• Baisali Pradhan

ସଲମାନଙ୍କ ଫିଲ୍ମ 'ଭାରତ' ପ୍ରମୋସନକୁ ତବୁଙ୍କ ମନା


(ବେତାର ବ୍ୟୁରୋ) ସଲମାନ ଖାନଙ୍କ ଅଭିନୀତ ବିଗ ବଜେଟ ଫିଲ୍ମ ‘ଭାରତ’ ଆସନ୍ତା ଜୁନ ୫ ତାରିଖରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ତବୁ ମଧ୍ୟ ଅଭିନୟ କରିଛନ୍ତି । ତେବେ ଏହି ଫିଲ୍ମର ପ୍ରମୋଶନ କରିବା ପାଇଁ ମନା କରିଦେଇଛନ୍ତି ତବୁ ।

ନିକଟରେ ଏକ ଇଣ୍ଟରଭିଉରେ ସଲମାନଙ୍କ ଫିଲ୍ମ ‘ଭାରତ’ର ପ୍ରମୋଶନ କରିବେ କି ନା ସେ ପ୍ରଶ୍ନର ଉତ୍ତର ଦେଇ ତବୁ କହିଥିଲେ, “ନା ମୁଁ ‘ଭାରତ’ ର କୌଣସି ପ୍ରମୋସନରେ ଭାଗନେବା କୁ ଚାହେନା।“

ପ୍ରମୋଶନ ନ କରିବାର କାରଣ ସମ୍ପର୍କରେ ତବୁ କହିଥିଲେ, “ ’ଭାରତ’ ରେ ମୋର ବହୁତ ଛୋଟ ରୋଲ ଅଛି , କେବଳ ଗୋଟେ ସିନ୍ । ଆଉ ସେ ଗୋଟେ ସିନ୍ ବିଷୟରେ ମୁଁ ଆପଣମାନଙ୍କୁ କ’ଣ ଯେ କହିବି “।

କ'ଣ ଥିଲା ବିବାଦ

ଅସଲ କଥା ହେଲା ଅଲି ଆବ୍ବାସ ଜାଫରଙ୍କ ନିର୍ଦ୍ଦେଶିତ ‘ଭାରତ’ ର ଟ୍ରେଲର ଅପ୍ରେଲ ମାସରେ ରେଲିଜ ହୋଇଥିଲା । ଏହି ଟ୍ରେଲରରେ ପ୍ରାୟ ସବୁ ସିନ୍ ସାମ୍ନାକୁ ଆସିଥିଲା, କିନ୍ତୁ ତବୁଙ୍କ ସିନ୍ ଦେଖାଯାଇ ନ ଥିଲା ।

ଏହାର କାରଣ ଦର୍ଶେଇବାକୁ ଯାଇ , ନିର୍ଦ୍ଦେଶକ ଅଲି ଏକ ଇଣ୍ଟରଭିଉରେ କହିଥିଲେ “ଆମେ ଏହି ଫିଲ୍ମର ମୁଖ୍ୟ ଚରିତ୍ରମାନଙ୍କୁ ଦେଖାଇବାକୁ ଚାହୁଁଥିଲୁ ,ସେଥିପାଇଁ ସମସ୍ତ ଚରିତ୍ରଙ୍କୁ ଏହି ଟ୍ରେଲରରେ ଦେଖେଇବା ସମ୍ଭବ ନଥିଲା । ତେବେ ଯାହା ବି ହଉ ଏହି ଟ୍ରେଲର ଦେଖିଲା ଭଳି । ଯେତେବଳେ ଏହି ଫିଲ୍ମ ସମସ୍ତଙ୍କ ସାମ୍ନାକୁ ଆସିବ ତାହା ସମସ୍ତଙ୍କୁ ପସନ୍ଦ ଆସିବ ।

ଶୁଣାଯାଉଛି କି ଟ୍ରେଲରରେ ତବୁଙ୍କ ସିନ୍ କାଟି ଦିଆଯାଇଥିବାରୁ ତବୁ ଫିଲ୍ମ ନିର୍ଦ୍ଦେଶକ ଓ ପ୍ରଯୋଜକ’ଙ୍କ ଉପରେ ଖପ୍ପା ହେଇଛନ୍ତି ଓ ସେଥିପାଇଁ ପ୍ରମୋଶନରେ ଭାଗ ନେବାକୁ ମନା କରିଦେଇଛନ୍ତି ।

ମେ 14 ତାରିଖରେ ଅଜୟ ଦେବଗନ ଓ ତବୁଙ୍କ ଅଭିନୀତ ‘ଦେ ଦେ ପ୍ୟାର ଦେ ‘ ଫିଲ୍ମ ରିଲିଜ ହୋଇସାରିଛି । ସେ ସେଥିରେ ଅଜୟ ଦେବଗନଙ୍କ ପୂର୍ବତନ ପତ୍ନୀ ଚରିତ୍ରରେ ଅଭିନୟ କରିଛନ୍ତି । ବର୍ତ୍ତମାନ ସେ ଏହି ଫିଲ୍ମ ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ରବିବାର ସୁଦ୍ଧା ଏହି ଫିଲ୍ମ ସାରା ଦେଶରେ 38.54 କୋଟି ଟଙ୍କାର ବ୍ୟବସାୟ କରିସାରିଛି ।

#salmankhan #Bharat #Bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon