• ବେତାର ବ୍ୟୁରୋ

ଏହି କାରଣ ପାଇଁ 5,000 କର୍ମଚାରୀଙ୍କୁ ଛଟେଇ କରିଛି ଜିଓ


(ବେତାର ବ୍ୟୁରୋ) ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ବ୍ୟୟଭାର କମାଇ କାର୍ଯ୍ୟକାରୀ ଲାଭକୁ ଅଧିକ କରିବା ଲକ୍ଷ୍ୟରେ କର୍ମଚାରୀ ଛଟେଇ ଉପରେ ଗୁରୁତ୍ୱ ଦେଇଛି। ଜାନୁୟାରୀ-ମାର୍ଚ୍ଚ ତ୍ରୈମାସରେ କମ୍ପାନୀର ଅପରେଟିଂ ମାର୍ଜିନ(କାର୍ଯ୍ୟକାରୀ ଲାଭ) ହ୍ରାସ ପାଇଥିଲା। ଜିଓ ପକ୍ଷରୁ କଣ୍ଟ୍ରାକ୍ଟରେ ଥିବା ଏବଂ ନିୟମିତ ହୋଇଥିବା ପ୍ରାୟ ୫ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଛି। ସେମାନଙ୍କ ମଧ୍ୟରୁ ପ୍ରାୟ 12% ବା ୬୦୦ ଜଣ ନିୟମିତ କର୍ମଚାରୀ ରହିଛନ୍ତି।

ଜିଓ ନିକଟରେ ଏବେ ୧୫ହଜାରରୁ ୨୦ ହଜାର କର୍ମଚାରୀ ରହିଛନ୍ତି। ତେବେ କମ୍ପାନୀ ପାଇଁ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସଂଖ୍ୟା ବହୁ ଅଧିକ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଥାର୍ଡ ପାର୍ଟି ବା ବାହ୍ୟ ଏଜେନ୍ସି ଦ୍ୱାରା କଣ୍ଟ୍ରାକ୍ଟରେ ନିଯୁକ୍ତ ହୋଇଛନ୍ତି।

ପ୍ରାପ୍ତ ସୂତ୍ରରୁ ଜଣାପଡିଛି ଯେ, କମ୍ପାନୀ କଞ୍ଜ୍ୟୁମର ସହ ଜଡ଼ିତ ସପ୍ଲାଇ ଚେନ୍‌, ହ୍ୟୁମାନ ରିସୋର୍ସେସ୍‌, ଫାଇନାନ୍ସ, ଆଡମିନିଷ୍ଟ୍ରେଶନ ଏବଂ ନେଟ୍‌ଓ୍ବାର୍କ ଭଳି ଏରିଆରେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା କମାଇଛି। ଏ ସମ୍ପର୍କରେ ଜିଓ ମୁଖପାତ୍ର କହିଛନ୍ତି ଯେ, କମ୍ପାନୀ କଞ୍ଜ୍ୟୁମର ବିଜ୍‌ନେସ୍‌କୁ ବଢ଼ାଇବାକୁ ଚାହୁଁଛି।

ତେବେ ଜିଓ ଟେଲିକମ୍‌ ଇଣ୍ଡଷ୍ଟ୍ରିରେ ନିଯୁକ୍ତି କ୍ଷେତ୍ରରେ ସର୍ବାଗ୍ରେ ରହିଛି।

ସେ କହିଛନ୍ତି, ଜିଓ ଯେତେବେଳେ ବଜାର ପ୍ରବେଶ କଲା ସେତେବେଳେ ଏହା ଅନେକ ସାହାଯ୍ୟ ଆବଶ୍ୟକ କରୁଥିଲା। ଏହି କାରଣରୁ ଜିଓର ମାନବ ସମ୍ବଳ ନିମନ୍ତେ ବିଭିନ୍ନ ସଂସ୍ଥା ମାନନଙ୍କୁ ନିଆଯାଇଥିଲା । ଏହି ସଂସ୍ଥା ମାନଙ୍କ ଦ୍ଵାରା ନିଯୁକ୍ତ ବ୍ୟକ୍ତି ମାନେ କମ୍ପାନୀରେ କାମ କାଲେ ମଧ୍ୟ କଣ୍ଟ୍ରାକ୍ଟରେ ଚୁକ୍ତି ଅନୁସାରେ ଥିଲେ ।

ଆର୍ଥିକ ସ୍ଥିତି

ଏବେ ଜିଓ ନେଟୱର୍କ ବିସ୍ତାର ଅପେକ୍ଷା ଗ୍ରାହକଙ୍କ ସ୍ଵାର୍ଥକୁ ଧ୍ୟାନ ଦେଉଛି, ସେଥିପାଇଁ ପୁରାତନ ଚେହେରା କାଢି ନୂଆ ଚେହେରାଙ୍କୁ ନିଯୁକ୍ତି ଦିଆଯାଉଛି । କମ୍ପାନୀ ତରଫରୁ କୁହାଯାଇଛି ଯେ ଏହି କମ୍ପାନୀରେ ଏବେ ବି ବହୁ ସଂଖ୍ୟାରେ ଲୋକେ ଯୋଗ ଦେଉଛନ୍ତି । ତେଣୁ ମୋଟାମୋଟି ଭାବେ ଦେଖିବାକୁ ଗଲେ କମ୍ପାନୀ ଉପରେ କୌଣସି ଆର୍ଥିକ ଚାପ ନାହିଁ ।

ଗତ ତିନିଟି କ୍ଵାଟରରେ ବା ତ୍ରୈମାସିକରେ କମ୍ପାନୀର ପରିଚାଳନାଗତ ଲାଭ ସ୍ଥିର ରହିଛି ଓ ଆଶାନୁରୂପ ବଢିପାରିନି । ଏହି ସବୁ କାରଣ ଜିଓ ଉପରେ ଆର୍ଥିକ ଚାପ ପକାଉଚି । ତେବେ କମ୍ପାନୀ ଏହାକୁ ଅସ୍ଵୀକାର କରିଛି ।

ସମଗ୍ର ଭାରତ ବର୍ଷରେ ଜିଓର ପ୍ରାୟ 3 କୋଟି ଗ୍ରାହକ ଅଛନ୍ତି , ଯାହା ଭାରତୀୟ ଟେଲିକମ ବଜାରର 30 ପ୍ରତିଶତ ଅଟେ ।

#Jio #SmartPhone #Mobile

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon