• ବେତାର ବ୍ୟୁରୋ

ପେଟୁଆ ପୋଲିସଙ୍କୁ ଏହି କ୍ୟାମ୍ପ ପଠାଉଛି ଥାଇଲାଣ୍ଡ ସରକାର


(ବେତାର ବ୍ୟୁରୋ) ପେଟୁଆ ପୋଲିସଙ୍କ ଓଜନ କମାଇବା ପାଇଁ ଥାଇଲାଣ୍ଡ ସରକାର ଅଭିନବ ଯୋଜନା ଆପଣାଇଛନ୍ତି। ପେଟ ବାହାରିଥିବା ପୋଲିସ ଅଫିସରଙ୍କ ପାଇଁ ସେଠାରେ ଏକ ଓଜନ କମାଇବା କ୍ୟାମ୍ପ୍‌ ପ୍ରସ୍ତୁତ କରାଯାଇଛି। ଏହି କ୍ୟାମ୍ପ୍‌ ର ନାମ ‘ବେଲିଡେଷ୍ଟ୍ରକସନ୍‌’ (ପେଟ ହ୍ରାସ)।

ଥାଇଲାଣ୍ଡର ପାକ୍‌ ଜୋଙ୍ଗରେ ଥିବା ଏହି କ୍ୟାମ୍ପକୁ ଥାଇଲାଣ୍ଡ ଦେଶର ପେଟୁଆ ପୋଲିସ ଅଫିସରଙ୍କୁ ପଠାଯାଉଛି। ସେଠାରେ ସେମାନଙ୍କୁ ପେଟ କମାଇବାର ଟିପ୍ସ ଦିଆଯିବା ସହ ବ୍ୟାୟାମ କରିବା ଶୈଳୀ ବିଷୟରେ ଅବଗତ କରାଯାଉଛି।

ଫଟୋ ଭାଇରାଲ

ଅସଲ କଥା ହେଉଛି ଥାଇଲାଣ୍ଡ ପୋଲିସରେ ଚାକିରି କରୁଥିବା କିଛି ପେଟୁଆ ଅଫିସରଙ୍କ ଫଟୋ ସେଠାକାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେଠାକାର ସରକାର ଏହି ପଦକ୍ଷେପ ନେଇଛନ୍ତି।

ସରକାରଙ୍କ ଜଣେ ଅଫିସର କହିଛନ୍ତି, ମୋଟା ପୋଲିସମାନେ ଅଭିଯୁକ୍ତଙ୍କୁ ଧରିବା ଏତେଟା ସହଜ ହେବ ନାହିଁ। ଆଉ ମଧ୍ୟ ସେମାନେ ହଠାତ୍‌ ଚୋରକୁ ଧରିବା ପାଇଁ ଦୌଡିବାରେ ସକ୍ଷମ ହୋଇପାରିବେ ନାହିଁ। ତେଣୁ ଏଭଳି ଯୋଜନା ପ୍ରସ୍ତୁତ କରାଯାଇଛି।

ପୋଲିସ ମାନଙ୍କ ପେଟ କମାଇବା ପାଇଁ ଏହି ଦେଶରେ ପ୍ରଥମେ ଏକ ଛୋଟ ଆକାରରେ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହେଇଥିଲା ।

ଏଥିରେ ୨୦୦ ପୋଲିସ ଅଫିସରଙ୍କୁ ପଠାଯାଇଥିଲା ଏ’ବଂ ସେମାନଙ୍କ ମଧ୍ୟରୁ ଅଧିକ ଓଜନ ବିଶିଷ୍ଟ ପୋଲିସ ଅଧିକାରୀମାନେ ୬୦ କିଲୋ ପର୍ଯ୍ୟନ୍ତ ଓଜନ କମାଇ ପାରିଥିଲେ । ସେହିପରି ଯେଉଁ ପୋଲିସ ମାନେ 80 କିଲୋ ଓଜନର ଥିଲେ ସେମାନେ 20 କିଲୋ ପର୍ଯ୍ୟନ୍ତ କମାଇ ପାରିଥିଲେ ।

ସାଇକଲ ଚାଳନା

ପାଇଲଟ ପ୍ରୋଜେକ୍ଟରେ ସଫଳତା ମିଳିବା ପରେ ପରେ ଏହି ଯୋଜନାକୁ ପୂର୍ଣ୍ଣ ଭାବେ ଲାଗୁ କରିବାକୁ ଥାଇଲାଣ୍ଡ ସରକାର ନିଷ୍ପତ୍ତି ନେଇଛନ୍ତି ।

ଏହି ଯୋଜନା ଅନୁସାରେ ପ୍ରତି ଟି ପୋଲିସ ଥାନାରୁ ଦୁଇରୁ ତିନି ଜଣ ପେଟୁଆ ପୋଲିସଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଏହି କେନ୍ଦ୍ର କୁ ପଠାଯିବ । ସେଠାରେ ପୋଲିସ ଅଧିକାରୀ ମାନେ ସାଇକଲ ଚଳାଇବା, ଦୌଡିବା ଓ ଶରୀର ଉପଯୁକ୍ତ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଅଭ୍ୟାସ କରିବା ସହିତ ପାରୁ ପର୍ଯ୍ୟନ୍ତ ଓଜନ କମାଇବାକୁ ଚେଷ୍ଟା କରିବେ ।

#fatpolice #OddNews #Govt

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon