• ବେତାର ବ୍ୟୁରୋ

ଜଳାଭାବ ସଙ୍କଟ : ତାମିଲନାଡୁ ସରକାରଙ୍କ ମନ୍ଦିରଙ୍କୁ ନିର୍ଦ୍ଦେଶ ‘ବର୍ଷା ପାଇଁ ପୂଜା କର’


(ବେତାର ବ୍ୟୁରୋ) ତାମିଲନାଡୁ ରାଜ୍ୟରେ ଚଳିତ ବର୍ଷ ପ୍ରବଳ ଗରମ ହେବା ସାଙ୍ଗକୁ ଉତ୍କଟ ଜଳାଭାବ ଦେଖା ଦେଇଛି । ଏହାର ରାଜଧାନୀ ଚେନ୍ନାଇରେ ପରିସ୍ଥିତି ଏପରି ହେଇଛି ଯେ ସେଠାକାର ବାସିନ୍ଦାମାନେ ଘରକୁ ପାଣି ନେବା ପାଇଁ ଦୈନିକ ଟ500ରୁ ଟ.1500 ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛନ୍ତି ।

ତାମିଲନାଡ଼ୁର ଅଧିକାଂଶ ସହରରେ ପ୍ରାୟ 15 ଦିନ ହେବ ତାପମାତ୍ରା 40 ଡିଗ୍ରୀ ଉପରେ ରହୁଛି ।

ସେଠାକାର ରାଜ୍ୟ ସରକାର ଆଶା କରିଥିଲେ ଯେ ‘ଫୋନି’ ବାତ୍ୟା ପ୍ରଭାବରେ ରାଜ୍ୟରେ ବର୍ଷା ହେବ । ମାତ୍ର ତାହା ଓଡିଶାରେ ମାଡ ହେବା ଠାରୁ ସେଠାରେ ଏବେ ବର୍ଷା ଆଶା ମଉଳି ଯାଇଛି । ତାମିଲନାଡୁରେ ସାଧାରଣତଃ ମୌସୁମୀ ବର୍ଷା ନ ହେଇ ଶୀତ ଦିନରେ ବର୍ଷା ହେଉଥିବାରୁ ସେଠାକାର ଦେବୋତ୍ତର ବିଭାଗ ମନ୍ଦିର ମାନଙ୍କୁ ବର୍ଷା ସକାଶେ ପୂଜା କରିବାକୁ ନିର୍ଦ୍ଦେଶ ଦେଇଛି ।

ସରକାରୀ ନିର୍ଦ୍ଦେଶ

ତାମିଲନାଡୁ ସରକାରଙ୍କ ହିନ୍ଦୁ ଧାର୍ମିକ ଓ ଦାତବ୍ୟ ବିଭାଗ (ଓଡିଶା ସରକାରଙ୍କ ଦେବୋତ୍ତର ବିଭାଗ ପରି) ମୁଖ୍ୟ ଫଣୀନ୍ଦ୍ର ରେଡ୍ଡୀ ସେଠାକାର ସମସ୍ତ ବଡ ବଡ ମନ୍ଦିରମାନଙ୍କୁ ଏକ ସର୍କୁଲାର ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ଯେ ରାଜ୍ୟରେ ବର୍ଷା ଆଣିବା ସକାଶେ ଯେପରି ସମସ୍ତ ମନ୍ଦିର ବୈଦିକ ରୀତିନୀତି ଅନୁଯାୟୀ ଯଜ୍ଞ ଓ ପୂଜା କରନ୍ତି ।

ଏହି ସର୍କୁଳାରରେ ଉଲ୍ଲେଖ ଅଛି , “ ସମସ୍ତ ମନ୍ଦିରଙ୍କୁ ବରୁଣ ଦେବଙ୍କ ପୂଜାର୍ଚ୍ଚନା କରିବାକୁ ହେବ । ସେହିପରି ସମସ୍ତ ଶିବ ମନ୍ଦିରମାନଙ୍କରେ ଏକ ଛୋଟ ଚୁଆ ଖୋଳିବାକୁ ହେବ ଓ ଶିବ ତଥା ନନ୍ଦୀ (ଶିବଙ୍କ ବାହନ)ଙ୍କୁ ଜଳାଭିଷେକ ପରେ ସେହି ପାଣିକୁ ସଂଗ୍ରହ କରି ରଖିବେ । ବର୍ଷା ପାଇଁ ପ୍ରାର୍ଥନା କରି ମନ୍ଦିର ଗାୟକମାନେ ସୁନ୍ଦରମୂର୍ତ୍ତି ନୟନାରଙ୍କ 7ମ ତିରୁମୁରାଇ ଓ ତେରଭା ଗୀତ ଗାୟନ କରିବା ଆବଶ୍ୟକ । ମନ୍ଦିର ନୃତ୍ୟଶିଳ୍ପୀମାନେ ନାଥଶ୍ଵରମ ନୃତ୍ୟ ପ୍ରଦର୍ଶନ କରିପାରନ୍ତି ଅଥବା ବେହେଲା ବାଦକମାନେ ବର୍ଷା ପାଇଁ ମେଘବର୍ଷିନୀ, ଅମୃତବର୍ଷିନୀ, ଆନନ୍ଦ ଭୈରବୀ ଆଦି ସଂଗୀତ ବାଦନ କରିବା ଆବଶ୍ୟକ । “

ସମସ୍ତ ମନ୍ଦିରମାନଙ୍କୁ ମାସକ ମଧ୍ୟରେ ପୂଜା ସଙ୍କ୍ରାନ୍ତିୟ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

#oddnews #rainfall #TamilNadu

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon