• ବେତାର ବ୍ୟୁରୋ

ରାହୁଲ ଗାନ୍ଧୀ ହାରିବା ପରେ ଟ୍ଵିଟରରେ ଆରମ୍ଭ 'ସିଦ୍ଧୁ ରାଜନୀତି ଛାଡ' ଅଭିଯାନ


(ବେତାର ବ୍ୟୁରୋ) ରାହୁଲ ଗାନ୍ଧୀ ନିଜର ପାରିବାରିକ ଆସନ ଆମେଠି (ଉତ୍ତର ପ୍ରଦେଶ) ରୁ ହାରିବା ପରେ , ନବଜୋତ ସିଦ୍ଧୁଙ୍କୁ ରାଜନୀତି ଛାଡିବା ପାଇଁ ଅନେକ ବ୍ୟକ୍ତି ଟ୍ଵିଟ କରି କହିଛନ୍ତି ।

ଅସଲ କଥା ହେଲା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ସିଦ୍ଧୁ କହିଥିଲେ କି ଯଦି ରାହୁଲ ଗାନ୍ଧୀ ଆମେଠିରୁ ହାରିଯିବେ ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ । କାରଣ କେହି ବି ଭାବୁ ନ ଥିଲେ କି ନେହେରୁ-ଗାନ୍ଧୀ ପରିବାରର ଏହି ପାରମ୍ପରିକ ଆସନରୁ ରାହୁଲ ଏକଦା ହାରିଯିବେ ।

ପୁରା ଘଟଣା

ନିକଟରେ ଶେଷ ହେଇଥିବା ନିର୍ବାଚନରେ କଂଗ୍ରେସ ପାର୍ଟିକୁ ଏକ ବଡ ପରାଜୟର ସାମ୍ନା କରିବାକୁ ପଡିଥିଲା । ପରିସ୍ଥିତି ଏପରି ହେଇଥିଲା ଯେ ରାହୁଲ ଗାନ୍ଧୀ ନିଜ ପରିବାରର ପାରମ୍ପରିକ ସିଟ ଆମେଠିରୁ ପରାଜିତ ହେଇଥିଲେ । ଅବଶ୍ୟ ସେ କେରଳର ଏକ ସିଟ ରୁ ଜିତିଛନ୍ତି, ହେଲେ ଆମେଠିରୁ ହାରିବା ବିଷୟରେ କେହି ଭାବି ସୁଦ୍ଧା ନ ଥିଲେ ।

ଆମେଠିରେ ରାହୁଳ ଗାନ୍ଧୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ସମୟରେ ବିଜେପି ତରଫରୁ ସ୍ମୃତି ଇରାନୀ ତାଙ୍କ ବିପକ୍ଷରେ ଛିଡା ହୋଇଥିଲେ । ନଭଜୋଦ ସିଂ ସିଦ୍ଧୁ ସେହି ସମୟରେ ବିଜେପିକୁ ସମାଲୋଚନା କରି କହିଥିଲେ, ‘ରାହୁଳ ଗାନ୍ଧୀ ଆମେଠିରୁ ନିଶ୍ଚୟ ଜିତିବେ । ଯଦି ସେ ହାରିଯା'ନ୍ତି ତେବେ ମୁଁ ରାଜନୀତି ଛାଡିଦେବି’ ।

ତେବେ ଫଳାଫଳ ପ୍ରକାଶ ପାଇବା ପରେ ରାହୁଳ ଗାନ୍ଧୀ ନିଜର ପରାଜୟ ସ୍ଵୀକାର କରିଥିଲେ ଓ ସ୍ମୃତି ଇରାନୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଏହା ପରେ ଜଣକ ପରେ ଜଣେ ଟ୍ଵିଟର ବ୍ୟବହାରକାରୀ ଶିଦ୍ଧୁଙ୍କୁ ପୁରୁଣା କଥା ମାନେ ପକାଇ ରାଜନୀତି ଛାଡିବା ପାଇଁ କହିଥିଲେ ।

ଟ୍ଵିଟରରେ ଟାହିଟାପରା

ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ପ୍ରକୃତ ମଣିଷ ସିଏ ଯିଏ କଥା ଦେଇ କଥା ରଖେ । ଏବେ ଇସ୍ତଫା ଦେଇ ନିଜ ମଣିଷପଣିଆ ସାବ୍ୟସ୍ତ କରନ୍ତୁ ।

ଅନ୍ୟ ଜଣେ ଟ୍ଵିଟର ବ୍ୟବହାରକାରୀ ରଙ୍ଗବଦଳାଊଥିବା ଝିଟିପିଟି ଫୋଟୋ ଶେୟର କରି କହିଥିଲେ ନିଜ କଥା ରଖନ୍ତୁ ନଚେତ ଆପଣଙ୍କୁ ଲୋକେ ସିଦ୍ଧୁ ନୁହେଁ ବୁଦ୍ଧୁ କହିବେ ।

ଏହିପରି ଏକ ଫୋଟୋ ରେ ଜଣେ ଖେଳାଳୀଙ୍କୁ ଘୋଷାଡ଼ି ନିଯାଉଥିବାର ଫୋଟୋ ଶେୟର କରି ଜଣେ ଟ୍ଵିଟ କରିଛନ୍ତି ଯେ ଲୋକମାନେ ସିଦ୍ଧୁଙ୍କୁ ଏହିପରି ରାଜନୀତିରୁ ବାହାର କରିବାକୁ ଚାହାନ୍ତି ।

#siddhu #RahulGandhi #Modi #Elections2019 #OddNews #Twitter

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon