• Baisali Pradhan

ଖରାଦିନେ ତେଲିଆ ତ୍ଵଚା ନିମନ୍ତେ ଘରେ କରନ୍ତୁ ଫେସ୍ ଫ୍ୟାକ୍


(ବେତାର ବ୍ୟୁରୋ) ଖରାଦିନେ ଅଧିକ ଟାଣ ଖରା ଯୋଗୁଁ ଓ ବାରମ୍ବାର ଝାଳ ବୋହୁଥିବା ଯୋଗୁଁ ତ୍ଵଚାର ଯତ୍ନ ଠିକ୍ ଭାବେ ନିଆଯାଇ ପାରି ନ ଥାଏ । ଏହାଛଡା ଅଧିକ ଝାଳ ବାହାରିବା କାରଣରୁ ତ୍ଵଚାରେ ପିମ୍ପଲ ଓ କଳା ଦାଗ ମଧ୍ୟ ସୃଷ୍ଟି ହୋଇଥାଏ । ଏହି ଦାଗକୁ ଦୂର କରିବା ଲାଗି ମହିଳାମାନେ ଅନେକ ଟଙ୍କା ବିଭିନ୍ନ କ୍ରିମ ଓ ଜେଲ ବାବଦକୁ ଖର୍ଚ୍ଚ କରିଥାନ୍ତି, ହେଲେ କୌଣସି ଫଳପ୍ରାପ୍ତ ହୋଇ ନ ଥାଏ ।

ବର୍ତ୍ତମାନ ବଜାରକୁ ତେଲିଆ ତ୍ଵଚା ପାଇଁ ବିଭିନ୍ନ ପ୍ରକାରର ଅଏଲ ପ୍ରୋଟେକସନ କ୍ରିମ, ଜେଲ ଆଦି ଆସିଗଲାଣି । ଏସବୁ କେମିକାଲ ମିଶ୍ରିତ ଦ୍ରବ୍ୟକୁ ବ୍ୟବହାର କରିବା ଦ୍ଵାରା ତ୍ଵଚାରେ ବିଭିନ୍ନ ପ୍ରକାରର କୁ-ପ୍ରଭାବ ପଡିଥାଏ । ତେବେ ଏ ସବୁକୁ ଛାଡି ପ୍ରାକୃତିକ ଉପାୟରେ ମଧ୍ୟ ତ୍ଵଚାର ଯତ୍ନ ନିଆଯାଇପାରିବ।ରୋଷେଇଘରେ ଥିବା ବିଭିନ୍ନ ସାମଗ୍ରୀକୁ ନେଇ ମଧ୍ୟ ଫେସପ୍ୟାକ ତିଆରି କରିପାରିବା ।

ଆସନ୍ତୁ ଜାଣିବା କିପରି ଘରେ କରିବେ ଫେସ୍ ପ୍ୟାକ ।

ସେଉ ଓ ମହୁ

ଗୋଟିଏ ସେଉ ଫଳର ଚୋପା ଛଡେଇ ଏହାର ଶସ ସହ ତିନି ଚାମଚ ମହୁ ମିଶେଇ ତ୍ଵଚାରେ ଲଗାନ୍ତୁ । ଏହାର 20 ମିନିଟ୍ ପରେ ଏହି ପ୍ୟାକକୁ ଭଲ ଭାବେ ଧୋଇ ଦିଅନ୍ତୁ । ତ୍ଵଚାର ତେଲିଆ ଅଂଶ ଓ ମୃତ କୋଷକୁ ମହୁ ନଷ୍ଟ କରି ଦେଇଥାଏ । ଯାହା ଫଳରେ ତ୍ଵଚାରେ ଅଧିକ ଚମକ ଆସିଥାଏ ।

କଦଳୀ ଏବଂ ମହୁ

ଅଧା ପାଚି ଯାଇଥିବା କଦଳୀ ସହ ଗୋଟେ ଚାମଚ ମହୁ ଓ ଏକ ଚାମଚ ଲେମ୍ବୁ ରସ ମିଶେଇ ଏହି ପ୍ୟାକ ପ୍ରସ୍ତୁତ କରନ୍ତୁ । ଏହାକୁ ତ୍ଵଚା ରେ ଲଗେଇ 20 ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଶୁଖି ଯିବା ପରେ ଗରମପାଣିରେ ବୁଡାହେଇଥିବା ତଉଲିଆରେ ମୁହଁ ପୋଛି ଦିଅନ୍ତୁ କିମ୍ବା ଗରମ ପାଣିରେ ଧୋଇନିଅନ୍ତୁ । ଲେମ୍ବୁ ପ୍ରାକୃତିକ ଉପାୟରେ ତ୍ଵଚାରେ ଥିବା ତେଲିଆ ଅଂଶକୁ ଦୂର କରିଥାଏ ।

ଅଣ୍ଡାରେ ତିଆରି ଫେସ୍ ଫ୍ୟାକ୍

ଅଣ୍ଡାର ଫେସ୍ ଫ୍ୟାକ୍ ଲଗେଇବା ଦ୍ଵାରା ଏହାର ଏକ ଆସ୍ତରଣ ତ୍ଵଚା ଉପରେ ପଡିଥାଏ, ଯାହା ତ୍ଵଚାରେ ଥିବା ତେଲିଆ ଅଂଶକୁ କମ କରିଥାଏ । ଏହି ପ୍ୟାକ ପ୍ରସ୍ତୁତ କରିବା ପାଇଁ ଅଣ୍ଡାକୁ ଭାଙ୍ଗି ସେଥିରୁ ଧଳା ଓ ହଳଦିଆ ଅଂଶକୁ ଅଲଗା କରିଦିଅନ୍ତୁ । ଏହାପରେ ହଳଦିଆ ଅଂଶକୁ ଭଲ ଭାବେ ତ୍ଵଚାରେ ଲଗାନ୍ତୁ। ଦଶ ମିନିଟ ରଖି ଶୁଖି ଯିବା ପରେ ଥଣ୍ଡା ପାଣିରେ ଭଲ ଭାବେ ଧୋଇନିଅନ୍ତୁ । ତ୍ଵଚା ଅଧିକ ଉଜ୍ଜଳ ଦେଖାଯିବ।

ଓଟ୍ ମିଲ ଏବଂ ଏଲୋଭେରା

ଏଲୋଭେରାର ଆଣ୍ଟି ଇମ୍ଫ୍ଲେମେଟୋରି ଏଲିମେଣ୍ଟ (ଜ୍ଜ୍ଵଳନ ନାଶକାରୀ ତତ୍ତ୍ଵ) ତ୍ଵଚାରେ ଥିବା ବ୍ରଣ,କଳା ଦାଗ, ଇନଫେକ୍ସନ ଆଦିକୁ ଦୂର କରିଥାଏ । ଏଥିପାଇଁ ମେଡିକାଲରେ ମଧ୍ୟ ଏହାର ବ୍ୟବହାର କରାଯାଇଥାଏ ।

ଓଟ୍ ମିଲ ପାଉଡର ସହ ଏଲୋବେରା ଜେଲକୁ ମିଶାଇ ତ୍ଵଚାରେ ଭଲ ଭାବେ ମସାଜ କରନ୍ତୁ । ତିନି ରୁ ପାଞ୍ଚ ମିନିଟ ମସାଜ କରିବା ପରେ ଏହାକୁ ଶୁଖିବାକୁ ଦିଅନ୍ତୁ । ଏହାପରେ ମୁହଁକୁ ଭଲ ଭାବେ ପାଣିରେ ଧୋଇନିଆନ୍ତୁ । ଏହି ପ୍ରକୃତିକ ଉପାୟରେ ତିଆରି କରାଯାଇ ଥିବା ସ୍କ୍ରବରେ ତ୍ଵଚାର ବହୁ ଲାଭ ହୋଇଥାଏ ।

#Facepack #summercare #summertips #beautytips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon