• ବେତାର ବ୍ୟୁରୋ

ନିଯୁକ୍ତି ବେତାର : ଓଡିଶା ସରକାର କରିବେ 386 ମେକାନିକାଲ,ସିଭିଲ ଇଞ୍ଜିନିୟରିଙ୍ଗ ନିଯୁକ୍ତି


(ବେତାର ବ୍ୟୁରୋ) ଓଡିଶା ସରକାର ଆଗାମୀ ଦିନରେ ମେକାନିକାଲ, ସିଭିଲ ଇଞ୍ଜିନିୟରିଙ୍ଗ ପାସ ପ୍ରାର୍ଥୀଙ୍କ ନିମନ୍ତେ ଏକ ବଡ ଧରଣର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଯାଉଛନ୍ତି । ଏହି କ୍ରମରେ 353ଟି ସିଭିଲ ଇଞ୍ଜିନିୟର ଓ 33ଟି ମେକାନିକାଲ ଇଞ୍ଜିନିୟର ନିଯୁକ୍ତି ହେବ ଓ ସେମାନେ(OES) ଓଡିଶା ଇଞ୍ଜିନିୟରିଙ୍ଗ ସର୍ଭିସ କ୍ୟାଡରରେ ନିଯୁକ୍ତି ପାଇବେ ।

ଏହି ସମସ୍ତ ପଦବୀ ରାଜ୍ୟ ୱାଟର ରିସୋର୍ସ ଡିପାର୍ଟମେଣ୍ଟ ବା ଜଳସମ୍ପଦ ବିଭାଗ ଅଧୀନରେ ରହିବା ବୋଲି ଏକ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ www.opsconline.gov.in ୱେବସାଇଟ ରେ ଉପଲବ୍ଧ ହେବାକୁଥିବା ଆପ୍ଲିକେସନ ଫର୍ମରେ ସମସ୍ତ ତଥ୍ୟ ଦେଇ ଆବେଦନ କରିପାରିବେ । ଏହି ଆପ୍ଲିକେସନ ଫର୍ମ ଆସନ୍ତା ଜୁନ 7 ତାରିଖରୁ ଆରମ୍ଭ କରି ଜୁଲାଇ 6 ତାରିଖ ପର୍ଯ୍ୟନ୍ତ ଉକ୍ତ ୱେବସାଇଟରେ ଉପଲବ୍ଧ ହେବ ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 386ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ସିଭିଲ ଇଞ୍ଜିନିୟରିଙ୍ଗ ପ୍ରାର୍ଥୀଙ୍କ ପାଇଁ 353ଟି ଓ ମେକାନିକାଲ ଇଞ୍ଜିୟରିଙ୍ଗ ପ୍ରାର୍ଥୀଙ୍କ ପାଇଁ 33ଟି ପଦବୀ ପ୍ରକାଶ ପାଇଛି । ତେବେ ଏହି ସମସ୍ତ ପଦବୀରେ ସରକାରୀ ନିୟମ ଅନୁଯାୟୀ ବିଭିନ୍ନ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ରହିଛି ।

ଦରମା

ଏହି ବିଜ୍ଞପ୍ତିରେ ଦରମା ବିଷୟରେ ଉଲ୍ଲେଖ କରାଯାଇ ନ ଥିବା ବେଳେ , ଉତ୍ତୀର୍ଣ୍ଣ ପ୍ରାର୍ଥୀମାନେ ଗ୍ରୁପ ଏ ଶ୍ରେଣୀରେ ନିଯୁକ୍ତି ପାଇବେ ବୋଲି ଉଲ୍ଲେଖ ରହିଛି । ଓଡିଶା ସରକାରଙ୍କ ଦ୍ଵାରା ଅନୁମୋଦିତ 7ମ ବେତନ କମିଶନ ଅନୁସାରେ ଗ୍ରୁପ ଏର ଲେବୁଲ 12 କର୍ମଚାରୀମାନେ ମାସିକ 24,900 ଟଙ୍କା ମୂଳଦରମା ସହିତ ଅନ୍ୟାନ୍ୟ ଭତ୍ତା ପାଇଥାନ୍ତି ।

ବୟସସୀମା

ଏହି ପଦରେ ଆବେଦନ କରିବା ପାଇଁ ଆଗ୍ରହୀ ଥିବା ପ୍ରାର୍ଥୀଙ୍କ ବୟସ ଜାନୁୟାରୀ 1 , 2019 ସୁଦ୍ଧା ସର୍ବନିମ୍ନ 21 ବର୍ଷ ଓ ସର୍ବାଧିକ 32ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ତେବେ ଏହି ନିଯୁକ୍ତି 2016 ଠାରୁ କରାଯାଇ ନ ଥିବାରୁ, ଯେଉଁ ପ୍ରାର୍ଥୀମାନଙ୍କ ବୟସ ସର୍ବାଧିକ 35 ବର୍ଷ ହେଇଥିବ ସେମାନଙ୍କୁ ମଧ୍ୟ ଏହି ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେବା ପାଇଁ ସୁଯୋଗ ମିଳିବ ।ଅର୍ଥାତ ଯେଉଁ ପ୍ରାର୍ଥୀମାନେ ଜାନୁଆରୀ 2,1984 ପରେ ଜନ୍ମ ଗ୍ରହଣ କରିଥିବେ ସେମାନେ ଏହି ପ୍ରକ୍ରିୟାରେ ଭାଗ ନେବା ପାଇଁ ଯୋଗ୍ୟ ହେବେ ।

ଅନୁସୂଚିତ ଜାତି, ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ ଓ ଓବିସି ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 3ବର୍ଷ କୋହଳ କରାଯିବ। ସେହିପରି ସରକାରୀ ବିଭାଗରେ ଡିପ୍ଲୋମା ଇଞ୍ଜିନିୟର ହିସାବରେ ଚାକିରି କରୁଥିବା ବ୍ୟକ୍ତିମାନଙ୍କ ପାଇଁ କେତେକ ସର୍ତ୍ତାବଳୀ ସହିତ 45 ବର୍ଷ ବୟସ କୋହଳ କରାଯିବ । ଶାରୀରିକ ଅକ୍ଷମ ବା ଦିବ୍ୟାଙ୍ଗ ମାନଙ୍କ ପାଇଁ ସର୍ବାଧିକ 10 ବର୍ଷ ସମୟ କୋହଳ ହେବ ।

ଶିକ୍ଷାଗତ ଯୋଗ୍ୟତା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ସ୍ଵୀକୃତୀପ୍ରାପ୍ତ ବିଶ୍ଵବିଦ୍ୟାଳୟ ବା ଅନୁଷ୍ଠାନରୁ ସିଭିଲ ଇଞ୍ଜିନିୟରିଙ୍ଗରେ ଓ ମେକାନିକାଲ ଇଞ୍ଜିନିୟରିଙ୍ଗରେ BE/BTech ପାସ କରିଥିବା ଆବଶ୍ୟକ।

ଆବେଦନ ଫି’

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ଟ.500 ଆବେଦନ ଫି’ ଦେବାକୁ ପଡିବ।

ଆପ୍ଲିକେସନ ଫର୍ମ ପୂରଣର ଶେଷ ତାରିଖ ଜୁଲାଇ 6 ହେଇଥିଲେ ମଧ୍ୟ ଜୁଲାଇ 10 ତାରିଖ ମଧ୍ୟରେ ଆପ୍ଲିକେସନ ଫି' ଦାଖଲ କରିହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । କେବଳ ଅନଲାଇନରେ SBI ବ୍ୟାଙ୍କ ଚାଲାଣ ଜରିଆରେ ପ୍ରାପ୍ତ ହେଇଥିବା ରସିଦକୁ ଗ୍ରହଣ କରାଯିବ ।

ଅନୁସୂଚିତ ଜାତି, ଜନଜାତିର ପ୍ରାର୍ଥୀଙ୍କୁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ । ଏହି ଫି’ କୁ ଅନଲାଇନରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ, କ୍ରେଡିଟ କାର୍ଡ କିମ୍ବା ଡେବିଟ କାର୍ଡରେ ପଇଠ କରିପାରିବେ।

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ଓଡିଶା ଜନସେବା ଆୟୋଗର ୱେବସାଇଟ www.opsconline.gov.in ଖୋଲି ଜୁନ 7 ତାରିଖରୁ ଆବେଦନ କରିବାକୁ ପଡିବ । ଏଥିପାଇଁ ପୂର୍ବରୁ ନିଜର ସ୍କାନ କରାହେଇଥିବା ପାସ୍ ପୋର୍ଟ ଫଟୋ, ସାର୍ଟିଫିକେଟ ଇତ୍ୟାଦି କମ୍ପ୍ୟୁଟରରେ ଷ୍ଟୋର କରି ରଖିବା ଉଚିତ । ଅନଲାଇନରେ ଫର୍ମ ଭରିବାର କିଛି ଦିନ ଭିତରେ Intimation Letter ଆସି ଆପଣ ଦେଇଥିବା ଠିକଣାରେ ପହଞ୍ଚିଯିବ ।

ଚୟନ ପଦ୍ଧତି

ସଫଳ ଭାବେ ଆବେଦନ କରିଥିବା ପ୍ରାର୍ଥୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବ ପରେ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ପରୀକ୍ଷା ସମ୍ବନ୍ଧରେ ଅଧିକ ବିବରଣୀ ପରେ ପ୍ରକାଶ ପାଇବ ।

#jobs #govtjobs #OPSC #opscrecruitment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon