- ବେତାର ବ୍ୟୁରୋ
ଜୋତା, ଚପଲ ବାରମ୍ବାର ଛିଣ୍ଡୁଛି କି? ଜାଣନ୍ତୁ ଜ୍ୟୋତିଷ ପ୍ରତିକାର

(ବେତାର ବ୍ୟୁରୋ) ଅନେକ ସମୟରେ ଆପଣ ଅନୁଭବ କରିଥିବେ ବା ଆଉ କାହାଠୁ ଶୁଣିଥିବେ ନୂଆ କିଣିବାର ଅଳ୍ପ କିଛି ଦିନ ଭିତରେ ଜୋତା ବ ଚପଲ ଛିଣ୍ଡି ଯାଇଥିବ କିମ୍ବା ଚୋରୀ ହେଇଥିବ । ଏମିତି ତ ଜୋତା, ଚପଲ ଛିଣ୍ଡିବା ବା ଚୋରି ହେବା ଏକ ସାଧାରଣ କଥା। ତେବେ ଏପରି ମଧ୍ୟ ହୋଇଥାଏ ଯେ ଦାମୀ ଜୋତା ଛିଣ୍ଡିଯାଉଥିବା ବେଳେ ଅନ୍ୟ କାହାର ଶସ୍ତା ଜୋତା ଅଧିକ ଦିନ ଯାଏ ।
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ଚୋରି ହେବା ବା ଛିଣ୍ଡିବା କିଛି ଅଲଗା କଥା ସୂଚାଇ ଥାଏ।
କୁହାଯାଏ ଯେ, ଯଦି ଶନିବାର ଦିନ ଜୋତା ବା ଚପଲ ଚୋରି ହୋଇଯାଏ, ତାହାଲେ ଶନି ଦଶା କଟିଯାଇଥାଏ।
ଶନିଙ୍କ ନଜର
ଜୋତିଷ ଶାସ୍ତ୍ର ଅନୁସାରେ ଶରୀରର ପ୍ରତ୍ୟେକ ଅଙ୍ଗ କୌଣିସ ନା କୌଣସି ଗ୍ରହଙ୍କ ସହ ସମ୍ବନ୍ଧିତ ଥାଏ। ଆମର ପାଦ ଏବଂ ତ୍ୱଚାରେ ଶନି ବାସ କରୁଥିବା କୁହାଯାଏ। ଶନିଙ୍କୁ ସବୁଠାରୁ କ୍ରୃର ଗ୍ରହ ବୋଲି କୁହାଯାଏ।
ଶନି ଯାହାଙ୍କୁ ଖରାପ ନଜରରେ ଦେଖିଥାନ୍ତି, ସେ ଜୀବନରେ ବହୁତ କଠିନ ପରିସ୍ଥିତିର ସମ୍ମୁଖିନ ହୋଇଥାନ୍ତି।
ଶନିଙ୍କୁ ଶାନ୍ତ କରିବାକୁ ଲୋକେ ଅନେକ ଉପାୟ ଅବଲମ୍ବନ କରିଥାନ୍ତି।
ଯେହେତୁ ଶନି ଆମ ପାଦ ଏବଂ ତ୍ୱଚାରେ ଅବସ୍ଥାନ କରିଥାନ୍ତି, ତେଣୁ ଏହି ସମ୍ବନ୍ଧିତ ବସ୍ତୁ ଦାନ କରିବା ଭଲ ବୋଲି କୁହାଯାଇଥାଏ।
ଯଦି କୌଣସି ବ୍ୟକ୍ତିଙ୍କର କୁଣ୍ଡଳୀରେ ଶନି ଦୋଷ ରହିଛି, ତାହାଲେ ଶନିବାର ଜୋତା ବା ଚପଲ ଦାନ କରିବା ଦ୍ୱାରା ଶନି ଦୋଷ କଟିଥାଏ ବୋଲି ବିଶ୍ୱାସ ରହିଛି। ଯଦି ଜୋତା ବା ଚପଲ ମନକୁ ମନ ଚୋରି ହୋଇଯାଏ, ତାହାଲେ ତାହା ବହୁତ ଶୁଭ ହୋଇଥାଏ। ତେବେ ଏହି ଚୋରୀ ଶନିବାର କିମ୍ବା ଅମାବାସ୍ୟାରେ ହେଲେ ଭଲ । ଏହା ଦ୍ୱାରା ଶନି ଦୋଷ କଟିଥାଏ ବୋଲି ବିଶ୍ୱାସ କରାଯାଏ।
ତେବେ ଜୋତା ବାରମ୍ବାର ଛିଣ୍ଡିବା ଅଶୁଭ ଓ ଆଗକୁ ବିପଦ ବା ବିରକ୍ତିର କାରଣ ହେଇଥାଏ ,। ଏଥିପାଇଁ ଶନିବାର କୁଷ୍ଠରୋଗୀକୁ ଖାଦ୍ୟ ବା କଳା କୁକୁର କୁ ରୁଟି, ବିସ୍କୁଟ, ବଳକା ଆମିଷ ଖାଦ୍ୟ ଦାନ କରନ୍ତୁ । ଜୋତାକୁ ସଫସୁତୁରା ରଖନ୍ତୁ ।