• ବେତାର ବ୍ୟୁରୋ

ନିର୍ବାଚନ 2019 : ପ୍ରାରମ୍ଭିକ ଗଣନାରେ ଲୋକସଭାରେ ମୋଦୀ, ବିଧାନସଭାରେ ନବୀନ ଆଗରେ


(ବେତାର ବ୍ୟୁରୋ) ଗୁରୁବାର ଓଡିଶାରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ମତ ଗଣନା ଆରମ୍ଭ ହେଇସାରିଛି। ପ୍ରାରମ୍ଭିକ ପୋଷ୍ଟାଲ ବାଲଟ ଓ ପ୍ରଥମ ରାଉଣ୍ଡ ଇଭିଏମ ଗଣନାରେ କେନ୍ଦ୍ରରେ ମୋଦୀ ସରକାର ଆସିବା ସ୍ପଷ୍ଟ ଦେଖାଯାଉଛି । ସେହିପରି ଓଡିଶାରେ ଶାସକ ବିଜୁ ଜନତା ଦଳ ମଧ୍ୟ ପ୍ରାରମ୍ଭିକ ଗଣନାରେ ଆଗରେ ରହିଛି ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ଵାଧୀନ ଏନଡିଏ ଆଗରେ ରହିଥିବାର ଜଣାପଡିଛି ,। ସର୍ବଭାରତୀୟ ସ୍ତରର ପ୍ରଥମ ରାଉଣ୍ଡ ଗଣନା ମୁତାବକ ଏନଡିଏ 271 ସିଟରେ ଆଗୁଆ ରହି ବିଜୟ ସମ୍ଭାବନା ଆଡକୁ ଇଙ୍ଗିତ କରିଛି ।'

ଓଡିଶାରେ ଦୁଇଭାଗ ଭୋଟିଂ !

ଏନଡିଏର ଏହି ବିଜୟ ପଛରେ ପ୍ରାୟ ସମସ୍ତ ଜାତୀୟ ଗଣମାଧ୍ୟମ ଗୁଡିକ ଓଡିଶା, ପଶ୍ଚିମବଙ୍ଗ ରେ ବିଜେପି ସଫଳତା କଥା ଲେଖିଛନ୍ତି । ପଶ୍ଚିମ ବଙ୍ଗରେ 42ଟି ଆସନ ମଧ୍ୟରୁ ପ୍ରାରମ୍ଭିକ ଗଣନାରେ ମମତା ବାନାର୍ଜୀଙ୍କ ତ୍ରିନାମୂଳ କଂଗ୍ରେସ 13ଟି ରେ ଓ ବିଜେପି 10ଟି ଲୋକସଭା ଆସନରେ ଆଗୁଆ ଥିବାର ଜଣାପଡିଛି ।

ସେହିପରି ଓଡିଶାର 21ଟି ଆସନ ମଧ୍ୟରୁ ସକଳ 9.30 ସୁଦ୍ଧା ବିଜେପି 14ଟି ଆସନରେ ଓ ବିଜୁ ଜନତା ଦଳ 4ଟି ଆସନରେ ଆଗୁଆ ଥିବା ବିଭିନ ଗଣମାଧ୍ୟମ ସଂସ୍ଥାରୁ ଜଣାପଡିଛି । ତେବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚିତ ଆସନ ପୁରୀରୁ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ଆଗରେ ଥିବା ଜଣା ପଡିଛି ।

ତେବେ ବିଧାନସଭାରେ ଓଡିଶାର 146 ଟି ଆସନ (ପାଟକୁରାକୁ ଛାଡି) ରୁ ନବୀନ ପଟ୍ଟନାୟକଙ୍କ ଦଳ 47ଟି ଆସନରେ ଓ ବିଜେପି 17ଟି ଆସନରେ ଆଗୁଆ ଥିବାର ଜଣା ପଡିଛି ।

କମିଶନ ନେଇଥିବା ନିଷ୍ପତ୍ତି ଅନୁସାରେ ଗୁରୁବାର ସକଳା 8 ଟାରେ ପୋଷ୍ଟାଲ ବାଲଟ ଗଣତି ହେବା ପରେ 8.30ରୁ ମେସିନ ଗଣତି ଆରମ୍ଭ ହେଇଥିଲା । ଇଭିଏମ ଗଣତି ଶେଷ ପରେ ପେପପର ସ୍ଲିପ ମିଳାନ ପ୍ରକ୍ରିୟା ଆରମ୍ଭ ହେବ ।

(ବି.ଦ୍ର : ଏହି ଖବର ଓ ସିଟ ସଂଖ୍ୟା ବାରମ୍ବାର ପରିବର୍ତ୍ତିତ ହେବାର ସମ୍ଭାବନା ରହିଛି।, ଏହାକୁ କେବଳ ସଂକେତ ଭାବେ ଧରି ନେବାକୁ ଅନୁରୋଧ)

#PMnarendramodi #Modi #naveenpattanayak #Elections2019

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon