• ବେତାର ବ୍ୟୁରୋ

ମେ' 20-26 ରାଶିଫଳ : ଏ ସପ୍ତାହରେ ଆଠଟି ରାଶି ପାଇଁ ଶୁଭ ସଂକେତ


(ବେତାର ବ୍ୟୁରୋ) ଚଳିତ ସପ୍ତାହରେ ହେଉଥିବା ଗ୍ରହ ଚଳନରୁ ଏହି ସଂକେତ ମିଳୁଛି ଯେ ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ଧନୁ , ମକର ଓ କୁମ୍ଭ –ଏହି ଆଠ ରାଶିର ବ୍ୟକ୍ତିଙ୍କପାଇଁ ଶୁଭ ଫଳ ପ୍ରଦାନ କରିପାରେ । ଏହି ବ୍ୟକ୍ତିମାନଙ୍କୁ ବ୍ୟବସାୟରେ ସଫଳତା ମିଳିପାରେ, ବା ଅଟକିଥିବା ପଇସା ପାଇପାରିବେ । ସେହିପରି ଚାକିରି କରୁଥିବା ବ୍ୟକ୍ତିମାନଙ୍କୁ କର୍ମକ୍ଷେତ୍ରରେ ପଦୋନ୍ନତି ବା ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ମିଳିପାରେ । ତେବେ ଗ୍ରହ ଚଳନରୁ ଅନ୍ୟ 4ଟି ରାଶି ପାଇଁ ସେପରି ଶୁଭ ସଙ୍କେତ ମିଳୁ ନାହିଁ । କର୍କଟ, ତୁଳା, ବିଛା ଓ ମୀନ ରାଶି ବ୍ୟକ୍ତିମାନେ ଅସୁବିଧା ସ୍ଥିତିର ସମ୍ମୁଖୀନ ହେଇପାରନ୍ତି, ଏଣୁ ନିଜ ବୁଦ୍ଧି ଓ ବିବେକ ଅନୁସାରେ ସତର୍କ ହେଇ ଚଳିବା ବାଞ୍ଛନୀୟ ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

ମେଷ: କାର୍ଯ୍ୟ କ୍ଷେତ୍ରରେ ପୁରୁଣା ପ୍ରଦର୍ଶନରୁ ଲାଭ ମିଳିବ। ଚାକିରିଆଙ୍କୁ ସଫଳତା ମିଳିବ। ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ।

ବୃଷ: ସାମାନ୍ୟ ପରିଶ୍ରମରେ ବଡ଼ ଲାଭ ମିଳିବ। କୌଣସି କଥାକୁ ନେଇ ଚିନ୍ତା ବଢ଼ିପାରେ। ନୂଆ ସଂପର୍କରୁ ଆପଣଙ୍କୁ ଫାଇଦା ହେବ।

ମିଥୁନ: ଧନଲାଭର କୌଣସି ସୁଯୋଗ ମିଳିବ। ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। କାମରେ ସତର୍କତା ଅବଲମ୍ବନ କରନ୍ତୁ।

କର୍କଟ: ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଆପଣଙ୍କ କାମର ଭଲ ପରିଣାମ ମିଳିବ। ବ୍ୟବସାୟର ବିସ୍ତାର କରିବା ଲାଗି ଭାବିବେ।

ସିଂହ: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। କାରବାରରେ ନୂଆ ଆୟର ସ୍ରୋତ ମିଳିପାରେ

କନ୍ୟା: ପରିଶ୍ରମର ଫଳ ଅବଶ୍ୟ ପାଇବେ। ବୈବାହିକ ଜୀବନ ଖୁସି ରହିବ। ବ୍ୟବସାୟରେ ନୂଆ ଅନୁବନ୍ଧ ହେବ।

ତୁଳା: କୌଣସି ବଡ଼ ସଫଳତା ମିଳିବ। ଆର୍ଥିକ ରୂପେ ଆପଣଙ୍କୁ ଲାଭ ପ୍ରାପ୍ତି ହେବ। ରାଜନୀତିରେ କିଛି ଆଶା ପୂରା ହେବ।

ବିଛା: ପରିବାରରେ ସମ୍ମାନ ମିଳିବ। ଓକିଲଙ୍କୁ କୌଣସି ବଡ଼ ମକଦ୍ଦମାରେ ବିଜୟ ହାସଲ ହୋଇପାରେ। ଆୟ ବୃଦ୍ଧି ହେବ।

ଧନୁ: ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ଅଫିସ୍‌ରେ ଆପଣଙ୍କର ସମୟ ଭଲରେ କଟିବ। ଆପଣଙ୍କୁ ଅଚାନକ ଧନଲାଭ ହେବ।

ମକର: ଆୟର ନୂଆ ସାଧନ ମିଳିବ। କିଛି କାମରେ ଅଧିକ ସମୟ ବ୍ୟୟ ହୋଇପାରେ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଜାୟ ରହିବ।

କୁମ୍ଭ: ଆପଣଙ୍କର ପୁରୁଣା ଇଚ୍ଛା ପୂରା ହେବ। ବିବାହିତଙ୍କ ଲାଗି ସମୟ ବଢ଼ିଆ ରହିବ। ଅଫସରେ ସହଯୋଗୀଙ୍କ ସାହାଯ୍ୟ ପାଇବେ।

ମୀନ: ଧର୍ମ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ସମସ୍ତେ ଆପଣଙ୍କ କାମରେ ପ୍ରଭାବିତ ହେବେ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ।

#astrology #horoscope #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon