• ବେତାର ବ୍ୟୁରୋ)

ଗାୟିକାଙ୍କୁ ଅସଦାଚରଣ ମାମଲାରେ ବହିଷ୍କୃତ ଅନୁ ମଲିକ ପୁଣି ଫେରିବେ ଇଣ୍ଡିଆନ ଆଇଡଲକୁ  !


(ବେତାର ବ୍ୟୁରୋ) ନବାଗତ ଗାୟିକା ମାନନୁ ଗୀତ ଗାଇବାକୁ ସୁଯୋଗ ବଦଳରେ କିସ କରିବା , ଆଲିଙ୍ଗନ କରିବା ପାଇଁ ଚେଷ୍ଟା କରିବା ଘଟଣାରେ ଗତବର୍ଷ ଇଣ୍ଡିଆନ ଆଇଡଲ 10ମ ସଂସ୍କରଣ ପ୍ରତିଯୋଗୀତାରେ ବିଚାରକ ପଦବୀରୁ ଏକ ରକମ ବହିଷ୍କୃତ ହେଇଥିଲେ ବଲିଉଡ ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ । ତେବେ ସେ ପୁନର୍ବାର ଏହି ଶୋ’ କୁ ଫେରୁଛନ୍ତି ।

ବଲିଉଡ ଖବର ଉପସ୍ଥାପନ କରୁଥିବା SpotboyE ଏକ ରିପୋର୍ଟରେ ଉଲ୍ଲେଖ କରିଛି ଯେ ଏ ନେଇ ଉଭୟ ଅନୁ ମଲିକ ଓ ସୋନି ଚାନେଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ଚାଲିଛି । ସେ ଏହାପରେ ଫେରିପାରନ୍ତି ।

ତେବେ ANI ଖବର ସଂସ୍ଥାକୁ ଏକ ଫୋନ ସାକ୍ଷାତକାରରେ ଶ୍ରୀ ମଲିକ କହିଛନ୍ତି ଯେ ସେ ଏ ବିଷୟରେ କିଛି କହିପାରିବେ ନାହିଁ । ତେବେ ଏଯାଏ କିନ୍ତୁ ଇଣ୍ଡିଆନ ଆଇଡଲର ଏକାଦଶ ସଂସ୍କରଣ ପାଇଁ ପ୍ରସାରଣ ସମୟ ନିର୍ଦ୍ଧାରଣ ହୋଇପାରିନାହିଁ।

କଣ ହେଇଥିଲା ଘଟଣା

ଗତ ବର୍ଷ #MeToo ମାମଲାରେ ଚାରିଆଡେ ଜୋରସୋରରେ ଚାଲିଥିବା ବେଳେ କଣ୍ଠଶିଳ୍ପୀ ଶ୍ୱେତା ପଣ୍ଡିତ ଅନୁ ମଲିକଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିବା ପରେ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା।

ଶ୍ୱେତା କହିଥିଲେ ତାଙ୍କୁ ୧୫ ବର୍ଷ ହୋଇଥିବାବେଳେ ସେ ଅନୁଙ୍କ ଷ୍ଟୂଡିଓକୁ ଗୀତା ରେକର୍ଡ କରିବାକୁ ଯାଇଥିଲେ । ଅନୁଙ୍କ ସହିତ ତାଙ୍କର ପାରିବାରିକ ସମ୍ବନ୍ଧ ଥିବାରୁ ସେ ଏକା ସେଠିକି ଯାଇଥିଲେ । ସେଠାରେ ଅନୁ ତାଙ୍କୁ ଗୀତ ଗାଇବାକୁ ସୁଜୋଡ ଦେବା ସହିତ ଏକ କିସ ଦିଅ ବୋଲି କହିଥିଲେ । ଏହାପରେ ଶ୍ଵେତା ସେଠାରୁ କାନ୍ଦି କାନ୍ଦି ପଳାଇ ଆସିଥିଲେ ।

ଏହାପରେ ଅନ୍ୟମାନେ ମଧ୍ୟ ଅନୁରୂପ ଅଭିଯୋଗ ଆଣିଥିଲେ। ଗାୟିକା ସୋନା ମହାପାତ୍ର ମଧ୍ୟ ଅନୁ ମଲ୍ଲିକଙ୍କ ନାମରେ ସେହିପରି ଅଭିଯୋଗ ଆଣିଥିଲେ ।

ଏପରି ଅଭିଯୋଗ ଆସିବାପରେ ଅନୁଙ୍କୁ ସିଜିନ୍‌ ଅଧାରୁ ହିଁ ଏକପ୍ରକାର ବାହାର କରିଦିଆଯାଇଥିଲା। ଏହାପରେ ସୋନୁ ନିଗମ ଏବଂ ସମୀର ଅଞ୍ଜାନ୍‌ ତାଙ୍କ ସମର୍ଥନରେ ବାହାରିଥିଲେ।

ଅବଶ୍ୟ ଅନୁ ମଲ୍ଲିକଙ୍କ ନାମରେ କୌଣସି ପୁଲିସ ଏଫଆଇଆର ବା କେସ ଦାଖଲ ହେଇ ନାହିଁ । ସେ ଏପରି ଘଟଣାକୁ ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି ।

#Bollywood #MeToo #AnuMallik

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon