• ବେତାର ବ୍ୟୁରୋ

ଭିଡିଓ : ଇମ୍ପାକ୍ଟ ରେସଲିଙ୍ଗରେ ଏହି ମ୍ୟାଚରେ ପ୍ରତିଦ୍ଵନ୍ଦୀଙ୍କ ପାଦ କାମୁଡି ଜିତିଲେ କଲିହାନ


(ବେତାର ବ୍ୟୁରୋ) କୁସ୍ତିଯୁଦ୍ଧ ବା ରେସଲିଙ୍ଗ ଦୁନିଆରେ WWE ପରେ ଆଉ ଯାହାର ନାମ ସାମନାକୁ ଅସସିଥାଏ ସେ ହେଲା TNA, ଯାହାର ନାମ ବଦଳି ଯାଇ ଏବେ Impact Wrestling ରଖାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଶନିବାର (ଭାରତୀୟ ସମୟ ଭୋର୍ 5ଟା) ହେଇଥିବା ଏକ ମ୍ୟାଚରେ କାଲିହାନ ନାମକ ଜଣେ ଖେଳାଳି ତାଙ୍କ ପ୍ରତିଦ୍ଵନ୍ଦୀଙ୍କ ପାଦ ଆଙ୍ଗୁଠି କାମୁଡି ଦେଇଥିଲେ, ଯାହା ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

WWE, TNA ପରି ଟୁର୍ଣ୍ଣାମେଣ୍ଟରେ ଚେୟାର ଫିଙ୍ଗି ମାରିବା, ଟେବୁଲରେ ବାଡେଇବା ଇତ୍ୟାଦି ଦୃଶ୍ୟ ନୂଆ ନୁହେଁ । ତେବେ ମ୍ୟାଚ ଜିତିବା ପାଇଁ ପ୍ରତିଦ୍ଵନ୍ଦୀର ଜୋତା ଖୋଲି ପାଦ ଆଙ୍ଗୁଠି କାମୁଡିବା ପରି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା ।

ଏମିତି ହେଇଥିଲା ମ୍ୟାଚ

ଏହି ମ୍ୟାଚରେ ଆରମ୍ଭର କିଛି ସମୟ ପରେ ଫଲାହ ବାହ ନାମକ ପ୍ରତିଦ୍ଵନ୍ଦୀ କଲିହାନଙ୍କ ଆଡକୁ ଦଉଡି ଯାଇ ତାଙ୍କୁ ରିଙ୍ଗର ଏକ କୋଣକୁ ନେଇଯାଇ ତଳକୁ ଧଡାମ କରି କଚାଡି ଦେଇଥିଲେ । କଲିହାନ ତଳେ ପଡି ଉଠିବାକୁ ଚେଷ୍ଟା କରୁଥିବା ବେଳେ ଫଲାହ ତାଙ୍କ ଉପରେ ବିଧା ଓ କହୁଣିରେ ମାରିବାରେ ଲାଗିଥିଲେ ।

ଅନେକ ସମୟ ଫଲାହଙ୍କ ସହିତ ସଂଗ୍ରାମ କରିବା ପରେ କଲିହାନ ତାଙ୍କ କବଳରୁ ମୁକୁଳି ଦଉଡି ଦଉଡି ଯାଇ ଆଉ ଏକ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ତେବେ ଫଲାହଙ୍କୁ ଏଥିରେ ବିଶେଷ କିଛି ଆଘାତ ଲାଗି ନ ଥିଲା । ବରଂ ସେ ତାଙ୍କ ବାହୁରେ କଲିହାନ ଧରି ତଳେ କଚାଡି ଦେଇଥିଲେ ।

ଫଲାହ ତଳେ ପଡିଥିବା ଅବସ୍ଥାରେ କଳିହାନଙ୍କୁ ଗୋଇଠା ମାରୁଥିବା ସମୟରେ କଲିହାନ ତାଙ୍କ ପ୍ରତିଦ୍ଵନ୍ଦୀଙ୍କ ପାଦକୁ ନିଜ ମୁହଁ ଠାରୁ ଦୂରେଇବାକୁ ଚେଷ୍ଟା କରୁଥିଲେ । ହେଲେ ତୁରନ୍ତ ସେ ଅନ୍ୟ କିଛି ଭାବିଥିଲେ । ଏହାପରେ ସେ ତାଙ୍କ ପାଦ ଆଙ୍ଗୁଠିକୁ ଜୋର ରେ କାମୁଡି ଧରିଥିଲେ ଓ ଫଲିହା ବିକଳରେ ଚିତ୍କାର କରିଥିଲେ ଓ ଛାଡି ଦେଇଥିଲେ ।

ଏହାପରେ ଫଲାହ ତଳେ ପଡିଥିବା ଅବସ୍ଥାରେ କଳିହାନ ତାଙ୍କ ଜୋତାଖୋଲି ପ୍ରଥମେ ପାଦ ଆଙ୍ଗୁଠି ଗୁଡିକୁ ବଙ୍କାଇବାକୁ ଚେଷ୍ଟା କରିଥିଲେ । ଏହାପରେ ସେ ତାଙ୍କ ପାଦ ଆଙ୍ଗୁଠିକୁ ଜୋର ରେ କାମୁଡି ଧରିଥିଲେ ଓ ଫଲାହ ବିକଳରେ ଚିତ୍କାର କରିଥିଲେ।

ଏହାପରେ ଅବଶ୍ୟ ଫଲାହ ଉଠି ଲଢେଇ ଜାରି ରଖିଥିଲେ । ଏପରିକି କିଛି ସମୟ ପରେ କଲିହାନଙ୍କ ପେଟକୁ ବିଧା ପରେ ବିଧା ମାରି ସେ ମ୍ୟାଚ ବିଜୟୀ ହେବାର ନିକଟବର୍ତ୍ତୀ ହେଇଥିଲେ । ତେବେ ତାଙ୍କ ପାଦ ଆଙ୍ଗୁଠିରେ ଲାଗିଥିବା ଆଘାତ ତାଙ୍କୁ ବିଶେଷ ପ୍ରଭାବଶଳୀ ହେବାକୁ ଦେଇ ନ ଥିଲା ।

ଶେଷରେ ଫଲାହ ମ୍ୟାଚ ଜିତିଯାଇଛନ୍ତି ଭାବି ରିଙ୍ଗରୁ ବାହାରିବାକୁ ଚେଷ୍ଟା କରୁଥିବା ବେଳେ କଲିହାନ ଏକ ଶକ୍ତ ଧକ୍କା ଦେଇଥିଲେ , ଯାହାଫଳରେ ଫଲିହା ଆଉ ଉଠିପାରି ନ ଥିଲେ । ଶେଷରେ କଲିହାନଙ୍କୁ ବିଜୟୀ ଘୋଷଣା କରାଯାଇଥିଲା ।

ଏହି ମ୍ୟାଚ ଗୁଡିକ Sony ESPN ଚାନେଲରେ ଦେଖିହେବ ।

#wrestling #WWEmondaynightraw

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon