• ବେତାର ବ୍ୟୁରୋ

ଖରାଦିନେ ସର୍ବଦା ଥଣ୍ଡା ପାଣି ପିଉଛନ୍ତି କି ? ହେଇପାରେ ଏହିସବୁ ଅସୁବିଧା


(ବେତାର ବ୍ୟୁରୋ) ଖରାଦିନେ ଫ୍ରିଜ ଖୋଲି ବୋତଲରୁ ଥଣ୍ଡା ପାଣି ପିଇବା ଅଧିକାଂଶ ଲୋକଙ୍କର ପସନ୍ଦ । ସେହିପରି ଘରୁ ବାହାରେ ଥିଲେ ଦୋକାନରୁଲସି, ସର୍ବତ ବ୍ୟତୀତ ଥଣ୍ଡା ପାଣି ବୋଲତର ଚାହିଦା କିଛି କମ୍‌ ନୁହେଁ।

ଦେଖାଯାଏ ଯେ କିଛି ବ୍ୟକ୍ତି ଅତ୍ୟଧିକ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାଆନ୍ତି। ଯଦିଓ ଖରାଦିନେ ବାହାରୁ ଆସି ଥଣ୍ଡା ପାଣି ପିଇବା ନିରାପଦ ତେବେ ଏହା ଅଭ୍ୟାସରେ ପରିଣତ ହୋଇଗଲେ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।

ସାଧାରଣତଃ ଆମ ଶରୀରର ତାପମାତ୍ରା ୩୭ ଡିଗ୍ରୀ ସେଲ୍‌ସିୟସ ରହିଥାଏ। ତେଣୁ ଆମେ ପିଉଥିବା ପାଣିର ତାପମାତ୍ରା ୨୦-୨୨ ଡିଗ୍ରୀ ସେଲ୍‌ସିୟସ ରହିବା ଆବଶ୍ୟକ। ସବୁବେଳେ ଅତ୍ୟଧିକ ଥଣ୍ଡା ପାଣି ପିଇଲେ ତାହା ଖରାପ ପ୍ରଭାବ ଶରୀର ଉପରେ ପଡ଼ିଥାଏ।

ଆସନ୍ତୁ ଜାଣିବା ଅତ୍ୟଧିକ ଥଣ୍ଡାପାଣି ଆମ ଶରୀର ପାଇଁ କି କି ପ୍ରତିକୂଳ ପ୍ରଭାବ ପକାଇଥାଏ ।

୧) ଏହାର ସିଧାସଳଖ ପ୍ରଭାବ ପାଚନ କ୍ରିୟା ଉପରେ ପଡ଼ିଥାଏ। କାରଣ ଖାଦ୍ୟ ହଜମ ହେବା ପାଇଁ ଏକ ନିର୍ଦ୍ଦିଷ୍ଟ ତାପମାତ୍ରା ଦରକାର ।ଥଣ୍ଡାପାଣି ଶରୀରକୁ ଗଲେ ଏହି ତାପମାତ୍ରା ଖସିଥାଏ । ଏଣୁ ଖାଇବାର ଠିକ ପରେ ଅଧିକ ଥଣ୍ଡା ପାଣି ପିଇଲେ ବଡ ହଜମି ହେବାର ସମ୍ଭାବନା ଥାଏ ।

୨) ସବୁବେଳେ ଅତ୍ୟଧିକ ଥଣ୍ଡା ପାଣି ପିଇବା ଦ୍ୱାରା ପେଟର ଅନ୍ତଳନୀ ସଙ୍କୁଚିତ ହୋଇଯାଇଥାଏ, ଯାହାଦ୍ୱାରା କଫଜନିତ ସମସ୍ୟା ଦେଖାଯାଏ।

୩) ଅତ୍ୟଧିକ ଥଣ୍ଡା ପାଣି ପିଇଲେ ତାହାକୁ ଢୋକିବାକୁ କିଛି ସମୟ ଲାଗିଥାଏ। କାରଣ ଏହି ପାଣିର ତାପମାତ୍ରା ଅଳ୍ପ ପରିମାଣରେ ସାମାନ୍ୟ ହେବା ପରେ ତାହା ଗଳାରୁ ଖସିଥାଏ। ଏହାଦ୍ୱାରା ଟନ୍‌ସିଲଜନିତ ସମସ୍ୟା ଦେଖାଯିବା ଆଶଙ୍କା ଅଧିକ ଥାଏ।

୪) ଏହା ରୋଗ ପ୍ରତିରୋଧକ ଶକ୍ତିକୁ କମାଇଦିଏ।

୫) ଅତ୍ୟଧିକ ଥଣ୍ଡାପାଣି ପିଇବା ଅଭ୍ୟାସରେ ପରିଣତ ହେଲେ ତାହା ହୃଦ୍‌ଜନିତ ସମସ୍ୟା ସୃଷ୍ଟି କରିବା ଆଶଙ୍କା ଥାଏ ବୋଲି ଆମେରିକୀୟ ହୃଦ୍‌ରୋଗ ବିଶେଷଜ୍ଞମାନେ ଏକ ସଦ୍ୟତମ ଗବେଷଣାରୁ ଜାଣିପାରିଛନ୍ତି।

#lifestyle #coconutoil

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon