• ବେତାର ବ୍ୟୁରୋ

ଜୁନ ମାସରେ ଘରକୁ ଫେରିବେ ଜଗା-ବଳିଆ ଭାଇ


(ବେତାର ବ୍ୟୁରୋ) ଯୋଡା ହେଇଥିବା ମୁଣ୍ଡ ନେଇ ଜନ୍ମ ହେଇଥିବା ଦୁଇ ଶିଶୁ ଜଗା-ବଳିଆ ଖୁବ ଶୀଘ୍ର ଅଲଗା ହେଇ ଓଡିଶା ଫେରିବେ ବୋଲି ଜଣା ପଡିଛି । ଦୁହେଁ ବର୍ତ୍ତମାନ ଦିଲ୍ଲୀସ୍ଥିତ ଏମ୍ସ ଠାରେ ପ୍ରାଇଭେଟ ୱାର୍ଡରେ ରହୁଛନ୍ତି ।

ଏହି ଦୁଇ ଯାଆଁଳା ଭାଇଙ୍କ ଅପରେସନ 2017 ମସିହାରେ ହେଇଥିଲା । ସେତେବଳକୁ ଉଭୟଙ୍କୁ ଦୁଇ ବର୍ଷ ହେଇଥିଲା। ବର୍ତ୍ତମାନ ଉଭୟଙ୍କୁ ଚାରି ବର୍ଷ ଚାଲିଛି । ଅସ୍ତ୍ରୋପଚାର ପରେ ଦୁହିଙ୍କ ଶରୀରରେ ରକ୍ତ ପ୍ରବାହ ଠିକ ଭାବେ ହେଉଛି କି ନାହିଁ ସେ ବିଷୟରେ ପରୀକ୍ଷାଅନିରୀକ୍ଷା କରିବାକୁ ଡାକ୍ତର ଉଭଯଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ଠାରେ ରଖିଥିଲେ ।

ବଳିଆ ଓଜନ ବଢୁଛି

ଏକ ଜାତୀୟ ଇଂରାଜୀ ଗଣମଧ୍ୟରୁ ମିଳିଥିବା ଖବର ଅନୁଯାୟୀ ବର୍ତ୍ତମାନ ଜାଗା ସୁସ୍ଥ ଅଛି ଓ ସ୍କୁଲ ଯିବା ପାଇଁ ପ୍ରସ୍ତୁତ । ତେବେ ବଳିଆର ସ୍ୱାସ୍ଥ୍ୟ ଅବସ୍ଥାରେ ସେତେଟା ଉନ୍ନତି ଆସିନୀ । ବଳିଆର ଓଜନ ବଢିଯାଇଛି ଓ ତାକୁ ତରଳ ଖାଦ୍ୟ ନାକ ବାଟେ ଦିଆଯାଉଛି । ତେବେ ଦୁଇ ଭାଇ ଏବେ ଓଡିଶା ଫେରିପାରିବେ ବୋଲି ଡାକ୍ତରମାନେ ମତାମତ ଦେବା ପରେ ସେମାନଙ୍କୁ ଜୁନ ମାସରେ ଓଡିଶା ଆଣିବାର ବନ୍ଦୋବସ୍ତ କରାଯାଉଛି ।

ମେଡିକାଲ ବିଜ୍ଞାନ ଅନୁସାରେ ପ୍ରାୟ ଅଢେଇ କୋଟିରେ ଗୋଟିଏ କ୍ଷେତ୍ରରେ ମୁଣ୍ଡ ଯୋଡା ହେଇଥିବା ଯମଜ ଶିଶୁ ଜନ୍ମ ନିଅନ୍ତି । ସେଥିମଧ୍ୟରୁ ମସ୍ତିସ୍କରୁ ଫୁସଫୁସ ଯାଏଁ ଯଦି ଦୁଇଟି ଶରୀର ପାଇଆନ ଗୋଟିଏ ଧମନୀ ରହିଥାଏ ତାହା ଅତ୍ୟନ୍ତ ବିରଳ ।ଜଗାବଳିଆଙ୍କ କ୍ଷେତ୍ରରେ ତାହା ହିଁ ହେଇଥିଲା ।

ଗତ ବର୍ଷ ଦୁହେଁ ଓଡିଶା ଫେରିବାର ଖବର ଆସୁଥିଲା । ଗତବର୍ଷ ଠାରୁ ଜଗା ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ ବି ବଳିଆର ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିଲା । ତାକୁ ବିଭିନ୍ନ ସମୟରେ ଜ୍ୱର ହେଉଥିଲା । ଏହି ଖବର ଜଣାପଡ଼ିବା ପରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଓଡ଼ିଶାରୁ ଏକ ଡାକ୍ତରୀ ଟିମ ଧରି ଦିଲ୍ଲୀ ଯାଇଥିଲେ । ସେଠାରେ ଏମ୍ସ ଡାକ୍ତରଙ୍କ ସହ ଆଲୋଚନା ପରେ ବଳିଆ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ଆଉ କିଛିଦିନ ରଖିବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଥିଲେ । ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ଏମସ କତୃପକ୍ଷ ସହମତ ହୋଇଥିଲେ ।

#Jagabalia #HumanInterest

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon