• ବେତାର ବ୍ୟୁରୋ

ଭାରତୀୟ ବାୟୁସେନା : ବାଲାକୋଟ ସମୟରେ ନିଜ କ୍ଷେପଣାସ୍ତ୍ରରେ ଧ୍ଵଂସ ହେଇଥିଲା ହେଲିକପ୍ଟର


(ବେତାର ବ୍ୟୁରୋ) ଗତ ବାଲାକୋଟ ଏୟାର ଷ୍ଟ୍ରାଇକ ସମୟରେ ଭାରତୀୟ ବାୟୁ ସେନାର ଦୁଇଟି ବିମାନ କ୍ଷତିଗ୍ରସ୍ତ ହେଇଥିଲା ବୋଲି ଖବର ପ୍ରକାଶ ପାଇଥିଲା । ତେବେ ସେଥିମଧ୍ୟରୁ ଗୋଟିଏ ହେଲିକପ୍ଟର ସେନାର ନିଜସ୍ଵ କ୍ଷେପଣାସ୍ତ୍ର ମାଡ଼ରେ ଧ୍ଵଂସ ହେଇଥିଲା ବୋଲି ବାୟୁ ସେନା କହିଛି ଓ ଏହା ଉପରେ ତଦନ୍ତ ଆରମ୍ଭ ହେଇଛି ।

ବାଲାକୋଟ ଷ୍ଟ୍ରାଇକ ସମୟରେ ହୋଇଥିବା ଦୁଇ ଦୁର୍ଘଟଣାଗ୍ରସ୍ତ ବିମାନ ମଧ୍ୟରୁ ଗୋଟିକରେ ପାଇଲଟ ଅଭିନନ୍ଦନ ବସି ପାକିସ୍ତାନ ସୀମାକୁ ଚାଲିଯାଇଥିବା ବେଳେ ଅନ୍ଯ ଏକ ହେଲିକପ୍ଟର ଜମ୍ମୁ-କାଶ୍ମୀରର ବଡଗାମ ଠାରେ ପଡିଥିଲା । ଏହି ହେଲିକପ୍ଟର ଏକ କ୍ଷେପଣାସ୍ତ୍ର ଆସି ମାଡ଼ ହେଇଥିଲା ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ ଦେଖିଥିଲେ ମଧ୍ୟ ବାୟୁ ସେନା ଏହା ଉପରେ କୌଣସି କାରଣ ଦର୍ଶାଇ ନ ଥିଲା ।

ଭାରତୀୟ ଲୋକସଭା ନିର୍ବାଚନ ଠିକ ପରେ ପରେ ବାୟୁ ସେନା କହିଛି ଯ ଭାରତୀୟ ସେନା ତରଫରୁ ଇସ୍ରାଏଲି ସ୍ପାଏଡର ମିସାଇଲ ଛଡ଼ାଯାଉଥିବା ବେଳେ ଉକ୍ତ ମିସାଇଲଟି ହେଲିକପ୍ଟରରେ ଯାଇ ବାଜିଥିଲା । ଫଳରେ ଉଡାଣ ହେବାର ମାତ୍ର ଅଳ୍ପ କିଛି ସମୟ ମଧ୍ୟରେ ହେଲିକପ୍ଟରଟି ପୋଡି ପାଉଁଶ ହେଇ ଯାଇଥିଲା ।

କିପରି ଘଟିଲା

କୁହାଯାଉଛି ଯେ ମିସାଇଲ ଛାଡିବା ଦାୟିତ୍ଵରେ ଥିବା ଅଫିସର ହୁଏତ ହେଲିକପ୍ଟର ଉଡୁଛି ବୋଲି ଜାଣି ନ ଥିଲେ ବା ଏହା ଏକ ପାଇଲଟବିହୀନ ହେଲିକପ୍ଟର ଭାବି ଏହାର ଅତି ପାଖ ଦେଇ ମିସାଇଲ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ଫଳରେ ଏପରି ଦୁର୍ଘଟଣା ଘଟିଲା ।

ତଦନ୍ତ ପରେ ସେନା ଅଧିକାରୀଙ୍କ ଉପରେ ସାମରିକ ଆଇନ ଅନୁଯାୟୀ ଦଣ୍ଡାଦେଶ ହେବ । ଫଳରେ ଉକ୍ତ ଅଧିକାରୀଙ୍କ ଚାକିରି ଯାଇପାରେ ବା ସଶ୍ରମ କାରାଦଣ୍ଡ ମିଳିପାରେ ।

ଗତ ଫେବୃୟାରି 27 ତାରିଖରେ ଜମ୍ମୁ କଶ୍ମୀରର ବଡ଼ଗାମ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିଲା । ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ବାୟୁସେନାର ୬ ଜଣ ଅଧିକାରୀ ଏବଂ ଜଣେ ସ୍ଥାନୀୟ ବାସିନ୍ଦା ଥିଲେ ।

ବାୟୁସେନା ପକ୍ଷରୁ ସେତେବେଳେ କୁହାଯାଇଥିଲା ଯେ ଏମ୍‌ଆଇ-୧୭ ହେଲିକପ୍‌ଟର ପରିବହନ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ତେବେ ଏହାପଛରେ କୌଣସି ଆକ୍ରମଣ କିମ୍ବା ଅନ୍ତର୍ଘାତୀ କାର୍ଯ୍ୟ ରହିଛି କି ନାହିଁ ସେ ବିଷୟରେ କୌଣସି ସୂଚନା ସେତେବେଳେ ଦିଆଯାଇ ନ ଥିଲା ।

#IndianAirForce #Balakot

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon