• ବେତାର ବ୍ୟୁରୋ

ଟ.5 ଲକ୍ଷରେ ମିଳୁଛନ୍ତି ନକଲି ପରୀକ୍ଷାର୍ଥୀ; ଓୟୁଏଟି ଏଣ୍ଟ୍ରାନ୍ସ ପରୀକ୍ଷାରେ ଧରାପଡିଲେ


(ବେତାର ବ୍ୟୁରୋ) ଦେଶରେ କିଛି ବର୍ଷ ତଳେ ବଢି ଚାଲିଥିବା ନକଲି ପରୀକ୍ଷାର୍ଥୀ ଘଟଣାକୁ ନେଇ ନିକଟରେ ଇମ୍ରାନ ହାସମୀଙ୍କ “Why Cheat India” ନାମକ ଫିଲ୍ମ ରିଲିଜ ହେଇଥିଲା । ଏଥିରେ କିଭଳି ଏହି ରାକେଟ ବିହାର ଆରମ୍ଭ କରି ରାଜସ୍ଥାନ ପର୍ଯ୍ୟନ୍ତ ବ୍ୟାପିଥାଏ ତାହା ଦର୍ଶାଯାଇଥିଲା । ଏବେ ରାଜଧାନୀ ଭୁବନେଶ୍ୱରରେ ସେହିପରି ଏକ ଘଟଣା।

ରବିବାର ହେଇଥିବା ଓୟୁଏଟି ଏଣ୍ଟ୍ରାନ୍ସ ପରୀକ୍ଷା ଦେଉଥିବା ସମୟରେ ପରୀକ୍ଷକ ଜଣକୁ ସନ୍ଦେହ କଲା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପରେ ଏହାର ଖୋଳତାଡ କରି ପୁରା ଘଟଣା ଜାଣିବାକୁ ପାଇଛି ।

କିପରି ଧରାପଡିଲା ରବିବାର ଦିନ ଓୟୁଏଟି ଏଣ୍ଟ୍ରାନ୍ସ ପରୀକ୍ଷା ଚାଲିଥିବାବେଳେ ଭୁବନେଶ୍ୱର ବରମୁଣ୍ଡାସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରରେ ଏକ ପରୀକ୍ଷାକେନ୍ଦ୍ରରେ ଅନେକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିଲେ । ସେହି ସମୟରେ ଜଣେ ପରୀକ୍ଷାର୍ଥୀ ନିଜ ନାମ ର ବନାନ ଭୁଲ ଲେଖିଥିଲେ । ତାଙ୍କ ନାମ ପରୀକ୍ଷା କେନ୍ଦ୍ରକୁ ଆସିଥିବା ନାମର ବନାନ ସହିତ ମେଲ ଖାଇ ନ ଥିଲା । ଏହା ଦେଖି ପରୀକ୍ଷକଙ୍କୁ ସନ୍ଦେହ ହେଇଥିଲା । ଏହା ପରେ ସରସ୍ଵତୀ ଶିଶୁ ମନ୍ଦିରର ପ୍ରଧାନଶିକ୍ଷକ ପୋଲିସ ସହ ଯୋଗାଯୋଗା କରିଥିଲେ ।

ଏହାପରେ କମିଶନରେଟ୍‌ ପୁଲିସ ନକଲି ପରୀକ୍ଷାର୍ଥୀ ରାକେଟ୍‌ କୁ ଧରିବାରେ ସକ୍ଷମ ହେଇଥିଲା। ତଦନ୍ତରୁ ଜଣାପଡିଥିଲା ଯେ ୫ଲକ୍ଷ ଟଙ୍କାରେ ହୋଇଥିଲା ଓୟୁଏଟି ପ୍ରବେଶିକା ପରୀକ୍ଷା ଡିଲ। ଅସଲି ପରୀକ୍ଷାର୍ଥୀ ଯୁଧିଷ୍ଠିର ମଲ୍ଲିକଙ୍କ ବଦଳରେ ନିଟ୍‌ ଓ ଆୟୁର୍ବେଦିକ କ୍ୱାଲିଫାଏ କରିଥିବା ରାଜ୍ୟ ବାହାରର ଛାତ୍ର ଦେଉଥିଲେ ପରୀକ୍ଷା।

ପରୀକ୍ଷା ଦେବାପାଇଁ ଉକ୍ତ ପ୍ରାର୍ଥୀ ରାଜସ୍ଥାନରୁ ଆସିଥିଲା ଭୁବନେଶ୍ୱର। ନାଁ – ଆଦର୍ଶ ଚୌଧୁରୀ, ଘର – ରାଜସ୍ଥାନର ଶିକାର ଜିଲ୍ଲାରେ। ଆଦର୍ଶ ଜଣେ ମେଧାବୀ ଛାତ୍ର। ନିଟ୍‌ କ୍ୱାଲିଫାଏ କରିଛନ୍ତି ଏବଂ ୭୫ ପ୍ରତିଶତ ମାର୍କ ରଖିଥିବା ବାୟୋଲୋଜି ଛାତ୍ର। ଘରେ ଅଭାବ ଥିବାରୁ ଟଙ୍କା କମାଇବା ଲକ୍ଷ୍ୟରେ ଆଦର୍ଶ ପାଲଟିଥିଲେ ନକଲି ପରୀକ୍ଷାର୍ଥୀ। ଅର୍ଥାତ ଟଙ୍କା ନେଇ ଜଣକ ପାଇଁ ପରୀକ୍ଷା ଦେବା ପାଇଁ ରାଜସ୍ଥାନରୁ ଆସିଥିଲେ ରାଜଧାନୀ ଭୁବନେଶ୍ୱର।

ପାଞ୍ଚ ଲକ୍ଷରେ ଡିଲ୍ ପୁଲିସ ତଦନ୍ତରୁ ପ୍ରକାଶ ଯେ, ବିହାରର ଅମିତ ସିଂହ ଓ ଭୁବନେଶ୍ୱରର ରଂଜିତ ବେଉରା ଦୁହେଁ ଏକ ଘରୋଇ ଇଂଜିନିୟରିଂ କଲେଜର ମାର୍କେଟିଂ ଷ୍ଟାଫ। ଅସଲି ଓୟୁଏଟି ପରୀକ୍ଷାର୍ଥୀ ଯୁଧିଷ୍ଟିର ମଲ୍ଲିକଙ୍କ ସ୍ଥାନରେ ନକଲି ପରୀକ୍ଷାର୍ଥୀ ପାଇଁ ଏହି ଦୁଇ ମାର୍କେଟିଂ ଷ୍ଟାଫଙ୍କ ସହ ୫ଲକ୍ଷ ଟଙ୍କାର ଡିଲ ହୋଇଥିଲା। ଏହାପରେ ଉଭୟେ ବିହାରର ଅମୀୟ ଭୂଷଣ ଏବଂ ଆଦର୍ଶ ଚୌଧୁରୀଙ୍କ ସହ ଯୋଗାଯୋଗ କରିଥିଲେ।

ଏଥିପାଇଁ ତିନିଲକ୍ଷ ଟଙ୍କା ଦେବା ପାଇଁ ଡିଲ୍ କରିଥିଲେ। ତେବେ ନକଲି ପରୀକ୍ଷାର୍ଥୀ ଆଦର୍ଶ ଚୌଧୁରୀ ଓୟୁଏଟି ପରୀକ୍ଷା ପଡିଥିବା ସେଣ୍ଟରରେ ଯାଞ୍ଚ ବେଳେ ଧରାପଡିଥିଲେ। ଆଦର୍ଶଙ୍କ କହିବାକଥା ଘର ପରିସ୍ଥିତି ଠିକ୍‌ ନଥିବାରୁ ସେ ଏପରି କରିଛନ୍ତି। ଖୋଲତାଡ଼ ପରେ ପୁରା ରାକେଟ୍‌ ସାମନାକୁ ଆସିଥିଲା।

#crime #exampreparation

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon