• ବେତାର ବ୍ୟୁରୋ

ମେ' 27-ଜୁନ 2 ରାଶିଫଳ : ଏ ସପ୍ତାହରେ ରହିଛି ବୁଧାଦିତ୍ୟ ଯୋଗ


(ବେତାର ବ୍ୟୁରୋ) ଚଳିତ ସପ୍ତାହରେ ଚନ୍ଦ୍ରଦେବ ବିଛା ରାଶିରୁ ପରିକ୍ରମା ଆରମ୍ଭ କରି ଧନୁ, ମକର ରାଶି ଦେଇ ଗତି କରିବା ପରେ ସପ୍ତାହ ଶେଷ ଆଡକୁ କୁମ୍ଭ ରାଶିରେ ଅବସ୍ଥାନ କରିବେ । ଏହି ସମୟ ମଧ୍ୟରେ ବୁଧ ନକ୍ଷତ୍ର ଜ୍ୟେଷ୍ଠାରୁ ପରିକ୍ରମା ଆରମ୍ଭ କରି ରାହୁ ନକ୍ଷତ୍ର ଶତଭିଷାରେ ଚନ୍ଦ୍ର ଦେବ ନିଜ ଗୋଚର ସମାପ୍ତ କରିବେ । ବୁଧ ଗ୍ରହ ଶିକ୍ଷା, ଯୋଗାଗାଯୋଗ ତଥା ବଡା ପରିବର୍ତ୍ତନକୁ ସୁଚାଇ ଥାଏ। ସେହିପରି ଚଳିତ ସପ୍ତାହରେ ସୂର୍ଯ୍ୟ ସହିତ ମିଶି ବୁଧାଦିତ୍ୟ ଯୋଗ ସୃଷ୍ଟି କରୁଥିବାରୁ ଏ ସପ୍ତାହରେ ଛାତ୍ରଛାତ୍ରୀ, ପରୀକ୍ଷାର୍ଥୀ କିମ୍ବା ଯୋଗାଯୋଗ, ଡାକ ବିଭାଗ, ସଫ୍ଟୱେର ବା ବୁଧ ପ୍ରଭାବିତ କର୍ମସଂସ୍ଥାନରେ କର୍ମ କରୁଥିବା ବ୍ୟକ୍ତିବିଶେଷ ସଫଳତା ପାଇପାରନ୍ତି ।

ଆସନ୍ତୁ ଜାଣିବା କେଉଁ ରାଶିର କିପରି ରହିବ ମେ’ ମାସର ଶେଷ ସପ୍ତାହ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

ମେଷ: ବେପାରୀ, ଚାକିରିଆ ବର୍ଗଙ୍କୁ ସଫଳତା ମିଳିବ । ଅଫିସ ମିଟିଂରେ ଭାବିଚିନ୍ତି କଥାବାର୍ତ୍ତା ହୁଅନ୍ତୁ । କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ । ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ନିଅନ୍ତୁ । ସପ୍ତାହ ଶେଷ ଆଡକୁ ପରିବାରରେ ଅଶାନ୍ତି

ଲାଗିପାରେ ।

ବୃଷ: ଏ ସପ୍ତାହରେ କୌଣସି ଉଚ୍ଚ ପଦସ୍ଥ ବ୍ୟକ୍ତିବିଶେଷଙ୍କ ସହିତ ମିଳାମିଶା କରିବାର ସୁଯୋଗ ମିଳିପାରେ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିପାରେ , ତେବେ ଆଗକୁ ଏଥିପାଇଁ ଭଲ ଫଳ ମିଳିବ । ପାରିବାରିକ ଜୀବନ ହସଖୁସିରେ କଟିବ । ସପ୍ତାହ ଶେଷ ଆଡକୁ ମନ ପ୍ରଫୁଲ୍ଲ ରହିବ ।

ମିଥୁନ: କର୍ମକ୍ଷେତ୍ରରେ ବା ବ୍ୟବସାୟରେ କୌଣସି ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହଯୋଗ ମିଳିପାରେ । ସହକର୍ମୀଙ୍କୁ କୌଣସି ସୁଚନା ପ୍ରଦାନ କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ। ପାରିବାରିକ ଜୀବନ, ପ୍ରେମ ଜୀବନ ଖୁସିରେ କଟିବ ।

କର୍କଟ: ଚଳିତ ସପ୍ତାହ ଆପଣଙ୍କ ପାଇଁ ଶୁଭ ସମୟ । ଆର୍ଥିକ ଦୃଷ୍ଟିକୋଣରୁ ଫାଇଦାରେ ରହିପାରନ୍ତି । ଚାକିରି ଖୋଜୁଥିଲେ ଅଳ୍ପ ଚେଷ୍ଟାରେ ମିଳିପାରେ । ପାରିବାରିକ ଜୀବନ ସୁଖପ୍ରଦ ରହିବ । ଏହିରାଶିର ପିତାମାତାମାନେ ସନ୍ତାନର ସଫଳତା ପାଇଁ ଗର୍ବିତ ଅନୁଭବ କରିବେ ।

ସିଂହ: କାରବାରରେ ନୂଆ ଆୟର ସ୍ରୋତ ମିଳିପାରେ ଚାକିରି କରୁଥିଲେ ନୂଆ ଚାକିରିର ସନ୍ଧାନ କରି ପାରନ୍ତି । ସହକର୍ମୀ ବା ଜୀବନସାଥି ସହିତ ଝଗଡା ଲାଗିପାରେ । ତେବେ କର୍ମକ୍ଷେତ୍ରରେ ସହଯୋଗ ମିଳିପାରେ ।

କନ୍ୟା: ସପ୍ତାହ ଆରମ୍ଭରୁ କୌଣସି ସରକାରୀ କାର୍ଯ୍ୟାଳୟ ବା କୋର୍ଟ ଯିବାକୁ ପଡିପାରେ। ସପ୍ତାହ ମଝିରେ ପରିବାର ପାଇଁ କୌଣସି ଖର୍ଚ୍ଚ କରିପାରନ୍ତି । ସପ୍ତାହ ଶେଷଆଡକୁ କାହାର ବିଶେଷ ପରାମର୍ଶ

ନେଇ ବ୍ୟବସାୟରେ ନିବେଶ କରି ପାରନ୍ତି ବା ଲୋନ ନେଇପାରନ୍ତି । ଏହି ନିବେଶ ଆଗକୁ ସଫଳତା ଦେଇପାରେ ।

ତୁଳା: ସହକର୍ମୀ ବା ଆପଣଙ୍କ କ୍ଲାଏଣ୍ଟ କୌଣସି କଥା ପାଇଁ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହେଇପାରନ୍ତି । ବ୍ୟବସାୟ କରୁଥିଲେ ଧାର କରଜଠାରୁ ଦୂରେଇ ରୁହନ୍ତୁ । କୌଣସି ନୂଆ କାମରେ ଯୋଜନା ପ୍ରସ୍ତୁତ କରିବେ ବା ଅଧିକ ପରିଶ୍ରମ କରିପାରନ୍ତି । ଜୀବନସାଥୀଙ୍କ ସହିତ ସମୟ ଭଲରେ କଟିବ।

ବିଛା: ଏ ସପ୍ତାହରେ ଚାକିରି କାମରେ ସଫଳତା ମିଳିବ। ଅଯଥା ବାଦବିବାଦରେ ନ ପଡିବା ପାଇଁ ଯୁକ୍ତିତର୍କ ନ କରି ଚୁପ ରହିବା ଭଲ । ଆପଣଙ୍କ ମନରେ ଆସିଥିବା ବିଚାର କାମରେ ପୂରା ହେବ। ପାରିବାରିକ ଜୀବନ ମଧୁର ରହିବ। କେଉଁ ସ୍ଥାନକୁ ବୁଲିବା ପାଇଁ ଯାଇ ପାରନ୍ତି ।

ଧନୁ: ଛୋଟିଆ ନିଷ୍ପତ୍ତିରୁ ବଡ଼ ଫାଇଦା ହେବ। ବୁଧ ଓ ଗୁରୁବାର: କୌଣସି ନୂଆ କାମରେ ଯୋଜନା ପ୍ରସ୍ତୁତ କରିବେ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ସହିତ ସମୟ ଭଲରେ କଟିବ।

ମକର: କୌଣସି ଦିଗରୁ ଆଶାଠୁ ଅଧିକ ଧନଲାଭ ହେବ। ବନ୍ଧୁଙ୍କ ବା ପଡୋଶୀଙ୍କ ସହଯୋଗ ପ୍ରାପ୍ତି ହେବ । ପିତାଙ୍କ ନିଷ୍ପତ୍ତି ଆପଣଙ୍କ ପାଇଁ ଲାଭଦାୟକ ହେଇପାରେ । ସପ୍ତାହ ଶେଷ ଆଡକୁ ଜୀବନରେ କୌଣସି ନୂଆ ଖୁସିର ସଙ୍କେତ ଆସିବ। ଛାତ୍ରଛାତ୍ରୀ କୌଣସି ନୂଆକଥା ଜାଣିବାକୁ ପାଇବେ ।

କୁମ୍ଭ: କୌଣସି ଭଲ କାମ ମିଳିପାରେ। ଅଧିକାରୀ ବର୍ଗ ଆପଣଙ୍କ କାମରେ ପ୍ରସନ୍ନ ହେବେ। କ୍ୟାରିୟର୍‌ରେ ସଫଳତା ମିଳିପାରେ । ତେବେ ବଜାର ଜଳଖିଆଠୁ ଦୂରେଇ ରୁହନ୍ତୁ, କାରଣ ଚଳିତ ଗ୍ରହ ଚାଳନ ସ୍ୱାସ୍ଥ୍ୟରେ ଅବନତିର ସଂକେତ ଦେଖାଉଛି । ସପ୍ତାହ ଶେଷ ଆଡକୁ ଆର୍ଥିକ ପକ୍ଷରୁ ସିସମ୍ବାଦ ମିଳିପାରେ ।

ମୀନ: ସପ୍ତାହ ଆରମ୍ଭରୁ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଖର୍ଚ୍ଚ ବଢିପାରେ । ଅଫିସ କ୍ଷେତ୍ରରେ କୌଣସି କଥାକୁ ନେଇ ସାମାନ୍ଯ ବିଚଳିତ ରହିପାରନ୍ତି । ବୈବାହିକ ଜୀବନରେ ଖୁସି ବଜାୟ ରହିବ । ତେବେ ପତ୍ନୀ ବା ପ୍ରେମିକା ସହିତ କଳହ ମଧ୍ୟ ହେଇପାରେ । ନୂଆ ଲକ୍ଷ୍ୟ ହାସଲ କରିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ମଜଭୁତ ହେବ।କାହାକୁ ଧାରକରଜ ଦେବାର ଥିଲେ ବୁଝିବିଚାରି ଦିଅନ୍ତୁ ।

#astrology #horoscope #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon