• ବେତାର ବ୍ୟୁରୋ

ଗୋପାଳପୁରରେ ଟାଟାର ଚା' ପ୍ୟାକେଜିଙ୍ଗ କେନ୍ଦ୍ର ଶିଳାନ୍ୟାସ; ଏତିକି ହେବ ନିଯୁକ୍ତି


(ବେତାର ବ୍ୟୁରୋ) ଟାଟା କମ୍ପାନୀର ଅଧିନସ୍ଥ କମ୍ପାନୀ ଟାଟା ଗ୍ଲୋବାଲ ବେଭରେଜ କମ୍ପାନୀ ଏହାର ଚା' ପ୍ୟାକେଜିଙ୍ଗ ୟୁନିଟ କେନ୍ଦ୍ରର ଶିଳାନ୍ୟାସ ଗୁରୁବାର ଗଞ୍ଜାମର ଗୋପାଳପୁର ଶିଳ୍ପାଞ୍ଚଳ ନିକଟରେ କରିଛି । କମ୍ପାନୀ ଏଥିରେ 100 କୋଟି ନିବେଶ କରିବା ସହିତ ପାଖପ୍ଖି 650 ଜଣକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ଦେବ ବୋଲି ଦାବି କରିଛି ।

ବର୍ଷକୁ 36 ମିଲିୟନ ଟନ ଚା' ଗୁଣ୍ଡ ପ୍ୟାକେଜିଙ୍ଗ କ୍ଷମତା ବିଶିଷ୍ଟ ଏହି କେନ୍ଦ୍ରର ନିର୍ମାଣ କାମ 2020 ସୁଦ୍ଧା ଶେଷ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି ।

ଟାଟା ଟି' (Tata Tea) ବ୍ରାଣ୍ଡରେ ଟାଟା ଟି' ଗୋଲ୍ଡ, ଟେଟଲି ଗ୍ରୀନ ଟି' ଇତ୍ୟାଦି ପ୍ରମୁଖ ଭାବେ ଭାରତରେ ଜଣାଶୁଣା ।

ଗୋପାଳପୁର ଶିଳ୍ପ ପାର୍କ

ଏହି କେନ୍ଦ୍ରଟି ଗୋପାଳପୁର ଶିଳ୍ପ ପାର୍କରେ କାର୍ଯ୍ୟକ୍ଷମ ହେବ । ଗୋପାଳପୁର ଶିଳ୍ପ ପାର୍କ ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଅବସ୍ଥିତ ଓ ଭୁବନେଶ୍ୱରଠାରୁ ଏଠାରେ ପହଂଚିବାର ସମୟ ହେଉଛି ମାତ୍ର ୨ ଘଂଟା । ସମସ୍ତ ପ୍ରକାର ଭିତିଭୂମି, ବହୁବିଧ-ମୋଡ଼ାଲ ଲିଜିଷ୍ଟିକ ଯୋଗାଯୋଗ, ପରିବେଶ ଅନୁମତି, ପ୍ରାଞ୍ଜଳ ଜମି ଶିରୋନାମା ସହିତ ଗୋପାଳପୁର ଭାରତର ଏକ ପସନ୍ଦଯୋଗ୍ୟ ପୁଞ୍ଜିଲଗାଣ ସ୍ଥାନ ଭାବେ ଉଭା ହୋଇଛି ।

ଘରୋଇ ବାଣିଜ୍ୟ ଶୁଳ୍କ ଅଂଚଳ ହୋଇଥିବାରୁ ଭାରତ ବଜାରରେ ବହୁବିଧ କ୍ଲଷ୍ଟର ଷ୍ଟିଲ ଓ ମେଟାଲ ଡାଉନଷ୍ଟ୍ରିମ, ରସାୟନ, ଖାଦ୍ୟ ପ୍ରକ୍ରିୟାକରଣ, ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ ବିନିର୍ମାଣ, ପୋଷାକ ଓ ଲଜିଷ୍ଟିକ୍ କ୍ଷେତ୍ରରେ ପୁଞ୍ଜିଲଗାଣ ପାଇଁ ଲକ୍ଷ୍ୟ ରଖିଥିବା କ୍ଷୁଦ୍ର, ଲଘୁ, ମଧ୍ୟମ ଓ ବୃହତ କମ୍ପାନୀ ପାଇଁ ଏହା ଏକ ଆଦର୍ଶ ସ୍ଥାନ ହୋଇପାରିଛି ।

ଟାଟା ଷ୍ଟିଲର ପ୍ରମୁଖ ପୁଞ୍ଜି ବିନିଯୋଗ ଫେରୋକ୍ରୋମ କାରଖାନା ସହିତ ବର୍ତମାନ ଏଠାରେ ୩ଟି କମ୍ପାନୀ କାର୍ଯ୍ୟ କରୁଥିବାବେଳେ ୬ଟି ପୁଞ୍ଜିଲଗାଣକାରୀ କମ୍ପାନୀ ଏଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ବିଭିନ୍ନ ସ୍ତରରେ ଅନୁମୋଦନକୁ ଅପେକ୍ଷା କରିଛନ୍ତି ।

ଟାଟା ଷ୍ଟିଲ ସ୍ପେଶିଆଲ ଇକୋନୋମିକ ଜୋନ ଲିମିଟେଡ ଦେଶ ଓ ବିଦେଶର ଅନ୍ୟ ସମ୍ଭାବ୍ୟ ପୁଞ୍ଜିଲଗାଣକାରୀ ସଂସ୍ଥାଙ୍କ ସହ ସମ୍ପର୍କରେ ଥିବାବେଳେ ଖୁବ ଶୀଘ ଆଉ କିଛି କମ୍ପାନୀ ସହ ଚୁକ୍ତି ସ୍ୱାକ୍ଷର କରିବାର ଯୋଜନା ରହିଛି ।

#Jobs #OdishaJobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon