• ବେତାର ବ୍ୟୁରୋ

ବେତାର ଉତ୍ତର : ଖରାଦିନେ କାହିଁକି ପିଇବା କଥା ମାଠିଆ ପାଣି


(ବେତାର ବ୍ୟୁରୋ) ଖରା ଦିନେ ଲୋକମାନେ ଥଣ୍ଡା ପାଣି ପିଇବାକୁ ପସନ୍ଦ କରନ୍ତି। ସେଥିପାଇଁ ଫ୍ରିଜ ପାଣି ପିଇ ଥାଆନ୍ତି। କିନ୍ତୁ ଫ୍ରିଜ ପାଣି ପିଇବା ଶରୀର ପାଇଁ ହାନିକାରକ ହୋଇଥାଏ। ସେଥିପାଇଁ ମାଠିଆର ପାଣି ପିଇବାକୁ ଅନେକ ପସନ୍ଦ କରନ୍ତି। ମାଠିଆରେ ପାଣି ପ୍ରାକୃତିକ ରୂପେ ଥଣ୍ଡା ହୋଇଥାଏ। ଏହା ଶରୀରକୁ କୌଣସି ପ୍ରକାରର କ୍ଷତି ପହଞ୍ଚାଇ ନ ଥାଏ। ତେବେ ଆସନ୍ତୁ ଜାଣିବା ମାଠିଆ ପାଣି ପିଇବା ଦ୍ବାରା ସ୍ବାସ୍ଥ୍ୟ ପାଇଁ କି ଲାଭ ହୋଇଥାଏ ।

1) ମାଠିଆରେ କୀଟାଣୁ ନାଶକ ଗୁଣ ରହିଛି। ଏହା ପାଣିରୁ ଦୂଷିତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ। ତେଣୁ ଏହା ଫ୍ରିଜରେ ରଖା ଯାଇଥିବା ପାଣି ଠାରୁ ଉତ୍ତମ ହୋଇଥାଏ।

2) ମାଟି ମାଠିଆରେ ଥିବା ମାଟିରେ ଜରୁରୀ ମିନେରାଲ୍ସ ଥାଏ , ଯାହା ଆମ ଶରୀର ପାଇଁ ଉପଯୋଗୀ । ଏଣୁ ମାଟି ମାଠିଆରୁ ପାଣି ପିଇଲେ ପ୍ଲାଷ୍ଟିକ ବୋତଲରେ ମିଳୁଥିବା ମିନେରଲ୍ସ ପରି ମିନେରଲ୍ସ ମିଳିଥାଏ ।

3) ଆମେରିକୀୟ କ୍ୟାନସର ସୋସାଇଟିର ଗବେଷଣା ଅନୁସାରେ ମାଟିରେ କ୍ୟାନସର ବିରୋଧୀ ଅନେକ ତତ୍ତ୍ଵ ମହଜୁଦ ଥାଏ । ଏଣୁ ମାଟି ପାତ୍ରରୁ ପାଣି ପିଇଲେ କ୍ୟାନସରକୁ ପ୍ରତିରୋଧ କରିବା ଶକ୍ତି ଶରୀରକୁ ମିଳିଥାଏ । ଅନ୍ୟପକ୍ଷରେ ବିନା ଥଣ୍ଡା ଓ ଉତ୍ତପ୍ତ ହେଇଥିବା ପ୍ଲାଷ୍ଟିକ ବୋତଲରୁ ପାଣି ପିଇଲେ କ୍ୟାନସର ହେବାର ଅନେକ ସମ୍ଭାବନା ଥାଏ ।

4) ମାଟି ମାଠିଆର ପାଣି ଶରୀରରେ ତାପମାତ୍ରାକୁ ନିୟନ୍ତ୍ରଣ ରଖିଥାଏ । ଏଥିରୁ ସର୍ବଦା ପାଣି ପିଇଲେ ମୁଖବ୍ରଣ, ଘିମିରି ଆଦି ହେବାରୁ ରକ୍ଷା ମିଳିଥାଏ । ଏହାଛଡା ଆପଣଙ୍କ ତ୍ଵଚାକୁ ଚକମ ମିଳିଥାଏ ।

5) ମାଟି ମାଠିଆର ତାପମାତ୍ରା ଅନ୍ୟ ପାତ୍ର ଠାରୁ ଅଳ୍ପ କମ ଅଟେ। ମାଠିଆରେ ଥିବା ପାଣି ଥଣ୍ଡା ହୋଇଥିବାରୁ ଏହା ପାଚନ କ୍ରିୟାକୁ ସଠିକ ରୂପେ ପରିଚାଳିତ କରିଥାଏ।

6) ଅତ୍ୟଧିକ ଥଣ୍ଡାପାଣି ପିଇବା ଅଭ୍ୟାସରେ ପରିଣତ ହେଲେ ତାହା ହୃଦ୍‌ଜନିତ ସମସ୍ୟା ସୃଷ୍ଟି କରିବା ଆଶଙ୍କା ଥାଏ ବୋଲି ଆମେରିକୀୟ ହୃଦ୍‌ରୋଗ ବିଶେଷଜ୍ଞମାନେ ଏକ ସଦ୍ୟତମ ଗବେଷଣାରୁ ଜାଣିପାରିଛନ୍ତି।ମାଠିଆର ପାଣି ହୃଦଘାତ ଥିବା ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ।

7) ଫ୍ରିଜ ର ଥଣ୍ଡା ପାଣି ଦ୍ବାରା ତଣ୍ଟି ଦରଜ ହେବାର ସମସ୍ୟା ଥାଏ। କିନ୍ତୁ ମାଠିଆ ପାଣି ପିଇବା ଦ୍ବାରା ଏହି ତଣ୍ଟି ଦରଜ ହେବାର ସମସ୍ୟା ନ ଥାଏ। ଏହାସହ ମାଠିଆ ପାଣି ପିଇବା ଦ୍ବାରା କୋଷ୍ଠକାଠିନ୍ୟ, ଏସିଡିଟି ପରି ସମସ୍ୟାରୁ ମୁକ୍ତି ମିଳିଥାଏ।

#lifestyle #NatualLiving #HealthyLifestyle

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon