• ବେତାର ବ୍ୟୁରୋ

ଜାଣନ୍ତୁ : ଖରାଦିନେ ଥଣ୍ଡାର ଲକ୍ଷଣ ଓ ଘରୋଇ ଉପଚାର


(ବେତାର ବ୍ୟୁରୋ) ଖରାଦିନେ ଥଣ୍ଡା ଧରିବା ଏକ ସାଧାରଣ କଥା। ମାତ୍ର ଖରାଦିନେ ହେଉଥିବା ଥଣ୍ଡା ଶୀତଦିନ ଅପେକ୍ଷା ଅଧିକ କଷ୍ଟଦାୟକ। କାରଣ ଖରାଦିନେ ଥଣ୍ଡାହେଲେ ପେଟ ଖରାପ ହେବା ସହ ଲଗାତର ଛିଙ୍କ ଏବଂ କାଶ ହେବାର ସମ୍ଭାବନା ରହିଥାଏ। ଏହିଦିନେ ଥଣ୍ଡା ଉପଚାର ପାଇ ଗରମ ଖାଦ୍ୟ ଖାଇଲେ ପେଟ ଖରାପ ହୁଏ ଓ ସେହିପରି ଥଣ୍ଡା ଖାଦ୍ୟ ଖାଇଲେ ତାହା କଫ ଓ ଥଣ୍ଡାକୁ ଅଧିକ ବଢାଇବାରେ ସାହାଯ୍ୟ କରେ ।

ଖରାଦିନେ ଥଣ୍ଡା ହେଲେ କାଶ, କଫ ହେବା ସହିତ ଛିଙ୍କ ଆସିବା, ସିଙ୍ଘାଣି ବାହାରିବା ଓ ତଣ୍ଟି ପାଖରେ କୁଣ୍ଡେଇ ହେଲା ଭଳି ଲାଗିଥାଏ । ଯଦି ଏହିସବୁ ଲକ୍ଷଣ ଦେଖାଦେଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ସହିତ ଓ ଥଣ୍ଡା ପାଇଁ ଆବଶ୍ଯକୀୟ ଭିଟାମିନ ଓ ଆଣ୍ଟିବାୟୋଟିକ ନେବା ଜରୁରୀ ।

ତେବେ ଖରାଦିନେ ଥଣ୍ଡା ହେଲେ ଏହା ରୋଗ ପ୍ରତିରୋଧ ଶକ୍ତିକୁ ପ୍ରଭାବିତ କରିଥାଏ । କେତେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ୱେବ୍ସାଇଟ ଅନୁସାରେ ଖରାଦିନେ ଥଣ୍ଡା ହେଲେ ପ୍ରଚୁର ପାଣି ଓ ଯଥେଷ୍ଟ ବିଶ୍ରାମ ଆବଶ୍ୟକ ।

ତେବେ ଖରାଦିନେ ଥଣ୍ଡା ହେଲେ କେତୋଟି ଘରୋଇ ଉପାୟରେ ମଧ୍ୟ ଆମେ ଏଥିରୁ ଉପଶମ ପାଇପାରିବା। ଆସନ୍ତୁ ଜାଣିବା ସେଗୁଡିକ ବିଷୟରେ ।

ସେଓ: ଏକ କପ୍‌ ପାଣିରେ ଏକ ଚାମଚ ସେଓ ଜୁସ୍‌, ଭିନେଗାର, ଚିନି ମିଶାଇ ପିଅନ୍ତୁ। ଏହାଦ୍ୱାରା କାଶ ଏବଂ ତଣ୍ଟି ପୋଡ଼ିବା ପରି ସମସ୍ୟା ଦୂର ହୋଇଥାଏ।

ଅଦା: ଏକ ଛୋଟ ଖଣ୍ଡ ଅଦା ପାଣିରେ ଫୁଟାଇ ଦିଅନ୍ତୁ। ସେହି ପାଣିରେ ଲେମ୍ବୁ ରସ ଏବଂ ଚିନି ମିଶାଇ ଦିନସାରା ଟିକେ ଟିକେ ପିଇଲେ ଆରାମ ଲାଗିଥାଏ।

ତୁଳସୀ ପତ୍ର: ତୁଳସୀ ପତ୍ରକୁ ଅଦା ସହ ମିଶାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ ବା ବାଟି ଦିଅନ୍ତୁ । ଏହି ମିଶ୍ରଣକୁ ଗରମ ପାଣିରେ ମିଶାଇ ଦିନରେ ୨ ଥର ପିଅନ୍ତୁ। ଏହା ଦ୍ୱାରା ଲାଭ ମିଳିବ।

ରସୁଣ: ରସୁଣ ଏକ ପ୍ରାକୃତିକ ରକ୍ତଶୋଧକ। ଥଣ୍ଡା ହେଲେ ଏହା ଖାଇବା ଦ୍ୱାରା ଆରାମ ଲାଗିଥାଏ।

#HomeRemedy #CoughCold #SummerCold #Health #Fitness

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon