• ବେତାର ବ୍ୟୁରୋ

ବିଶ୍ଵାସ କରିହେବନି! ପୁରସ୍କାର ଅର୍ଥରାଶି ଅନୁସାରେ ଏତିକି ସ୍ଥାନରେ କ୍ରିକେଟ ବିଶ୍ଵକପ


(ବେତାର ବ୍ୟୁରୋ) ବିଶ୍ଵର ବଡ ବଡ କ୍ରୀଡା ଟୁର୍ଣ୍ଣାମେଣ୍ଟ ବିଶ୍ଵକ୍ରୀଡାପ୍ରେମୀଙ୍କ ମନୋରଞ୍ଜନ କରିବା ସହିତ ପୁରସ୍କାର ଅର୍ଥ ଦେଇ ବିଜେତା ଓ ରନର୍ସ ଅପ ଦଳକୁ ମାଲାମାଲ କରିଥାନ୍ତି । ଜାଣିଛନ୍ତି କି କ୍ରିକେଟ ବିଶ୍ଵ କପର ପୁରସ୍କାର ରାଶି ବିଷୟରେ ?

କ୍ରିକେଟର ମହାକୁମ୍ଭ ଆଇସିସି ବିଶ୍ୱକପ୍‌ ଗୁରୁବାରଠାରୁ ଆରମ୍ଭ ହୋଇଯାଇଛି। ପ୍ରତି ୪ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏହି ମେଗା ଇଭେଣ୍ଟ ବିଶ୍ୱର ଲୋକପ୍ରିୟ କ୍ରୀଡ଼ା ମଧ୍ୟରୁ ଅନ୍ୟତମ।

ଚଳିତବର୍ଷ କ୍ରିକେଟ ବିଶ୍ୱକପ୍‌ର ମୋଟ୍‌ ପୁରସ୍କାର ରାଶି ୧୦ ମିଲିୟନ ଆମେରିକୀୟ ଡଲାର ରହିଛି, ଯାହାକି ଭାରତୀୟ ମୁଦ୍ରାରେ ପାଖାପାଖି ୬୯.୮ କୋଟି ଟଙ୍କା ହେବ। ୪୬ ଦିନ ଧରି ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟର ଚାମ୍ପିୟନ ଓ ରନର୍ସଅପ୍‌ ଦଳକୁ ଯଥାକ୍ରମେ ୪ (ଭାରତୀୟ ମୁଦ୍ରାରେ ୨୭.୯ କୋଟି) ଓ ୨ (ଭାରତୀୟ ମୁଦ୍ରାରେ ୧୩.୯ କୋଟି)ମିଲିୟନ ଡଲାର ପ୍ରଦାନ କରାଯିବ।

ସେହିଭଳି ସେମିଫାଇନାଲରେ ପରାସ୍ତ ହୋଇଥିବା ଦଳ ୮ ଲକ୍ଷ ଡଲାର (ଭାରତୀୟ ମୁଦ୍ରାରେ ୫.୫୯ କୋଟି) ପାଇବେ।

ଏହା ଆଇପିଏଲ ରାଶିଠୁ ନିଶ୍ଚିତ ଭାବେ ଅଧିକ । ଆଇପିଏଲ ସମୁଦାୟ ୭.୨ ମିଲିୟନ ଡଲାର, ଭାରତୀୟ ମୁଦ୍ରାରେ ପ୍ରାୟ ୫୦ କୋଟି । ତେବେ ଷ୍ଟାଡିୟମ ଟିକେଟ ବିକ୍ରି ଓ ଟିଭି ପ୍ରସାରଣ ଅଧିକାର ଅର୍ଥ ମଧ୍ୟ ଟିମକୁ ଯାଇଥାଏ ।

କିନ୍ତୁ ବିଶ୍ୱକପ୍‌ର ମୋଟ୍‌ ପୁରସ୍କାର ରାଶି ଉପରେ ନଜର ପକାଇଲେ ଏହା ବିଶ୍ୱର ଅନ୍ୟ କ୍ରୀଡ଼ା ପ୍ରତିଯୋଗିତାଠାରୁ ପଛରେ ରହିବା ଏକପ୍ରକାର ନିଃଶ୍ଚିତ। ବିଶ୍ଵର ଅନେକ ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ ଯଥା ଗଲ୍ଫ, ଘୋଡାଦୌଡ, କାର ରେସିଙ୍ଗ, ବାସ୍କେଟ ବଲ ଓ ବକ୍ସିଙ୍ଗ କ୍ଷେତ୍ରରେ କ୍ରିକେଟ ଠାରୁ ବହୁ ଅଧିକ ଅର୍ଥରାଶି ପୁରସ୍କାର ବାବଦକୁ ମିଳିଥାଏ ।

କ୍ରିକେଟ ବିଶ୍ଵକପସେହି ହିସାବରେ ଦେଖିବାକୁ ଗଲେ 10 ନମ୍ବର ସ୍ଥାନରେ ରହିଛି ।

ବହୁତ ଅର୍ଥରାଶି

ଦୁବାଇର ପ୍ରସିଦ୍ଧ ଘୋଡା ଦୌଡରେ ସମୁଦାୟ ପୁରସ୍କାର ରାଶି 27.2 ମିଲିୟନ ଡଲାର (190 କୋଟି ଟଙ୍କା) , ଫେଡଏକ୍ସ ଗଲ୍ଫ ଟୁର୍ଣ୍ଣାମେଣ୍ଟରେ 35 ମିଲିୟନ ଡଲାର (240 କୋଟି ଟଙ୍କା), ୟୁଏସ ଓପନ ଟେନିସ ଟୁର୍ଣ୍ଣାମେଣ୍ଟରେ 41 ମିଲିୟନ ଡଲାର (287 କୋଟି ଟଙ୍କା) ମିଳିଥାଏ । ଏହି ତାଲିକାରେ ଦୁଇ ନମ୍ବର ସ୍ଥାନରେ ଥିବା ଫର୍ମୁଲା ୱାନ କାର ରେସିଙ୍ଗରେ ମିଳିଥାଏ 700 ମିଲିୟାନ ଡଲାର ପୁରସ୍କାର ରାଶି ଯାହା ଭାରତୀୟ ମୁଦ୍ରାରେ ପ୍ରାୟ 4,900 କୋଟି ଟଙ୍କା ହେବ ।

ସେହିପରି ଏକ ନମ୍ବର ତାଲିକାରେ UEFA ଫୁଟବଲ ଚମ୍ପିୟାନଶିପ ରହିଛି ଯାହାର ଅର୍ଥ ରାଶି ଫୁଟବଲ ୱାର୍ଡକପ ଠାରୁ ମଧ୍ୟ ଅଧିକ ।

ଫିଫା ବିଶ୍ୱକପ୍‌, ୨୦୧୮ ଫିଫା ବିଶ୍ୱକପ୍‌ରେ ୪୦୦ ମିଲିୟନ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୨,୭୯୫ କୋଟି ପାଖାପାଖି) ପୁରସ୍କାର ରାଶି ଆକାରରେ ପ୍ରଦାନ କରାଯାଇଥିଲା।

UEFA ଫୁଟବଲ ଚମ୍ପିୟାନଶିପରେ ଚଳିତ ବର୍ଷ ପାଇଁ ରେକର୍ଡ 2 ବିଲିୟନ ୟୁରୋ ଘୋଷଣା କରାହେଇଛି, ଯାହା ଭାରତୀୟ ମୁଦ୍ରାରେ ପାଖାପାଖି 16,000 କୋଟି ଟଙ୍କା ହେବ । ଏହି ଟୁର୍ଣ୍ଣାମେଣ୍ଟରେ ପୁରସ୍କାର ରାଶି ଅଧିକ ହେବାର କାରଣ ହେଉଛି ଏଥିରେ କ୍ଵାଲିଫାଇଙ୍ଗ ପର୍ଯ୍ୟାୟ ଠାରୁ ଆରମ୍ଭ କରି ଫିନାଲ ମ୍ୟାଚ ଯାଏଁ ସବୁ ଟିମ କୁ କିଛି ନା କିଛି ମିଳିଥାଏ । ଚଳିତ ବର୍ଷ ବିଜେତା ଟିମ୍ 19 ମିଲିୟନ ୟୁରୋ (152 କୋଟି ଟଙ୍କା)ପାଇବେ ବୋଲି ଘୋଷଣା ହେଇଛି ।

#Cricket #worldcup2019

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon