• Baisali Pradhan

ଅଫିସ ସମୟରେ ଫାଷ୍ଟଫୁଡ ଖାଉଥିଲେ ହେଇପାରେ ଏହି 3 ରୋଗ : ସର୍ଭେ


(ବେତାର ବ୍ୟୁରୋ) ଆପଣ ଅଫିସରେ କାମ କରିବା ସମୟରେ ଫାଷ୍ଟଫୁଡ ଖାଉଛନ୍ତି କି ? ଯଦି ହଁ , ତେବେ ସାବଧାନ ହୋଇଯାନ୍ତୁ କାରଣ ଏମିତି ଖାଦ୍ୟ ଖାଇବା ଦ୍ଵାରା ଆପଣ ଆପଣଙ୍କ ଶରୀରକୁ ବିଭିନ୍ନ ପ୍ରକାରର ରୋଗକୁ ଡାକିଆଣୁଛନ୍ତି । ଏକ ସର୍ଭେରୁ ଜଣା ପଡିଛି ଯେ, ଅଫିସରେ ଖାଲି ପେଟରେ ଥିବା ସମୟରେ ଫାଷ୍ଟ ଫୁଡ କିମ୍ବା ଅଧିକ ମାତ୍ରାରେ ଅସ୍ଵାସ୍ଥ୍ୟକର ଫୁଡ ଖାଇବା ଦ୍ଵାରା ଶରୀରରେ ମେଦବହୁଳତା, ଡାଇବେଟିସ , ହୃଦ ରୋଗର ଭୂତାଣୁ (ଆଣ୍ଟି ବଡି)ମାନଙ୍କର ବଂଶ ବିସ୍ତାର ହୋଇଥାଏ ।

ଆଜିକାଲିର ବ୍ୟସ୍ତ ବହୁଳ ଦୁନିଆରେ ଖାଇବା ପାଇଁ କାହା ପାଖରେ ସମୟ ଅଛି ! କ’ଣ ଦି’ଟା ଖାଇଦେଇ ଅଫିସ ବାହାରିଯିବା ଅଧିକାଂଶ ଲୋକଙ୍କ ଅଭ୍ୟାସ । ଖରାଦିନେ ଟିଫିନ ଆଣି ନ ଥିଲେ ଘରକୁ ଯାଇ ମଧ୍ୟାହ୍ନ ଭୋଜନ ନ ଖାଇ ଅନେକ ଫାଷ୍ଟଫୁଡ ଖାଇବାକୁ ପସନ୍ଦ କରିଥାନ୍ତି ।

ସେହିପରି ଅଫିସରେ କାମ କରିବା ସମୟରେ ମଝିରେ ମଝିରେ କିଛି ଖାଇବାକୁ ମନ କରିଥାଏ । ସେତେବଳେ ଉପଯୁକ୍ତ ଖାଦ୍ୟ ନ ଖାଇ ଚିପସ୍ ,ପିଜା, ବର୍ଗର ବା ତେଲ ଛଣାଛଣି ଆଦି ଅସ୍ଵାସ୍ଥ୍ୟକର ଫାଷ୍ଟଫୁଡ ଖାଇଥାନ୍ତି । ଯାହାଫଳରେ ମଧ୍ୟାନ ଭୋଜନ ଖାଇବା ଭୁଲିଯାଇଥାନ୍ତି । ଧୀରେ ଧୀରେ ଏହାର ଅଭ୍ୟାସରେ ପଡିଯାଇଥାଏ । ଯାହାଫଳରେ ଘରେ ହେଉ କି ବାହାରେ କେବଳ ଫାଷ୍ଟଫୁଡ ଖାଇବାକୁ ମନ କରିଥାଏ । ହେଲେ ଶରୀର ପାଇଁ ଏମିତି ଖ୍ୟାଦ୍ୟ ବିଲକୁଲ ବି ଠିକ୍ ନୁହଁ ।

ଜୀବନଶୈଳୀ ପ୍ରଭାବିତ

ନିୟମିତ ଭାବେ ଏହି ସବୁ ଖାଦ୍ୟ ଖାଇବା ଦ୍ଵାରା ଶରୀରରେ ମେଦ ବହୁଳତା, ଡାଇବେଟିସ୍ , ହୃଦ ରୋଗର ଶିକାର ହେବାକୁ ପଡିଥାଏ ବୋଲି ନିକଟରେ କରାହେଇଥିବା ଏକ ସର୍ଭେରୁ ଏହା ଜଣା ପଡିଛି ।

ଆମେରିକାର ପ୍ରସିଦ୍ଧ ହାଭାର୍ଡ ବିଶ୍ୱବିଦ୍ୟାଳୟର ପତ୍ରିକାରେ ବାହାରିଥିବା ଏକ ଗବେଷଣାମୂଳକ ପ୍ରବନ୍ଧରେ ଉଲ୍ଲେଖ ଅଛି ଯେ , ପ୍ରତିଦିନ ଫାଷ୍ଟଫୁଡ ଖାଇବା ଦ୍ଵାରା ବିଭିନ୍ନ ପ୍ରକାରର ରୋଗର ଶିକାର ହେବାକୁ ପଡିଥାଏ ଯାହାକି ଆମ ଜୀବନଶୈଳୀକୁ ପ୍ରଭାବିତ କରିଥାଏ ।

ବୈଜ୍ଞାନିକମାନେ ଏହି ସତ୍ୟ ଖୋଜିବାକୁ ଯାଇ ଆମେରିକାର ଏକ ମେଡିକାଲରେ ୬୦୦ କର୍ମଚାରୀଙ୍କୁ ବାଛିଥିଲେ, ଯେଉଁମାନେ ଦୈନିକ ମେଡିକାଲରେ କ୍ୟାଣ୍ଟିନ୍ ର ଖାଦ୍ୟ ଖାଉଥିଲେ । ଏହି କର୍ମଚାରୀମାନେ ଅଫିସରେ କାମ କରିବା ସମୟରେ ମଧ୍ୟ ଫାଷ୍ଟଫୁଡ ଖାଉଥିଲେ ।

ପରୀକ୍ଷଣ ଦ୍ଵାରା ଦେଖା ଗଲା ଯେ ଯେଉଁମାନେ ନିୟମିତ ଫାଷ୍ଟଫୁଡ ଖାଉଥିଲେ କିଛିଦିନ ମଧ୍ୟରେ ସେମାନଙ୍କ ଶରୀରର ଓଜନ ବଢିବାକୁ ଲାଗିଲା । କେବଳ ଏତିକି ନୁହେଁ ସେମାନଙ୍କର ଡାଇବେଟିସ ଓ ହୃଦରୋଗର ମାତ୍ରା ମଧ୍ୟ ବଢିବାକୁ ଲାଗିଲା ।

ଏହି ପରୀକ୍ଷଣରୁ ପ୍ରମାଣିତ ହେଲା ଯେ ଅଧିଳ ମାତ୍ରାରେ ଫାଷ୍ଟଫୁଡ ଓ ଅସ୍ଵାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ଵାରା ଶରୀରରେ କି ପ୍ରଭାବ ପଡିଥାଏ । ଏଣୁ ଅଫିସରେ ଥିବା ବେଳେ ମଧ୍ୟାହ୍ନ ଭୋଜନରେ ଘରେ ତିଆରି ହେଇଥିବା ଖାଦ୍ୟ ଖାଇବା ସବୁଠୁ ସ୍ୱାସ୍ଥ୍ୟକର ।

#healthyfood #healthtips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon