• ବେତାର ବ୍ୟୁରୋ

ନିର୍ବାଚନ କମିଶନ : ସବୁ ଭୋଟିଂ ମେସିନର ପେପର ସ୍ଲିପ ଗଣତି ହେଲେ 42 ଦିନ ଲାଗିଯିବ


(ବେତାର ବ୍ୟୁରୋ) ନିର୍ବାଚରେ ବ୍ୟବହୃତ ହେଇଥିବା ସବୁ ଭୋଟିଂ ମେସିନର ପେପର ସ୍ଲିପ ବା ଭିଭିପାଟ କୁ ମିଳାଇବା ପ୍ରକ୍ରିୟାରେ ପ୍ରାୟ 42 ଦିନ ସମୟ ଲାଗିଯିବା ଓ ଏହା ଏକ ଅବାସ୍ତବ ଦାବି କହି ନିର୍ବାଚନ କମିଶନ ବୁଧବାର କିଛି ରାଜନୈତିକ ଦଳ ପକ୍ଷରୁ କରାଯାଇଥିବା ଦାବିକୁ ଖାରଜ କରିଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ସୋମବାର ସୁପ୍ରିମକୋର୍ଟ କହିଥିଲେ ଯେ ଗୋଟିଏ ନିର୍ବାଚନ ମଣ୍ଡଳୀର କେବଳ ଲଟେରୀ ମାଧ୍ୟମରେ ଉଠିଥିବା 5% ମେସିନର ପେପର ସ୍ଲିପ ସହ ମେସିନର ଭୋଟକୁ ମିଳାହେବ । ଏହାପରେ ଅନେକ ରାଜନୈତିକ ଦଳ ନିର୍ବାଚନ କମିଶନଙ୍କ ଦ୍ଵାରସ୍ଥ ହେଇଥିଲେ ।

ଏହି କାରଣରୁ ବୁଧବାର ଇଭିଏମ୍ ଓ ଭିଭିପାଟ୍ ବିବାଦକୁ ନେଇ ଦିଲ୍ଲୀରେ ବୈଠକ ଡ଼କାଇଥିଲେ ନିର୍ବାଚନ କମିସନ । ଭିଭିପାଟ ମିଳାନ ସହିତ ମତଗ୍ରହଣ ବେଳେ ଇଭିଏମ୍ ଓ ଭିଭିପାଟରେ ବିଶୃଙ୍ଖଳା ହୋଇଥିଲା ବୋଲି କେତେକ ବିରୋଧୀ ଦଳ ନେତା ଅଭିଯୋଗ କରିବା ସହ ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହୋଇଥିଲେ ।

ବୁଧବାର କମିଶନ ନେଇଥିବା ନିଷ୍ପତ୍ତି ଅନୁସାରେ ସକଳା 8 ଟାରେ ପୋଷ୍ଟାଲ ବାଲଟ ଗଣତି ହେବା ପରେ 8.30ରୁ ମେସିନ ଗଣତି ଆରମ୍ଭ ହେବ । ଏହା ପରେ ପେପପର ସ୍ଲିପ ମିଳାନ ପ୍ରକ୍ରିୟା ଆରମ୍ଭ ହେବ ।

ଓଡିଶାରେ ପୋଷ୍ଟାଲ ବାଲାଟ ହେରଫେର : ବିଜେପି

ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ରିଟର୍ଣ୍ଣିଙ୍ଗ ଅଫିସରମାନେ ନିର୍ବାଚନ ଦାୟିତ୍ୱରେ ଥିବା ସରକାରୀ ଅଫିସରମାନଙ୍କୁ ସେମାନଙ୍କ ସଂଖ୍ୟା ତୁଳନାରେ ଅଧିକ ପୋଷ୍ଟାଲ ବ୍ୟାଲଟ ଦେଇଛନ୍ତି । ଅନ୍ୟପଟେ ନିର୍ବାଚନ ଦାୟିତ୍ୱରେ ଥିବା କିଛି ଅଧିକାରୀମାନେ ବୁଥରେ ଭୋଟ ଦେବା ସହ ପୋଷ୍ଟାଲ ବ୍ୟାଲଟ ମାଧ୍ୟମରେ ମଧ୍ୟ ଭୋଟ ଦେଇଛନ୍ତି।

ଏଭଳି ଅସାଧୁ କାର୍ଯ୍ୟ ଉପରେ ତଦାରଖ କରିବାକୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଏହା ଏକ ଅନୈତିକ ନିର୍ବାଚନୀ କାରବାର” ବୋଲି ଦର୍ଶାଇ ଏହାର ପ୍ରତିବାଦରେ ବିଜେପିର ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ରିଟର୍ଣ୍ଣିିଙ୍ଗ ଅଫିସରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

କେଉଁ କେଉଁ ଜିଲ୍ଲାମାନଙ୍କରେ ଏହି ଘଟଣା ଘଟିଛି, ତାହାର ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁଧ୍ୟାନ କରନ୍ତୁ ବୋଲି ଏହି ପ୍ରତିନିଧି ଦଳ ଦାବି କରିଛି।

#Elections2019 #PMnarendramodi

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon