଟି,

  • ଶୋଇବା ପାଇଁ ଶଯ୍ୟା

  • ସାର୍ଟ, ପ୍ୟାଣ୍ଟ ଟଙ୍ଗିବା ପାଇଁ ହାଙ୍ଗର

  • ଚା’, ଜଳଖିଆ, ମଧ୍ୟାହ୍ନ ଭୋଜନ, ଅପରାହ୍ନ ଚା’, ରାତ୍ରି ଭୋଜନ

  • ଜରୁରୀ କାଳୀନ ପରିସ୍ଥିତିରେ କତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ଟେଲିଫୋନ

  • ଅନ୍ୟାନ୍ୟ ସେବା ପାଇଁ ଘଣ୍ଟି

ତେବେ ଏ ସବୁ ସୁବିଧା ଥିଲେ ମଧ୍ୟ ଏହି ଗୁମ୍ଫା ବୁକିଙ୍ଗ କରିବା ସମୟରେ କିଛି ନିୟମର ପାଳନ କରିବାକୁ ହେବ ।

  • ଏଠାରେ ରହିବା ପାଇଁ କେବଳ ଜଣେ ବ୍ୟକ୍ତି ବୁକିଙ୍ଗ କରିପାରିବେ

  • ଗୁମ୍ଫାକୁ ଯିବା ଆଗରୁ ଆପଣଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ପରୀକ୍ଷା ଜରୁରୀ

କମ ଲୋକପ୍ରିୟ

ଏହିପରି ଏକ ଗୁମ୍ଫା ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରାଖଣ୍ଡ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ସରକାର ସେଠାରେ ଏହିପରି ଦୁଇଟି ଗୁମ୍ଫା ନିର୍ମାଣ କରିଛନ୍ତି । ଗୋଟିକର ନାମ ‘ରୁଦ୍ର’ ଓ ଅନ୍ୟଟିର ନାମକରଣ ହେଇ ନାହିଁ । ତେବେ ମୋଦୀ ଉକ୍ତ ନାମକରଣ ହେଇ ନ ଥିବା ଗୁମ୍ଫାରେ ରହିଥିବାରୁ କେତେକ ଏହାକୁ ‘ମୋଦୀ ଗୁମ୍ଫା’ ବୋଲି କହୁଛନ୍ତି ।

ଏହିପରି ଗୁମ୍ଫା ପ୍ରାୟ ବର୍ଷେ ତଳୁ ପ୍ରସ୍ତୁତ ହେଇଥିଲେ ମଧ୍ୟ ଏହା ପ୍ରତି ସେତେଟା ଆଗ୍ରହ ନ ଥିଲା । ଏହାର ମୁଖ୍ୟକାରଣ ଥିଲା ଅଧିକ ଦର । ପୂର୍ବରୁ ଏହି ଗୁମ୍ଫାରେ ଧ୍ୟାନ ପାଇଁ ବୁକିଙ୍ଗ କରିବାକୁ ହେଲେ ଅତି କମରେ ତିନିଦିନ ପାଇଁ ବୁକିଙ୍ଗ କରିବାକୁ ପଡୁଥିଲା । ତେବେ ପର୍ଯ୍ୟଟକମାନଙ୍କ ମନରେ ସେତେଟା ଆଗ୍ରହ ସୃଷ୍ଟି ନ କରିପାରିବାକୁ ଏହାର ଦର ଗୋଟିଏ ଦିନ ପାଇଁ ଟ.990କୁ ଖସାଇ ଦିଆଯାଇଛି ।

#PMnarendramodi #Modi #Elections2019 #travel

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon