• ବେତାର ବ୍ୟୁରୋ

ଚଳିତ ଶିକ୍ଷାବର୍ଷରୁ +3ରେ ଫେଶନ ଡିଜାଇନ ଡିଗ୍ରୀ ; ଏମ୍ ଫିଲ୍,ପିଏଚଡି ପାଇଁ ଗୋଟିଏ ଏଣ୍ଟ୍ରାନ୍ସ


(ବେତାର ବ୍ୟୁରୋ) ଉତ୍କଳ ବିଶ୍ୱବିଦ୍ୟାଳୟର ଏକାଡେମିକ କାଉନସିଲ ବୈଠକରେ ନିଆଯାଇଥିବା ବୈଠକରେ ନିଷ୍ପତ୍ତି ଅନୁସାରେ ଶିକ୍ଷାବର୍ଷ 2019-20 ଠାରୁ ବିଶ୍ଵବିଦ୍ୟାଳୟରେ ଏମ୍ ଫିଲ୍ ଓ ପିଏଚଡି ପାଇଁ ଗୋଟିଏ ଏଣ୍ଟ୍ରାନ୍ସ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ଅନ୍ୟ ଏକ ନିଷ୍ପତ୍ତି ଅନୁସାରେ ରାଜ୍ୟରେ କିଛି ବଛା ବଛା ଡିଗ୍ରୀ କଲେଜରେ ପିପିପି ମୋଡରେ ଯୋଗ, ଫେଶନ ଡିଜାଇନିଙ୍ଗ ଓ ଡିଜାବିଲିଟି ଷ୍ଟଡିଜ ପାଠ୍ୟକ୍ରମ ଚଳିତ ଶିକ୍ଷାବର୍ଷରୁ ଲାଗୁ କରିବାକୁ ଅନୁମତି ପ୍ରଦାନ କରାଯାଇଛି ।

+3 ପାଠ୍ୟକ୍ରମରେ ସାମିଲ ହେଇଥିବା ଏହି ସବୁ ନୂଆ କୋର୍ସ ପାଇଁ କଲେଜମାନେ କୌଣସି ଅନୁଷ୍ଠାନ ବା କମ୍ପାନୀର ସହାୟତାରେ ଏବଂ ଛାତ୍ରଛାତ୍ରୀଙ୍କ ଠାରୁ ନିର୍ଦ୍ଧାରିତ ଫି’ ନେଇ ପିପିପି ମୋଡ୍ ରେ ଏହି ସବୁ ପାଠ୍ୟକ୍ରମ ପ୍ରଚଳନ କରିପାରିବେ।ତେବେ କେଉଁ କେଉଁ ଡିଗ୍ରୀ କଲେଜରେ ଏହି ସବୁ ପାଠ୍ୟକ୍ରମ ଉପଲବ୍ଧ ଅଛି ତାହାର ତାଲିକା ବିଶ୍ୱବିଦ୍ୟାଳୟ ତରଫରୁ ପ୍ରକାଶିତ କରାଯାଇ ନାହିଁ । ଏହାସହିତ ସମସ୍ତ ରାଜ୍ୟରେ ଡିଗ୍ରୀ କଲେଜ ମାନଙ୍କରେ ଏକ ପ୍ରକାରର ସିଲାବସ ପ୍ରଚାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁସାରେ +2 ବିଜ୍ଞାନ ପରୀକ୍ଷା ଫଳାଫଳ ଜୁନ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ। ଏହା ପରେପରେ +2 କଳା ଓ ବାଣିଜ୍ୟ ବିଭାଗର ଫଳାଫଳ ପ୍ରକାଶ ପାଇବା ପରେ +3 ପାଠ୍ୟକ୍ରମ ପାଇଁ ନାମଲେଖା ଆରମ୍ଭ ହେବ ।

କ୍ୟାରିୟର ମାର୍କ

ପୂର୍ବରୁ ପିଏଚଡି ଓ ଏମ୍ ଫିଲ ନିମନ୍ତେ ନିଜ ନିଜ ବିଭାଗ ଅଧୀନରେ ପରୀକ୍ଷା ହେଉଥିଲା । ତେବେ ଏଥର ଉଭୟ ପରୀକ୍ଷା ପାଇଁ ଗୋଟିଏ ଏଣ୍ଟ୍ରାନ୍ସ ପରୀକ୍ଷା ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି ପରୀକ୍ଷା ପରି ଏମ୍ ଫିଲ ଓ ପିଏଚଡି ପଢିବା ପାଇଁ ଛାତ୍ରଛାତ୍ରୀମାନେ ଓଏମଆର ଶିଟ୍ ରେ ପରୀକ୍ଷା ଦେବେ। ପୂର୍ବରୁ ପିଏଚଡି ଓ ଏମ୍ ଫିଲ ପରୀକ୍ଷା ପାଇଁ କ୍ୟାରିୟରର 40 ପ୍ରତିଶତ, ପ୍ରବେଶିକା ପାଇଁ 40 ପ୍ରତିଶତ ଓ ସାକ୍ଷାତକାର ର 20 ପ୍ରତିଶତ ନେଇ ନାମଲେଖା ଯାଉଥିଲା । ତେବେ ଚଳିତ ବର୍ଷା ଠାରୁ କ୍ୟାରିୟରର 30 ଓ ଏଣ୍ଟ୍ରାନ୍ସ ପରୀକ୍ଷାର 70 ପ୍ରତିଶତ ନେଇ ଏହିସବୁ ଶିକ୍ଷାକ୍ରମ ପାଇଁ ବିଦ୍ୟାର୍ଥୀ ମନୋନଯନ କରାଯିବ ।

ଚଳିତ ବର୍ଷ ନିଷ୍ପତ୍ତି ନିଆଯାଇଛି ଯେ 2019-20 ଶିକ୍ଷାବର୍ଷରେ ନାମ ଲେଖାଉଥିବା ଛାତ୍ରମାନେ ପିଏଚଡି ଶେଷ କରବା ପାଇଁ ସର୍ବାଧିକ 6 ବର୍ଷ ଓ ଛାତ୍ରୀମାନେ ସର୍ବାଧିକ 8 ବର୍ଷ ସମୟ ପାଇବେ ।

ଚଳିତ ବର୍ଷ ପରୀକ୍ଷା ପଦ୍ଧତିରେ ସଂସ୍କାର ଅଣାଯାଇ ବିଶ୍ଵ ବିଦ୍ୟାଳୟ ପିଜି ପରୀକ୍ଷା ପଦ୍ଧତିକୁ ସଂପୂର୍ଣ୍ଣ ଭାବେ ଅନଲାଇନ କରାଯାଇଛି । ଅନଲାଇନରେ ଆବେଦନ ପ୍ରକ୍ରିୟା ମେ’ 30 ଯାଏଁ ଚାଲିବ ଓ ଜୁନ 20 ତାରିଖରେ ସମସ୍ତ ବିଷୟ (ପିଜି ଓ ସେଲ୍ଫ ଫାଇନାନ୍ସିଙ୍ଗ ବିଷୟ) ପାଇଁ ଏଣ୍ଟ୍ରାନ୍ସ ପରୀକ୍ଷା ହେବ । ସମସ୍ତ ପରୀକ୍ଷା ଇଞ୍ଜିୟରିଙ୍ଗ ଏଣ୍ଟ୍ରାନ୍ସ ଭଳି ଓଏମାର ଶିଟ୍ ରେ ହେବ ।

ପରୀକ୍ଷାରେ ସର୍ବମୋଟ 100ଟି ପ୍ରଶ୍ନ ରହିବ ଯାହାକୁ 90 ମିନିଟରେ ଉତ୍ତର ଦେବାକୁ ପଡିବ । ପ୍ରତ୍ଯେକ ଠିକ ଉତ୍ତର ପାଇଁ 1 ନମ୍ବର ମିଳିବ ଓ ସେହିପରି ପ୍ରତ୍ଯେକ ଭୁଲ ଉତ୍ତର ପାଇଁ 0.25 ମାର୍କ କଟିଯିବ । ଅର୍ଥାତ ଚାରୋଟି ଭୁଲ ଉତ୍ତର ପାଇଁ ଏକ ନମ୍ବର କଟିବ ।

#competitveexam #exampreparation #GrraduateCourses

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon