• ବେତାର ବ୍ୟୁରୋ

ଗ୍ରାଜୁଏଟଙ୍କ ପାଇଁ LICରେ 8,581ଟି ଅଫିସର ନିଯୁକ୍ତି ସୁଯୋଗ, ଦରମା ଟ.34,503


(ବେତାର ବ୍ୟୁରୋ) ଲାଇଫ ଇନସୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆ (LIC) ଏହାର ୱେବସାଇଟରେ ଆପ୍ରେଣ୍ଟିସ ଡେଭେଲପମେଣ୍ଟ ଅଫିସର (ADO) ପରୀକ୍ଷା 2018-19 ପାଇଁ ବିଜ୍ଞପ୍ତି କରିଛି । ଯେଉଁ

ଇଚ୍ଛୁକ ପ୍ରାର୍ଥୀମାନେ ଏହି ପଦ ପାଇଁ ଆବେଦନ କରିବାକୁ ହେଲେ ଲାଇଫ ଇନସୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆ (LIC)ର ଅଫିସିଆଲ ୱେବସାଇଟର ଲଗ ଇନ କରି ଆବେଦନ କରିପାରିବେ ।

ଏହି ପଦବୀରେ ଚାକିରି ପାଉଥିବା ସଫଳ ପ୍ରାର୍ଥୀମାନେ LIC ନିମନ୍ତେ ଉଚିତ ଏଜେଣ୍ଟ ନିଯୁକ୍ତ କରିବା ଦାୟିତ୍ଵରେ ରହିବେ ଓ ସମୟ ସମୟରେ ସେମାନଙ୍କୁ କମ୍ପାନୀର ବିଭିନ୍ନ ସ୍କିମ ବିଷୟରେ ଟ୍ରେନିଂ ମଧ୍ୟ ପ୍ରଦାନ କରିବେ ।

ଆବେଦନ ତାରିଖ

ଏହି ଆବେଦନ ତାରିଖ ମେ 20 ଠାରୁ ଆରମ୍ଭ ହେଇ ସାରିଛି ପ୍ରାର୍ଥୀମାନେ ଏଲଆଇସି ୱେବସାଇଟ ଯାଇ

ଲିଙ୍କରେ ଯାଇ ଜୁନ 9 ତାରିଖ ଭିତରେ ଆବେଦନ କରିପାରିବେ ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ LICର ସର୍ବ ଭାରତୀୟ ସ୍ତରରେ ଥିବା ଆଠଟି ଜୋନ ପାଇଁ 8581ଟି ପଦବୀ ପ୍ରକାଶ ପାଇଛି।

ସେଥିମଧ୍ୟରୁ କଟକ ଡିଭିଜନ ପାଇଁ 71 ଟି ପଦବୀ , ବ୍ରହ୍ମପୁର ନିମନ୍ତେ 88ଟି ପଦବୀ , ଭୁବନେଶ୍ୱର ପାଇଁ 46 ଟି ପଦବୀ ଓ ସମ୍ବଲପୁରରେ 61 ଟି ପଦବୀ ରହିପାରେ ବୋଲି କମ୍ପାନୀ ଜୋନ ୱାରୀ ବିଜ୍ଞପ୍ତିରେ କୁହାଯାଇଛି । ଏହି ସମସ୍ତ ପଦବୀ ଗୁଡିକରେ ସରକାରୀ ସର୍ତ୍ତାବଳୀ ମୁତାବକ ଅନୁସୂଚିତ ଜାତି, ଆଦିବାସୀ, ଓବିସି ତଥା ଉଚ୍ଚ ଜାତିର ଆର୍ଥିକ ଗରିବଙ୍କ ପାଇଁ ନିୟମାନୁସାରେ ପଦବୀ ସଂରକ୍ଷିତ ରହିବ ।

ଦରମା

ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଏକ ବର୍ଷ ପାଇଁ ଟ୍ରେନିଙ୍ଗ ପିରିୟଡରେ ରଖାଯିବ। ଏହି ଟ୍ରେନିଙ୍ଗ ସମୟରେ ପ୍ରାର୍ଥୀଙ୍କୁ ମାସିକ ଟ.34,503 ଷ୍ଟାଇପେଣ୍ଡ ପ୍ରଦାନ କରାଯିବ । ତେବେ ଟ୍ରେନିଂ ପରେ ପଦବୀରେ ରହିଥିବା ପ୍ରାର୍ଥୀମାନେ ମାସିକ ଅତି କମରେ ଟ.37,345 ସହିତ ଅନ୍ୟାନ୍ୟ ଆଲାଓନ୍ସ ଯେପରିକି ମୋବାଇଲ ହ୍ୟାଣ୍ଡସେଟ, ଅଫିସ ବ୍ୟାଗ, ଘରକୁ ସଂବାଦପତ୍ର ଇତ୍ୟାଦି ପାଇଁ

ଆର୍ଥିକ ସୁବିଧା ପାଇବେ ।

ବୟସସୀମା

ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ମେ' 1 2019 ସୁଦ୍ଧା ସର୍ବାଧିକ 30ବର୍ଷ ଓ ସର୍ବନିମ୍ନ 21 ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ ଓ ଓବିସି ପ୍ରାର୍ଥୀଙ୍କ ପାଇଁ 3ବର୍ଷ କୋହଳ କରାଯାଇଛି।

ସେହିପରି LICର ଏଜେଣ୍ଟ ହିସାବରେ କାମ କରିଥିବା ବ୍ୟକ୍ତିଙ୍କୁ ବିଭିନ୍ନ ସଂରକ୍ଷଣ ନିୟମ ଅନୁସାରେ ସର୍ବାଧିକ 45 ବର୍ଷ ହେଇଥିବା ଆବଶ୍ୟକ ବୋଲି କୁହାଯାଇଛି ।

ଶିକ୍ଷାଗତ ଯୋଗ୍ୟତା

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନରୁ

ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ। ତେବେ ଯେଉଁ ପ୍ରାର୍ଥୀମାନେ MBA ମାର୍କେଟିଂଗ ବା ସେହିଭଳି କିଛି କୋର୍ସ କରିଥିବେ ବା କୌଣସି ବ୍ୟାଙ୍କ, ଇନସ୍ୟୁରାନ୍ସ କମ୍ପାନୀରେ କାମ କରିଥିବେ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି କମ୍ପାନୀ ଉଲ୍ଲେଖ କରିଛି । ଏହାସହିତ LICରେ ଏଜେଣ୍ଟ ଭାବେ ଅଭିଜ୍ଞତା ଥିବା କିମ୍ବା LICରେ ଚାକିରି କରୁଥିବା ବ୍ୟକ୍ତିମଧ୍ୟ ଏହି ପ୍ରକ୍ରିୟାରେ ଭାଗ ନେଇ ପାରିବେ ।

ପରୀକ୍ଷା ପଦ୍ଧତି

ଏହି ପଦବୀ ପାଇଁ ଦୁଇଟି ପରୀକ୍ଷା ଅନୁଷ୍ଠିତ ହେବ । ଜୁଲାଇ 6 କିମ୍ବା 13 ତାରିଖରେ ପ୍ରିଲିମ ଓ ଅଗଷ୍ଟ 10 ତାରିଖରେ ମେନ ପରୀକ୍ଷା ଅନୁଷ୍ଠିତ ହେବ । ଏ ସମସ୍ତ ପରୀକ୍ଷା ଅନଲାଇନରେ ହେବ । ଓଡିଶାରେ ଏହି ପରୀକ୍ଷା କଟକ, ବ୍ରହ୍ମପୁର, ଭୁବନେଶ୍ୱର ଓ ସମ୍ବଲପୁରରେ ଅନୁଷ୍ଠିତ ହେବ ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ LIC ର ଅଫିସିଆଲ ୱେବସାଇଟ http://www.licindia.in/Bottom-Links/careers ରେ ଲଗଇନ କରନ୍ତୁ।

ଆବେଦନ ଫି’

ଏହି ପରୀକ୍ଷା ପାଇଁ ପ୍ରାର୍ଥୀଙ୍କୁ ଟ.600 ର ଆବେଦନ ଫି’ ପଇଠ କରିବାକୁ ପଡିବ । ସେହିପରି ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କୁ ଟ.50ର ଆବେଦନ ଫି’ ପଇଠ କରିବାକୁ ପଡିବ।

#jobs #airindialimited #licrecruitment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon