• ବେତାର ବ୍ୟୁରୋ

ଜୁନ୍ 3-9 ରାଶିଫଳ : ଏହି 5ଟି ରାଶି ଉପରେ ରହିବ ବିଶେଷ ପ୍ରଭାବ


(ବେତାର ବ୍ୟୁରୋ) ଚଳିତ ସପ୍ତାହ ସାବିତ୍ରୀ ଅମାବାସ୍ୟା (ସୋମବତୀ ଅମାବାସ୍ୟା)ରୁ ଆରମ୍ଭ ହେଉଛି । ଏହି ସପ୍ତାହଟି ବୃଷ ରାଶିସ୍ଥିତ ରୋହିଣୀ ନକ୍ଷତ୍ରରୁ (ଚନ୍ଦ୍ର) ଅମବାସ୍ୟାରେ ଆରମ୍ଭ ହେଇ ପୂର୍ବାଫାଲ୍ଗୁନୀ (ଶୁକ୍ର) ନକ୍ଷତ୍ରରେ ଶେଷ ହେବେ । ପୁନଶ୍ଚ ରବିବାର ବୁଧ ଗ୍ରହ ବୃଷ ରାଶି ତ୍ୟାଗ କରି ମିଥୁନ ରାଶିରେ ପ୍ରବେଶ କରିଛନ୍ତି । ଅମାବାସ୍ୟାରୁ ଆରମ୍ଭ ହେଉଥିବାରୁ ଓ ବୁଧ ଚଳନ ଘଟିଥିବାରୁ ଏ ସପ୍ତାହଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଚଳିତ ସପ୍ତାହରେ ବୃଷ, ସିଂହ, କନ୍ୟା, ତୁଳା, କୁମ୍ଭ ଓ ମୀନ –ଏହି ପାଞ୍ଚଟି ରାଶି ଉପରେ ବିଶେଷ ପ୍ରଭାବ ପଡିପାରେ । ଏହ ବାଦ ଅନ୍ୟାନ୍ୟ ରାଶି ମଧ୍ୟ ଏହି ଗ୍ରହ ଚଳନ ଯୋଗୁଁ ଊଣାଅଧିକେ ପ୍ରଭାବିତ ହେବେ ।

ଆସନ୍ତୁ ଜାଣିବା କେଉଁ ରାଶିର କଣ ରହିବ ରାଶିଫଳ ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

ମେଷ: ନିଜ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ସକାରାତ୍ମକ ମନୋଭାବ ନେଇ ଆଗକୁ ବଢନ୍ତୁ , ଅନେକ ଫାଇଦା ମିଳିବ । ସପ୍ତାହ ମଝିରେ କୌଣସି କାରଣରୁ ବିରକ୍ତ ହେଇପାରନ୍ତି । ସପ୍ତାହ ଶେଷଆଡକୁ ଜରୁରୀ କାମ ଶେଷ କରିବା ଲାଗି ଯୋଜନା କରିବେ ।

ବୃଷ: କୌଣସି କାମ ଲାଗି ସମ୍ମାନିତ ହେବେ ବା କୌଣସି ନୂଆ କାମ କରିବାକୁ ଆଗ୍ରହ ବୃଦ୍ଧି ପାଇବ ଓ ଏଥିରେ ସହଯୋଗ ମଧ୍ୟ ମିଳିପାରେ । କୌଣସି ସରକାରୀ ଫାଇଲ, ସାର୍ଟିଫିକେଟ ବା ସେହିଭଳି କିଛି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ସମ୍ବନ୍ଧୀୟ ଅସୁବିଧା ସପ୍ତାହ ମଝିରେ ଡେଜଗା ଦେଇପାରେ । ତେବେ ଏ ସମୟରେ ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ସପ୍ତାହ ଶେଷ ଆଡକୁ ନିଜ ବ୍ୟକ୍ତିଗତ ଜୀବନ ଓ କାମ ମଧ୍ୟରେ ତାଳମେଳ ବଜାୟ ରହିବ।

ମିଥୁନ: ଚଳିତ ସପ୍ତାହରେ ଦୂର ସ୍ଥାନର ଯାତ୍ରାର ଯୋଗ ରହିଛି କିମ୍ବା ଦୂର ସ୍ଥାନରୁ ଖୁସି ଖବର ମିଳିପାରେ । ସପ୍ତାହ ମଝିରେ କୌଣସି ବଡ଼ ଦାୟିତ୍ଵ ମିଳିପାରେ ଅଥବା କିଛି ନୂଆ କାର୍ଯ୍ୟ କରିବା ବିଷୟରେ ନିଷ୍ପତ୍ତି ନେଇ ପାରନ୍ତି । ସପ୍ତାହ ଶେଷରେ କିଛି ନୂଆ ବ୍ୟକ୍ତିଙ୍କ ପାଇଁ ନୂଆ ସ୍ରୋତରୁ ଧନଲାଭ ହେତୁ ଆର୍ଥିକ ସ୍ଥିତି ମଜଭୁତ ହେବ।

କର୍କଟ: ସପ୍ତାହ ଆରମ୍ଭରୁ ଆପଣଙ୍କ ପାଇଁ ଶୁଭ ସମୟ ରହିଛି । ନିଜ ବ୍ୟକ୍ତିତ୍ଵ ବଳରେ କାହାକୁ ପ୍ରଭାବିତ କରିବେ ଓ ଧନଲାଭର ସ୍ଥିତି ଆସିପାରେ । ତେବେ ସପ୍ତାହଟି ଆଗକୁ ବଢିବ ସହିତ କୌଣସି କଥାକୁ ନେଇ ବ୍ୟସ୍ତ ବିବ୍ରତ ହେଇପାରନ୍ତି । କର୍ମକ୍ଷେତ୍ରରେ ସହଯୋଗ ମିଳିବ, ତେବେ ଶୁକ୍ରବାର ଠାରୁ ଖର୍ଚ୍ଚ ବୃଦ୍ଧି ପାଇପାରେ। ଚିନ୍ତା ବଢିଲେ ମୌନ ରୁହନ୍ତୁ ବା ଧ୍ୟାନ କରନ୍ତୁ। ।

ସିଂହ: ଭାବିଥିବା କାମ ପୂରା ହୋଇଯିବ କିମ୍ବା କୌଣସି ପୁରୁଣା କାମ ସାରିବାକୁ ଚେଷ୍ଟା କରିବେ । ଆପଣଙ୍କୁ ପରିଶ୍ରମ ଅନୁସାରେ ଫଳ ମିଳିବ ଓ କର୍ମକ୍ଷେତ୍ରରେ ସହଯୋଗ ପ୍ରାପ୍ତ ହେବ । ତେବେ ବୈବାହିକ ସମ୍ବନ୍ଧରେ ସ୍ଥିତି ସେତେଟା ଭଲ ନ ରହି ପାରେ । ସପ୍ତାହ ଶେଷ ଆଡକୁ କୌଣସି କାରଣ ବଶତଃ ଖର୍ଚ୍ଚ ହେଇପାରେ ।

କନ୍ୟା: ଆୟବୃଦ୍ଧି ତଥା କର୍ମ କ୍ଷେତ୍ରରେ ପ୍ରଶଂସିତ ହେବାର ଯୋଗ ରହିଛି । ତେବେ ସପ୍ତାହ ଆରମ୍ଭରୁ ଅତ୍ୟଧିକ ପରିଶ୍ରମ ବ ସେହିଭଳି କିଛି ଅସୁବିଧା ପାଇଁ ମନ ଖରାପ ରହିପାରେ । ସପ୍ତାହ ମଝିରେ ଚାକିରିଆ, ଓକିଲ, ଡାକ୍ତର, କାନସଲଟାଣ୍ଟ ଭଳି କର୍ମକ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ନୂଆ କାମର ସୁଯୋଗ ମିଳିପାରେ। ପେଟ ସମ୍ବନ୍ଧୀୟ ସମସ୍ୟା ଲାଗି ରହିପାରେ ।

ତୁଳା: କୌଣସି କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଅଫିସ୍‌ରେ ଆପଣଙ୍କୁ ଦାୟିତ୍ଵପୂର୍ଣ୍ଣ କାମ ମିଳିବ। କୌଣସି ନୂଆ ଯୋଜନା ଚିନ୍ତା କରୁଥିଲେ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ଅଧିକ ସମୟ ନିଅନ୍ତୁ । ସମାଜରେ ମାନସମ୍ମାନ ବଢ଼ିବ।

ବିଛା: ବେପାରରେ ସଫଳତା ଓ ଲାଭ ପାଇବେ। ଅଳ୍ପ ପରିଶ୍ରମରେ କୌଣସି ଅଚାନକ ଆସୁଥିବା ଅସୁବିଧା ଦୂର କରିବାକୁ ସୁଯୋଗ ମିଳିବ । କୌଣସି ନୂଆ ନିଷ୍ପତ୍ତି ନେବା କରିବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ତରବାରିଆ ଭାବେ କୌଣସି କାମ ନ କରିବା ଭଲ । ବ୍ୟବସାୟୀଙ୍କ ପାଇଁ ସପ୍ତାହର ଅଧିକାଂଶ ଦିନ ଶୁଭ ।

ଧନୁ: ଧନୁ ରାଶିଙ୍କ ପାଇଁ ଏ ସପ୍ତାହ ମିଶ୍ରିତ ଫଳ ପ୍ରଦାନ କରିବାର ସଙ୍କେତ ଦେଉଛି । ଛାତ୍ରଛାତ୍ରୀ ଓ ଚାକିରି ଆଶାୟୀମାନେ ନିଜ ପ୍ରତିଭା ଦେଖାଇବାର ସୁଯୋଗ ପାଇବେ । ସପଟହ ମଝିରେ ମନୋରଞ୍ଜନ କରିବା ପାଇଁ ଇଚ୍ଛା ପ୍ରକାଶ ପାଇବ ।ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ ହୋଇପାରନ୍ତି। ଜୀବନସାଥୀ ବା ପ୍ରେମ ସମ୍ବନ୍ଧ ଭଲ ରହିବ ।

ମକର: ପ୍ରେମ ସମ୍ବନ୍ଧରେ ସଫଳତା ମିଳିପାରେ ତଥା ବ୍ୟବସାୟୀଙ୍କୁ ଧନଲାଭ ହେଇପାରେ । ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ ବା କୌଣସି କାମକୁ ନିଷ୍ଠାର ସହିତ କରିବାକୁ ଇଚ୍ଛା ପ୍ରକାଶ କରିବେ । ଏହି ରାଶିର କିଛି ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ

କୁମ୍ଭ: ଚାକିରିଆ ମାନେ ଅଫିସରେ କୌଣସି ସମସ୍ୟାର ସମ୍ମୁଖୀନ ହେଇ ପାରନ୍ତି, ତେବେ କିଛି ଦିନ ଭିତରେ ନିଜେ ଏହାର ସମାଧାନ କରିବାକୁ ଚେଷ୍ଟା କରିବେ । ସପଟହ ମଝିରେ ଭାବିଥିବା କାର୍ଯ୍ୟର ଗତି ମଜଭୁତ ହେବ, ଅଟକିଥିବା ପଇସା ମିଳିପାରେ । ପାରିବାରିକ ଜୀବନ ଖୁସିରେ କଟିବା ।

ମୀନ: କୌଣସି ନୂଆ କାମ କରିବାକୁ ଇଚ୍ଛୁକ ଥିଲେ ବନ୍ଧୁ ବା ସହକର୍ମୀଙ୍କ ସହଯୋଗ ମିଳିବ । ଓ ସଫଳ ହେଇପାରନ୍ତି । ସପ୍ତାହ ମଝି ଆଡକୁ ବଦଳୁଥିବା ପାଣିପାଗ ପାଇଁ ଶରୀର ଅସୁସ୍ଥ ରହିପାରେ । ଏହି ସମୟରେ କୌଣସି ଗୁରୁତ୍ବ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ମନା । ବୟସ୍କ ଲୋକଙ୍କ ପରାମର୍ଶ ନେବା ବାଞ୍ଛନୀୟ ।

#astrology #horoscope #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon