• ବେତାର ବ୍ୟୁରୋ

ହାଲୁକାରେ  ନିଅନ୍ତୁନି ଆଣ୍ଠୁଗଣ୍ଠି ବ୍ୟଥାକୁ ,ହେଇପାରେ ଆର୍ଥରାଇଟିସ


(ବେତାର ବ୍ୟୁରୋ) ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଶରୀରରେ ଅନେକ ସମୟରେ ଦରଜ ବା ବିନ୍ଧାବିନ୍ଧି ଲାଗି ରହିଥାଏ । ସେହିପରି ଅନେକ ସମୟରେ ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ମଧ୍ୟ ଅନୁଭବ ହେଇଥାଏ । ତେବେ କେବଳ ଆଣ୍ଠୁ ଗଣ୍ଠି ନୁହେଁ ଶରୀରର ପ୍ରତ୍ୟେକ ଗଣ୍ଠିସ୍ଥାନରେ ଯଦି ଯନ୍ତ୍ରଣା ହେଉଥାଏ ତେବେ ଆର୍ଥରାଇଟିସ ରୋଗ ହେବାର ସମ୍ଭାବନା ହୋଇପାରେ ।

ଏହି ରୋଗ ଠିକ୍ ଡେଙ୍ଗୁ ଜ୍ୱର ଭଳି ବ୍ୟାପୀଥାଏ। ଏଥିରେ ପାଦ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ପ୍ରତ୍ୟେକ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ତେବେ ଶରୀର ବିଜ୍ଞାନ ମୁତାବକ ଭାଇରସ୍ ଦ୍ଵାରା ଡେଙ୍ଗୁ ରୋଗ ବ୍ୟାପୀ ନଥାଏ । ବରଂ ଶ୍ଵେତ ରକ୍ତ କଣିକା, ରୋଗ ପ୍ରତିରୋଧକ ଶକ୍ତି ଉପରେ ଆକ୍ରମଣ କରିବା ଯୋଗୁଁ ଏହି ରୋଗ ହୋଇଥାଏ ।

ସେହିପରି ଦେଖିବାକୁ ଗଲେ ଆର୍ଥରାଇଟିସ୍ ଏକ ବଂଶାନୁକ୍ରମିକ ରୋଗ । ଅତ୍ୟଧିକ ଶାରୀରିକ ପରିଶ୍ରମ କରିବା ଏବଂ ବାୟୁ ପ୍ରଦୂଷଣ ହେବା ଦ୍ଵାରା ଏହି ରୋଗ ହୋଇଥାଏ । ଏହି ସାଧାରଣତଃ ୪୦-୪୫ ବର୍ଷ ବୟସ ଭିତରେ ଥିବା ଲୋକମାନଙ୍କ ମଧ୍ୟରେ ଦେଖା ଦେଇଥାଏ , କିନ୍ତୁ ବର୍ତ୍ତମାନ କମ୍ ବୟସର ବ୍ୟକ୍ତିମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଆର୍ଥରାଇଟିସ ରୋଗ ହେବା ମାତ୍ରେ ହିଁ ତାହାର ତୁରନ୍ତ ଚିକିତ୍ସା କରାଇବା ନିତ୍ୟାନ୍ତ ଆବଶ୍ୟକ , ନଚେତ ଗଣ୍ଠିବାତ ରୋଗର ଶିକାର ହେବାକୁ ପଡିଥାଏ ।

ଆର୍ଥରାଇଟିସ ଲକ୍ଷଣ

ଶରୀରରେ ବ୍ୟଥା ଅନୁଭବ କରିବା । ବେଳେ ବେଳେ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହେବା । ଅଧିକ ସମୟ ବସି ରହିଲେ ଗୋଡ ବଧୀରା ପରି ଲାଗିବା । କାମ କରିବାର କିଛି ସମୟ ମଧ୍ୟରେ ଥକ୍କାପଣ ଅନୁଭୂତ କରିବା । ଭୋକ ନ ଲାଗିବା ଏବଂ ଓଜନ କମ୍ ହେବା ସହ ଜ୍ୱର ଆସିବା । ଆର୍ଥରାଇଟିସ ବଢିଯିବା ଫଳରେ ସକାଳୁ ଉଠିବା ଦ୍ଵାରା ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ । କେତେକ ଲୋକମାନଙ୍କ କ୍ଷେତ୍ରରେ ଏହାର ଲକ୍ଷଣ ରୋଗ ବ୍ୟାପିବାର କିଛି ମାସ କିମ୍ବା କିଛି ବର୍ଷ ପରେ ଦେଖା ଦେଇଥାଏ । ସେହିପରି ଆଉ କିଛି ଲୋକଙ୍କ କ୍ଷେତ୍ରରେ ଏହାର ଲକ୍ଷଣ ଦେଖାଦେଇ ଭଲ ହେବାର ବହୁ ବର୍ଷ ପରେ ମଧ୍ୟ ପୁଣି ଦେଖା ଦେଇଥାଏ ।

ବିଭିନ୍ନ ପ୍ରକାରର ଆର୍ଥରାଇଟିସ

ଆର୍ଥରାଇଟିସ ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ - ରୁମେଟୟାଡ ଏବଂ ସ୍ପଣ୍ଡିଲାଇଟିସ । ପ୍ରଥମ ପ୍ରକାରର ଆର୍ଥରାଇଟିସରେ ହାଡ ବା ଗଣ୍ଠିରେ, ହାତ ପାପୁଲିରେ , କହୁଣିରେ , ପଦ ପଞ୍ଝାରେ ,ଆଣ୍ଠୁ ଗଣ୍ଠି ଗୁଡିକରେ ଯନ୍ତ୍ରଣା ହେଇଥାଏ । ସ୍ପଣ୍ଡିଲାଇଟିସ ଜନିତ ଆର୍ଥରାଇଟିସରେ ଅଧିକ ବୟସର ମହିଳାମାନଙ୍କ ଶରୀରରେ ଅଚାନକ୍ ଶରୀରର କୌଣସି ଅଙ୍ଗରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ, ପାଦର ପଞ୍ଝା ଓଆଣ୍ଠୁରେ ଯନ୍ତ୍ରଣା ଦେଖାଦିଏ । ରକ୍ତରେ ୟୁରିକ୍ ଏସିଡର ମାତ୍ରା ବଢି ଯିବା ଫଳରେଏହା ହୋଇଥାଏ ।

ଆର୍ଥରାଇଟିସର ଉପଚାର

ଆର୍ଥରାଇଟିସର ଲକ୍ଷ୍ଣ ଜାଣିବା ମାତ୍ରେ ରୁମେଟୋଲୋଜିଷ୍ଟ ଡାକ୍ତରଙ୍କ ସହ ପରାମର୍ଶ କରିବା ନିହାତି ଆବଶ୍ୟକ । ଏହାର ଉପଚାର ପ୍ରାରମ୍ଭରୁ କରିବା ଫଳରେ ଶରୀରକୁ ଅଧିକ ଯନ୍ତ୍ରଣା ହୋଇନଥାଏ ଏହା ସହ ରୋଗ ଭଲ ହେବାରେ ବିଳମ୍ବ ହୋଇନଥାଏ । ରୋଗ ଭଲ ହେବା ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବା ସହ ନିୟମିତ ବ୍ୟାୟାମ କରିବା ଆବଶ୍ୟକ ।

#JointPain #healthtips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon