- ବେତାର ବ୍ୟୁରୋ
ଖରାଦିନେ ଘରକୁ ଥଣ୍ଡା ରଖେ ଏହି 5 ଚାରା

(ବେତାର ବ୍ୟୁରୋ) ଖରାଦିନେ ଗରମ ଓ ଗୁଳୁଗୁଳି ଏକ ସ୍ଵାଭାବିକ କଥା । ତେବେ ଭୋଳତେଜ କମି ଫ୍ୟାନ ବା ଏସି କମ ଥଣ୍ଡା ପ୍ରଦାନ କରିବା ମଧ୍ୟ ସାଧାରଣ ହେଇ ଗଲାଣି । ଏପରି ସ୍ଥିତିରେ ଘର ଭିତର ଥଣ୍ଡା ରଖିବା ନିହାତି ଆବଶ୍ୟକ । ତେବେ ଏପରି କିଛି ଘରୋଇ ପ୍ରକୃତିକ ଉପାୟ ରହିଛି ଯାହା ଫଳରେ ଆପଣ ନିଜ ଘରକୁ ଖରାଦିନେ ଥଣ୍ଡା ରଖିପାରିବେ । ତାହା ହେଉଛି ଗଛ ବା ଚାରା ।
ଆସନ୍ତୁ ଜାଣିବା ଏହିପରି କିଛି ଚାରା ବିଷୟରେ ଯାହା ଆପଣଙ୍କ ଘରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ ।
ଫର୍ନ
ବୈଜ୍ଞାନିକଙ୍କ ମତରେ ଫର୍ନ ବାୟୁମଣ୍ଡଳକୁ ଓଦାଳିଆ ରଖିବାରେ ସାହାଯ୍ୟକରେ। ରୁମ୍ର ବାୟୁକୁ ସଫା ରଖିବା ସହ ଗରମ୍କୁ କମ୍ କରିଥାଏ। ଏହାକୁ ଆପଣ ନିଜ ବାଲ୍କୋନୀରେ ରଖନ୍ତୁ। ଏହା ବହୁତ ଭଲ ଦେଖାଯାଇଥାଏ।
ବେବି ରବର ପ୍ଲାଣ୍ଟ
ଯେତେବେଳେ ଏହି ପ୍ଲାଣ୍ଟର କଥା ଆସେ ଯାହା ରୁମ୍କୁ ଥଣ୍ଡା ରଖେ ଓ ବାୟକୁ ପ୍ରଦୂଷଣ ମୁକ୍ତ କରିଥାଏ। ଏଥିରେ ପ୍ରତିଦିନ ପାଣି ଦେବା ଆବଶ୍ୟକ ହୁଏ ନାହିଁ। ଏହାକୁ ଭଲ ମାଟି ଓ ଫିଲ୍ଟର୍ଡ ଲାଇଟର ଆବଶ୍ୟକ ହୋଇଥାଏ।
ଗୋଲ୍ଡେନ ପୋଥାସ

ଏହାକୁ ସିଲ୍ଭର କିମ୍ବା ଡେଭିଲ୍ସ ଏବି କୁହାଯାଏ। ଏହାର ଘଞ୍ଚ ପତ୍ର ଆପଣଙ୍କ ରୁମ୍ର ଶୋଭା ବଢ଼ାଇଥାଏ। ଏହା ବାୟୁମଣ୍ଡଳର ଦୂଷିତ ବାୟୁକୁ ଶୁଦ୍ଧ କରିଥାଏ। ଘରକୁ ଥଣ୍ଡା ରଖିଥାଏ।
ସ୍ନେକ୍ପ୍ଲାଣ୍ଟ
ଏହା ଏକ ପ୍ରକାର ଗଛ। ଅନ୍ୟ ଗଛ ଭଳି ସ୍ନେକ୍ ପ୍ଲାଣ୍ଟ ରାତିରେ ଅକ୍ସିଜେନ୍ ଛାଡ଼ିଥାଏ ଓ ତାପମାନକୁ କମାଇଥାଏ। କେବଳ ଏହା ନୁହେଁ, ଏହି ଗଛ ନାଇଟ୍ରୋଜେନ୍ ଅକ୍ସାଇଡ୍,ଟ୍ରାଇକ୍ଲୋର ଏଥିଲିନ୍,ଟୋଲ୍ୟୁନି ଆଦି ଗ୍ୟାସ୍କୁ ଶୋଷିଥାଏ ବାୟୁକୁ ଶୁଦ୍ଧ କରିଥାଏ।
ଫିଚୁସ ଟ୍ରି

ଏହା ୱିପିଂ ଫିଗ୍ ନାମରେ ଜଣାଶୁଣା। ଏହା ରୁମ୍ର ବାୟୁକୁ ସଫା କରିଥାଏ। ଗରମକୁ ଶୋଷିନେଇଥାଏ। ଏହାର ଦେଖାଶୁଣା କରିବା ବହୁତ ସହଜ ହୋଇଥାଏ। ଏହା କମ୍ ଆଲୋକ ଏବଂ କମ୍ ପାଣିରେ ମଧ୍ୟ ବଞ୍ଚିପାରେ।