• ବେତାର ବ୍ୟୁରୋ

‘ମୋଦୀ’ ଫିଲ୍ମ ରିଲିଜ ଦିନକ ପୂର୍ବରୁ  ବିବେକ ଓବରାଏଙ୍କୁ ହତ୍ୟା ଧମକ


(ବେତାର ବ୍ୟୁରୋ) ବଲିଉଡ ଅଭିନେତା ବିବେକ ଓବରୟଙ୍କୁ ନକ୍ସଲଙ୍କ ତରଫରୁ ଜୀବନରେ ମାରିଦେବାକୁ ଧମକ ମିଳିଛି । ଏହା ପରଠୁ ଅଭିନେତା ବିବେକ ଓବରୟଙ୍କୁ ମୁମ୍ବାଇ ପୁଲିସ୍ ତରଫରୁ ସୁରକ୍ଷା ଯୋଗାଇ ଦିଆଯାଇଛି। ଯଦିଓ ହତ୍ୟା ଧମକ ପଛରେ କୌଣସି କାରଣ ସ୍ପଷ୍ଟ ନାହିଁ ତେବେ କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ପାଇଁ ବିବେକଙ୍କୁ ନକ୍ସଲମାନେ ଧମକ ଦେଇଛନ୍ତି।

ତେବେ ଏହି ଧମକ ଓବରାଏଙ୍କୁ ସିଧାସଳଖ ମିଳି ନ ଥିଲା । ବିବେକ ଓବରୟଙ୍କ ମୁଖପାତ୍ର ଏହା ବିଷୟରେ ସୂଚନା ଦେଇ କହିଥିଲେ ପୁଲିସ ଗୁଇନ୍ଦା ସଂସ୍ଥା ତରଫରୁ ବିବେକଙ୍କୁ ଜୀବନରେ ମାରିଦେବାକୁ ଧମକର ସୂଚନା ମିଳିଥିଲା । ଏହାପରଠୁ ଇଣ୍ଟେଲିଜେନ୍ସ ଏବଂ ମୁମ୍ବାଇ ପୋଲିସ୍ ବିବେକଙ୍କୁ ସୁରକ୍ଷା ପ୍ରଦାନ କରିଛି।

ସୂଚନାଯୋଗ୍ୟ ଯେ ବିବେକ ଓବରଏ ମହାରାଷ୍ଟ୍ରର ନକ୍ସଲ ଅଧ୍ୟୁଷିତ ଇଲାକାରେ ଏକ ଗାଁକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରି ସେଠାରେ ଅନେକ ଉନ୍ନତିମୂଳକ କାର୍ଯ୍ୟକ୍ରମ କରି ଆସୁଛନ୍ତି । ତେବେ ତାଙ୍କର ହସ୍ତକ୍ଷେପକୁ ସେଠାକାର ନକ୍ସଲ ନେତାମାନେ ସହି ପାରୁ ନ ଥିବା କୁହାଯାଉଥିଲା ।

ସେହିପରି ସେ ‘ମୋଦୀ’ ଫିଲ୍ମ କରି ବିଜେପି ପରି ଏକ ଦକ୍ଷିଣପନ୍ଥୀ ଦଳର ନିକଟତର ହେଉଥିବା ଏହି ବାମପନ୍ଥୀ ନେତାମାନେ ସହଜରେ ଗ୍ରହଣ କରି ପାରି ନ ଥିଲେ ।ମୋଦୀଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମ ଶୁକ୍ରବାର (ମେ’ 24) ତାରିଖରେ ସାରା ଦେଶରେ ମୁକ୍ତିଲାଭ କରିଛି ।

ଏବେ କୌଣସି କାରଣରୁ ସେମାନେ ବିବେକଙ୍କ ଉପରେ ଖପ୍ପା ହେଇ ତାଙ୍କୁ ଜୀବନରୁ ମାରିଦେବାକୁ ଷଡଯନ୍ତ୍ର କରୁଥିବାର ଖବର ଦେଶର ଗୁପ୍ତଚର ସଂସ୍ଥା ହାତରେ ଲାଗିଥିଲା ।

ଏହା ପରେ ଓବରାଏଙ୍କ ସୁରକ୍ଷା ବଢାଯାଇଥିଲା ।

ଏହା ବ୍ୟତୀତ ବିବେକ ଓବରୟ ,ଏଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ଉପରେ ବିବାଦୀୟ ମିମ ଦେଇ ଚର୍ଚ୍ଚାରେ ଅଛନ୍ତି ଯାହା ସେ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଥିଲେ।

#VivekOberoi #Modi #Bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon